Watch LIVE: ରିଲାଏନ୍ସ ଜିଓ ବର୍ତ୍ତମାନ ଦେଶରେ 5G ଟେକ୍‌ନୋଲୋଜି ବିଷୟରେ ବଡ଼ ଘୋଷଣା କରୁଛି

Reliance Jio 5G announcements | ରିଲାଏନ୍ସ ଜିଓ ବର୍ତ୍ତମାନ ଦେଶରେ 5G ଟେକ୍‌ନୋଲୋଜି ବିଷୟରେ ବଡ଼ ଘୋଷଣା କରୁଛି; ଦେଖନ୍ତୁ LIVE

Watch LIVE: ରିଲାଏନ୍ସ ଜିଓ ବର୍ତ୍ତମାନ ଦେଶରେ 5G ଟେକ୍‌ନୋଲୋଜି ବିଷୟରେ ବଡ଼ ଘୋଷଣା କରୁଛି
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମାର୍କେଟ କ୍ୟାପ୍ ଦୃଷ୍ଟିରୁ ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର (Reliance Industries Limited) ବାର୍ଷିକ ସାଧାରଣ ସଭା (AGM-Annual General Meeting) ଆଜି ଅନୁଷ୍ଠିତ ହେବାକୁ ଯାଉଛି । ଭର୍ଚ୍ଚୁଆଲ୍‌ ମାଧ୍ୟରେ ହେବାକୁ ଥିବା ଏହି ସଭାରେ କମ୍ପାନୀର ଆଗାମୀ ଭବିଷ୍ୟତ ଯୋଜନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇପାରେ ।

Watch LIVE



ସିଏନବିସି ଆୱାଜ(CNBC Awaaz)ର ଖବର ଅନୁଯାୟୀ କମ୍ପାନୀ ସମୟ ପୂର୍ବରୁ ରିଲାଏନ୍ସ ଜିଓ (Reliance Jio) ଡିଲ୍ ଓ ଋଣ ମୁକ୍ତ (Net Debt Free) ହୋଇଥିବା ସଫଳତା ବିଷୟରେ ଏହି ସଭାରେ ଆଲୋଚନା କରିପାରେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ (Reliance Industry Chairman Mukesh Ambani) ଫେସବୁକ୍ ପରି ବିଶ୍ୱରେ ଟେକନୋଲେଜି କ୍ଷେତ୍ରର ଦିଗ୍ଗଜ କମ୍ପାନୀମାନଙ୍କ ସହ ହୋଇଥିବା ସହଭାଗୀତାରୁ ମିଳିବାକୁ ଥିବା ଲାଭ ବିଷୟରେ ଘୋଷଣା କରିପାରନ୍ତି ।

ଏହା ବି ପଢ଼ନ୍ତୁ: ଆଜି ଦେଶର ବୃହତ୍ତମ କମ୍ପାନୀ Relianceର ୪୩ତମ AGM ହେଉଛି; ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଏହା ବି ଅନୁମାନ କରାଯାଇଛି ଯେ ଏହି ସଭାରେ ଅମ୍ବାନୀ ତାଙ୍କର ଅଂଶୀଦାର ଫ୍ଲାଗସିପ୍ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (flagship company Reliance Industries) ରେ ତୈଳ କୁ ରାସାୟନିକ ପଦାର୍ଥରେ ପରିଣତ କରିବା (Oil to Chemicals, O2C) ପାଇଁ ପ୍ରମୁଖ ସମ୍ପ୍ରସାରଣ ଯୋଜନା ବିଷୟରେ ସୂଚନା ଦେବେ ।

(ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand Shankar Thankur Das
First published: July 15, 2020, 2:34 PM IST
corona virus btn
corona virus btn
Loading