News 18 Odia Digital
ନୂଆଦିଲ୍ଲୀ; 5G ସ୍ପେକ୍ଟ୍ରମ୍ ପାଇଁ ଦୌଡ଼ ବର୍ତ୍ତମାନ ତୀବ୍ର ହେଉଛି । ସୋମବାର, ବିଡିଂ କମ୍ପାନୀଗୁଡିକ ନିଲାମ ଆରମ୍ଭ ପୂର୍ବରୁ ଅଗ୍ରୀମ ରାଶି (EMD) ଜମା କରିଥିଲେ । ଏହି ପରିପ୍ରେକ୍ଷୀରେ ମୁକେଶ ଅମ୍ବାନୀ ସର୍ବାଧିକ ୧୪,୦୦୦ କୋଟି ଟଙ୍କା ଜମା କରିଛନ୍ତି ।
ବିଡରମାନେ ଅଗ୍ରୀମ ରାଶି ଜମା କରିଥିଲେ । ଏକ ରିପୋର୍ଟ ଅନୁଯାୟୀ, ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇନଫୋକମ୍ 5G ନିଲାମ ଆରମ୍ଭ ପୂର୍ବରୁ ୧୪,୦୦୦ କୋଟି ଟଙ୍କା ଅଗ୍ରୀମ ଜମା କରିଛି । ଟେଲିକମ ବିଭାଗର ୱେବସାଇଟ୍ ଅନୁଯାୟୀ, ଏହି ଦୌଡ଼ରେ ଯୋଗ ଦେଇଥିବା ଗୌତମ ଆଦାନୀଙ୍କ ଜମା ରାଶିଠାରୁ ଏହି ପରିମାଣ ୧୪୦ ଗୁଣ ଅଧିକ ।
ଆଦାନୀ ଜମା କରିଥିଲେ ସର୍ବନିମ୍ନ ରାଶିରିପୋର୍ଟ ଅନୁଯାୟୀ, ଏସିଆର ସବୁଠାରୁ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଆଦାନୀ ଡାଟା ନେଟୱାର୍କ 5G ସ୍ପେକ୍ଟ୍ରମ ନିଲାମ ପାଇଁ ୧୦୦ କୋଟି ଟଙ୍କା ଅଗ୍ରୀମ ଜମା କରିଛି । ଅନ୍ୟ ବିଡରଙ୍କ ବିଷୟରେ କହିବାକୁ ଗଲେ, ଭାରତୀୟ ଏୟାରଟେଲ ଅମ୍ବାନୀଙ୍କ ପରେ ଦ୍ୱିତୀୟ ବିଡର ଭାବେ ୫,୫୦୦ କୋଟି ଟଙ୍କା ଜମା କରିଛି ।
ରିଲାଏନ୍ସ ଜିଓକୁ ସବୁଠୁ ଆଗରେଯଦି ଆପଣ ବିଭାଗର ୱେବସାଇଟରେ ଅପଲୋଡ୍ ହୋଇଥିବା ବିଡରଙ୍କ ତାଲିକା ଦେଖନ୍ତି, ତେବେ ଭୋଡାଫୋନ୍ ଆଇଡିଆ ୨,୨୦୦ କୋଟି ଟଙ୍କା ଅଗ୍ରୀମ ଜମା କରିଛି । ନିଲାମ ପାଇଁ ରିଲାଏନ୍ସ ଜିଓକୁ ସର୍ବାଧିକ ୧,୫୯,୮୩୦ ମାର୍କ ଦିଆଯାଇଛି , ଯେଉଁଥିରେ ୧୪,୦୦୦ କୋଟି ଟଙ୍କା EMD ରହିଛି ।
୨୬ ଜୁଲାଇରୁ ଆରମ୍ଭ ହେବ ନିଲାମୀଏୟାରଟେଲକୁ ଦିଆଯାଇଥିବା ଯୋଗ୍ୟତା ମାର୍କ ୬୬,୩୩୦ ଥିବାବେଳେ ଭୋଡାଫୋନ୍ ଆଇଡିଆକୁ ୨୯,୩୭୦ ମାର୍କ ଦିଆଯାଇଛି । ଆଦାନୀ ଡାଟା ନେଟୱାର୍କ ଏହାର ଜମା ଆଧାରରେ ୧୬୫୦ ମାର୍କ ପାଇଛି । ସୂଚନାଯୋଗ୍ୟ, 5G ସ୍ପେକ୍ଟ୍ରମର ନିଲାମ ଜୁଲାଇ ୨୬ ରୁ ଆରମ୍ଭ ହେବ । ଏଥିରେ ନିଲାମ ପାଇଁ ଅତି କମରେ ୪.୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ମୋଟ 72 GHz ସ୍ପେକ୍ଟ୍ରମ ରଖାଯିବ ।
ଆଦାନୀ ଗ୍ରୁପର କହିବା କଥା ଟେଲିକମ ସ୍ପେକ୍ଟ୍ରମ ବ୍ୟବହାର ବିମାନବନ୍ଦରରୁ ଆରମ୍ଭ କରି ନିଜ ବ୍ୟବସାୟକୁ ସମର୍ଥନ କରିବା ଯାଏ ଏକ ଘରୋଇ ନେଟୱାର୍କ ଭାବରେ କରିପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।