ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ସିକ୍ୟୁରିଟିଜ ଆବଣ୍ଟନ କରି ₹୫୫୦.୫୬ କୋଟି ସଂଗ୍ରହ କଲା ।
News18 Odia Digital
ମୁମ୍ବାଇ: ସୋମବାର ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ ପକ୍ଷରୁ କୁହାଯାଇଛି ଯେ ଅଗ୍ରାଧିକାର ଭିତ୍ତିରେ ସିକ୍ୟୁରିଟି ପ୍ରଦାନ ମାଧ୍ୟମରେ ଏହା ୫୫୦.୫୬ କୋଟି ଟଙ୍କା ସଂଗ୍ରହ କରିଛି । ପୋଷ୍ଟ ଆବଣ୍ଟନ, ୱାରେଣ୍ଟର ସମ୍ପୂର୍ଣ୍ଣ ରୂପାନ୍ତର ପରେ ରିଲାଏନ୍ସ ଇନଫ୍ରାରେ ପ୍ରୋମୋଟର୍ ଗ୍ରୁପର ହୋଲ୍ଡିଂ ୨୨.୦୬ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି ।
‘‘ପୋଷ୍ଟାଲ ବାଲୋଟ୍(Postal ballot) ମାଧ୍ୟମରେ ସଦସ୍ୟଙ୍କ ଅନୁମୋଦନ କ୍ରମେ ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ଲିମିଟେଡ୍ (ରିଲାଏନ୍ସ ଇନଫ୍ରା)ଆଜି 8.88 କୋଟି ୱାରେଣ୍ଟକୁ କମ୍ପାନୀର ସମାନ ସଂଖ୍ୟକ ଇକ୍ୱିଟି ଶେୟାରରେ ରୂପାନ୍ତରିତ ଏକ ପ୍ରୋମୋଟର୍ ଗ୍ରୁପ୍ କମ୍ପାନୀ ତଥା ଭିଏଫ୍ଏସ୍ଇ ହୋଲ୍ଡିଂସ୍ ପିଟି ଲିମିଟେଡ୍ ପ୍ରଦାନ କରିଛି। ଭର୍ଡେ ଇନଭେଷ୍ଟମେଣ୍ଟ ପାର୍ଟନର(Varde Investment Partners, LP)ର ଏକ ସହଯୋଗୀ,’’ ବିବୃତ୍ତିରେ କୁହାଯାଇଛି।
ରିଲାଏନ୍ସ ଇନଫ୍ରାଷ୍ଟ୍ରକଚର ପୂର୍ବରୁ କହିଥିଲା ଯେ ଏହି ଅର୍ଥଗୁଡିକ ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟରେ ଦୀର୍ଘକାଳୀନ ଉତ୍ସଗୁଡ଼ିକ ପାଇଁ ବ୍ୟବହାର କରାଯିବ। ଭବିଷ୍ୟତର ଅଭିବୃଦ୍ଧି ପାଇଁ ଓ ଋଣକୁ ହ୍ରାସ କରିବା ପାଇଁ ମଧ୍ୟ ବ୍ୟବହାର କରାଯିବ।
ରିଲାଏନ୍ସ ଇନଫ୍ରା ଭିତ୍ତିଭୂମି ବିଭିନ୍ନ ଉଚ୍ଚ ଉଦ୍ଦେଶ୍ୟମୂଳକ ଯାନ ଏସପଭିସ (SPVs) ମାଧ୍ୟମରେ ବିଭିନ୍ନ ଉଚ୍ଚ ଅଭିବୃଦ୍ଧି କ୍ଷେତ୍ର ଯଥା ବିଦ୍ୟୁତ୍, ସଡ଼କ ଓ ମେଟ୍ରୋ ରେଳ ଭିତ୍ତିଭୂମି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ପ୍ରକଳ୍ପ ବିକାଶ କରୁଛି ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।