ରିଲାଏନ୍ସ ଇଣ୍ଡଷ୍ଚ୍ରିଜ୍ ନିଜ ମିଡ଼ିଆ ଓ ଡିଷ୍ଟ୍ରିବ୍ୟୁସନ୍ ବ୍ୟବସାୟକୁ ଏକତ୍ରିତ କରିବାକୁ ନିର୍ଣ୍ଣୟ ନେଲା

ଭାରତର ସବୁ ଠାରୁ ବଡ଼ ଲିଷ୍ଟେଡ୍ ମିଡ଼ିଆ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ କମ୍ପାନୀ ନେଟୱେର୍କ ୧୮ର ବାର୍ଷିକ ରାଜସ୍ବ ଆୟ ଓ ଅନ୍ୟାନ୍ୟ ଲାଭ ମିଶି ଏବେ ପାଖପାଖି ୮,୦୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ବଜାର ମୂଲ୍ୟ ଅନୁସାରେ ଦେଶର ଏହି ସବୁ ଠାରୁ ବଡ଼ ଘରୋଇ କମ୍ପାନୀ କହିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ

  • Share this:
News18 Odia Digital

ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନିଜର ସମସ୍ତ ମିଡ଼ିଆ ଓ ଡିଷ୍ଟ୍ରିବ୍ୟୁସନ୍‌ ସଂକ୍ରାନ୍ତୀୟ ବ୍ୟବସାୟକୁ ଏକତ୍ରିତ କରି ଗୋଟିଏ କମ୍ପାନୀ ଅଧୀନକୁ ଆଣିବାକୁ ଯାଉଛି, ଯାହା ଫଳରେ ନେଟୱାର୍କ୍‌ ୧୮ ଏହି ବିଶାଳ କମ୍ପାନୀର ମିଡ଼ିଆ ଓ ମନୋରଞ୍ଜନ ବ୍ୟବସାୟର ପ୍ରଗତି ପଥରେ ସବୁ ଠୁଁ ଆଗେ ରହିବ ।

ଏହି ନିଷ୍ପତ୍ତି ଟିଭି ୧୮ ବ୍ରର୍ଡକାଷ୍ଟ, ହାଥୱେ କେବଲ ଓ ଡାଟାକମ୍, ଡ଼େନ ନେଟୱର୍କସ୍, ଏବଂ ନେଟୱେର୍କ ୧୮ ମିଡ଼ିଆ ଓ ଇନଭେସ୍ଟମେଣ୍ଟସର ବୋର୍ଡ଼ମାନଙ୍କର ଏକ ବୈଠକରେ ନିଆଯାଇଛି ।

ଏମିତି ହେବା ପରେ ଭାରତର ସବୁ ଠାରୁ ବଡ଼ ଲିଷ୍ଟେଡ୍‌ ମିଡ଼ିଆ କମ୍ପାନୀମାନଙ୍କ ମଧ୍ୟରୁ ଅନ୍ୟତମ କମ୍ପାନୀ ନେଟୱେର୍କ ୧୮ର ବାର୍ଷିକ ରାଜସ୍ବ ଆୟ ଓ ଅନ୍ୟାନ୍ୟ ଲାଭ ମିଶି ଏବେ ପାଖପାଖି ୮,୦୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ବଜାର ମୂଲ୍ୟ ଅନୁସାରେ ଦେଶର ଏହି ସବୁ ଠାରୁ ବଡ଼ ଘରୋଇ କମ୍ପାନୀ କହିଛି ।

‘‘ନ୍ୟୁଜ୍‌ ଓ ମନୋରଞ୍ଜନର ଉଭୟ ଡିଜିଟାଲ୍‌ ଓ ଅଣ-ଡିଜିଟାଲ୍‌ କ୍ଷେତ୍ରରେ ଏକ କଣ୍ଟେଣ୍ଟ୍‌ ପାୱାରହାଉସ୍‌ ଓ ଦେଶର ସବୁ ଠାରୁ ବଡ଼ କେବଲ ବିତରଣ ନେଟୱର୍କର ଗୋଟିଏ ଛତା ତଳେ ଏକତ୍ରୀକରଣ ଦ୍ୱାରା ଦକ୍ଷତା ଓ ସୁଯୋଗଗୁଡ଼ିକରୁ ଲାଭ ଉଠେଇବାର ଶକ୍ତି ବୃଦ୍ଧି ପାଇବ ଆଉ ସମସ୍ତ ହିତାଧିକାରୀଙ୍କ ପାଇଁ ଅଧିକ ମୂଲ୍ୟ ନିର୍ମିତ ହେବ,’’ ରିଲାଏନ୍ସ ଏକ ବିବୃତିରେ କହିଛି ।

ଟିଭି ୧୮ ବ୍ରୋଡକାଷ୍ଟର ସେୟାରହୋଲ୍ଡରମାନଙ୍କ ଅଧୀନରେ ଥିବା ପ୍ରତି ୧୦୦ଟି ସେୟାର ପାଇଁ ସେମାନଙ୍କୁ ନେଟୱର୍କ ୧୮ର ୯୨ଟି ସେୟାର ମିଳିବ । ହାଥୱେର ସେୟାରହୋଲ୍ଡ଼ରଙ୍କୁ ନେଟୱର୍କ ୧୮ର ୭୮ଟି ଓ ଡେନ ସେୟାରହୋଲ୍ଡ଼ରଙ୍କୁ ୧୯୧ଟି ସେୟାର ମିଳିବ ।

ନ୍ୟୁଜ ୧୮ବ୍ରାଣ୍ଡ୍‌ ଅଧୀନରେ ଟିଭି ୧୮ ବ୍ରଡକାଷ୍ଟ୍‌ ହେଉଛି ଭାରତର ସବୁ ଠାରୁ ବଡ଼ ନ୍ୟୁଜ ନେଟୱାର୍କର ମାଲିକ । ତା’ ସହିତ କଲର୍ସ୍‌ ମନୋରଞ୍ଜନ ଚ୍ୟାନେଲମାନଙ୍କର ନେଟୱାର୍କ  ଓ ଭିଡିଓ ଷ୍ଟ୍ରିମିଂ ସର୍ଭିସ ଭୁଟର ମାଲିକ କମ୍ପାନୀରେ ସବୁ ଠୁଁ ବଡ଼ ସେୟାରହୋଲ୍ଡର ହେଉଛି ଟିଭି ୧୮ ବ୍ରଡକାଷ୍ଟ୍‌ ।

ହାଥୱେ ଓ ଡେନ ହେଉଛି ଦେଶର ଶୀର୍ଷ କେବଲ୍‌ ପ୍ଲାଟଫର୍ମ, ଯାହା ନିୟନ୍ତ୍ରିଣରେ ବଜାରର ୩୦ ପ୍ରତିଶତ ଅଛି । ନେଟୱର୍କ ୧୮ ମଧ୍ୟ ଭାରତର ଶୀର୍ଷ ଫାଇନାନ୍ସ ଆପ୍‌ ମନିକଣ୍ଟ୍ରୋଲ ଓ ଦେଶର ସବୁ ଠାରୁ ବଡ କ୍ଷେତ୍ରୀୟ ଭାଷାର ସମ୍ବାଦ ସଂସ୍ଥା ନ୍ୟୁଜ ୧୮ ଡଟ୍‌ କମ (news18.com) ର ମାଲିକ । ସଯୁକ୍ତ ବ୍ରଡବ୍ରାଣ୍ଡ କମ୍ପାନୀ ପାଖାପାଖି ଦଶ ଲକ୍ଷ ୱାୟାରଲାଇନ୍‌ ବ୍ରଡବ୍ରାଣ୍ଡ ଗ୍ରାହକମାନଙ୍କୁ ସେବା ଯୋଗାଇବ ।

୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ଜୀ ଏଣ୍ଟରଟେନମେଣ୍ଟ ଓ ସନ ଟିଭି ନେଟୱର୍କକୁ ପଛରେ ପକାଇ ନେଟୱର୍କ ୧୮ ରାଜସ୍ବ ସଂଗ୍ରହ ଅନୁସାରେ ଭାରତର ସବୁ ଠାରୁ ବଡ଼ ସୂଚୀବଦ୍ଧ (ଲିଷ୍ଟେଡ୍‌) ମିଡିଆ କମ୍ପାନୀ ରୂପେ ସାମନାକୁ ଆସିଛି ।

ବ୍ରଡକାସଟିଙ୍ଗ୍‌ ବ୍ୟବସାୟଟି ନେଟୱର୍କ ୧୮ରେ ସ୍ଥାନ ପାଇବ, ଆଉ କେବଲ୍‌ ଏବଂ ଇଣ୍ଟରନେଟ ବ୍ରଡବ୍ୟାଣ୍ଡ ବ୍ୟବସାୟଟି ନେଟୱର୍କ୧୮ର ପୂର୍ଣ୍ଣ ମାଲିକାନାରେ ସହଯୋଗୀ (ସବସିଡିଆରୀ) କମ୍ପାନୀ ହେବ । ନେଟୱର୍କ ୧୮ ବାସ୍ତବିକରୂପେ ଏକ ଋଣମୁକ୍ତ କମ୍ପାନୀ ହେବ ।

ଟେଲିକମ୍ୟୁନିକେସନ୍ସ, ରିଟେଲ୍‌, ତୈଳ, ରିଫାଇନିଂ ଓ ପେଟ୍ରୋକେମିକାଲ ବ୍ୟବସାୟରେ ପ୍ରବେଶ କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବେ ନିଜ ବ୍ୟବସାୟକୁ ଡି-ଲେଭରେଜ୍‌ କରିବା ସହ ଏହାର ସଂରଚନାକୁ ସରଳ କରିବା ଲକ୍ଷରେ ବେଶ୍‌ କିଛି ପଦକ୍ଷେପ ଘୋଷଣା କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାର୍ଚ୍ଚ ୨୦୨୧ ସୁଦ୍ଧା ଋଣମୁକ୍ତ ହେବ ବୋଲି କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗତ ଅଗଷ୍ଟରେ ଘୋଷଣା କରିଥିଲେ । ତା’ର ଦୁଇ ମାସ ପରେ ରିଲାଏନ୍ସ ନିଜର ସମସ୍ତ ଡିଜିଟାଲ ବ୍ୟବସାୟକୁ ପୂର୍ଣ୍ଣ ମାଲିକାନା ଥିବା ଏକ ସବସିଡିଆରୀ କମ୍ପାନୀ ଅଧୀନକୁ ଆଣିଥିଲା ।

ଏହି ଏକତ୍ରୀକରଣ ପ୍ରକ୍ରିୟା ସମ୍ପନ୍ନ ହେଲେ ନେଟୱର୍କ ୧୮ରେ ରିଲାଏନ୍ସ ଗୃପର ହୋଲଡିଂ (ମାଲିକାନା ସମ୍ପର୍କ) ୭୫ ପତିଶତରୁ କମି ୬୪ ପ୍ରତିଶତ ରହିବ ।
Published by:Anand Shankar Thankur Das
First published: