ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲା

ଜୁନ୍ ୩ରେ RILର ରାଇଟସ୍ ଇସ୍ୟୁ ବନ୍ଦ ହେବ । ୧୪ ତାରିଖ ସୁଦ୍ଧା ଥିବା ରେକର୍ଡ ଅନୁଯାୟୀ କମ୍ପାନୀରେ ଥିବା ପ୍ରତ୍ୟେକ ୧୫ଟି ଶେଆର୍ ପାଇଁ କମ୍ପାନୀ ପ୍ରତି ଶେଆର୍‌ ୧,୨୫୭ ଟଙ୍କା ମୂଲ୍ୟରେ ଦେଉଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର CMD ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର CMD ମୁକେଶ ଅମ୍ବାନୀ

  • Share this:
News18 Odia Digital

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (RIL)ର ୫୩,୧୨୫ କୋଟି ଟଙ୍କାର ରାଇଟସ୍‌ ଇସ୍ୟୁ (rights issue) ଆଜି ଖୋଲା ଯାଇଛି । ଏହି ଇସ୍ୟୁର ରାଇଟସ୍‌ ଏଣ୍ଟାଇଟ୍ଲମେଣ୍ଟ୍‌ (Rights Entitlement, RE) ଏକ୍ସଚେଞ୍ଜରେ ନୂତନ ଭାବରେ ଖୋଲିଥିବା ପ୍ଲାଟଫର୍ମରେ ଏକା ସମୟରେ ଟ୍ରେଡିଂ କରୁଛି ।

RE ସେୟାରଗୁଡିକ ୨୧୧.୯୫ ଟଙ୍କାରେ ସମାପ୍ତ ହୋଇଛି, ଯାହା ଷ୍ଟକର ବନ୍ଦ ମୂଲ୍ୟ (closing price) ଓ ଅଧିକାର ଇସ୍ୟୁ ମୂଲ୍ୟ (rights issue price) ମଧ୍ୟରେ ବିସ୍ତାର ଠାରୁ ପ୍ରାୟ ୩୧ ଟଙ୍କା ଅଧିକ ଅଛି । ବୁଧବାର ଦିନ RIL ସେୟାର ୧,୪୩୭.୩୦ ଟଙ୍କାରେ ଶେଷ ହୋଇଛି । ଅଧିକାର ଇସ୍ୟୁ ମୂଲ୍ୟ ୧,୨୫୭ ଟଙ୍କା ଅଛି । ତେଣୁ ବୁଧବାର ବନ୍ଦ ମୂଲ୍ୟ ଓ ଅଧିକାର ଇସ୍ୟୁ ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ୧୮୦.୩୦ ଟଙ୍କା ରହିଛି । ପ୍ରିମିୟମର ଅର୍ଥ ହେଉଛି ଏହା ଯେ ନିବେଶକମାନେ ଏହି ପାର୍ଥକ୍ୟଠାରୁ ଅଧିକ ମୂଲ୍ୟ ଦେବାକୁ ଆଗ୍ରହୀ ।

ଆଜି କିଛି ସମୟ ପୂର୍ବରୁ RE ସେୟାରଗୁଡିକ ସର୍ବାଧିକ ୨୧୨ ଟଙ୍କା ଛୁଇଁଥିଲା, ଯାହା ଦିନ-ମଧ୍ୟର ସର୍ବାଧିକ ଅନୁମତିପ୍ରାପ୍ତ ମୂଲ୍ୟ ୨୧୨.୬୦ ଟଙ୍କା ଠାରୁ କିଛି କମ୍‌ ଥିଲା ।ଏହା ପୂର୍ବରୁ ଏହା ୧୫୮ ଟଙ୍କା ଛୁଇଁଥିଲା ।

RE ପ୍ଲାଟଫର୍ମରେ ପାଖାପାଖି ୨.୪ କୋଟି ସେୟାର ବିକ୍ରି ହେବା ସହ ଭାରୀ ଭଲ୍ୟୁମ୍ ଦେଖାଯାଇଥିଲା । ମେ ୨୯ରେ REରେ ଟ୍ରେଡିଂ ବନ୍ଦ ହେବ ।

ରାଇଟ୍ସ ଏଣ୍ଟାଇଟଲମେଣ୍ଟ ପ୍ଲାଟଫର୍ମ ଅଧିକାରଧାରୀମାନଙ୍କୁ ଏକ୍ସଚେଞ୍ଜରେ ଏକ ଅଲଗା ୱିଣ୍ଡୋରେ ସେମାନଙ୍କର ଅଧିକାରକୁ କିଣାବିକା କରିବାକୁ ଅନୁମତି ଦେଇଥାଏ, ଯେଉଁଠାରେ ଧାରକମାନେ ସେମାନଙ୍କର ଅଧିକାରକୁ ବିକ୍ରୟ ଓ ତ୍ୟାଗ କରିପାରିବେ ।

ଜୁନ୍ ୩ରେ RILର ରାଇଟସ୍‌ ଇସ୍ୟୁ ବନ୍ଦ ହେବ । କମ୍ପାନୀର ୧୪ ତାରିଖ ସୁଦ୍ଧା ଥିବା ରେକର୍ଡ ଅନୁଯାୟୀ କମ୍ପାନୀରେ ଥିବା ପ୍ରତ୍ୟେକ ୧୫ ଶେଆର୍‌ ପାଇଁ ୧,୨୫୭ ଟଙ୍କା ମୂଲ୍ୟରେ ପ୍ରତି ଶେଆର୍‌ ଦେଉଛି । କମ୍ପାନୀ ୪୨,୨୬,୨୬,୮୯୪ଟି ଇକ୍ୱିଟି ଶେଆର୍‌ ପ୍ରତି ଶେଆର୍‌ ୧୦ ଟଙ୍କା ମୂଲ୍ୟରେ ଜାରି କରିବ ।

(ଡିସକ୍ଲେମର୍‌: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)

ଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବ

ଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗ

ଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନି

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲା
Published by:Anand Shankar Thankur Das
First published: