ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ୭୪୦୮୮ କୋଟି ଟଙ୍କା ଲାଭ

ବିଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନିର ନେଟ ଲାଭ ଓ ଇ.ବି.ଆଇ.ଟି.ଡି.ଏ ଦୁଇଗୁଣା ହୋଇଛି I ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନିର ମୋଟ ରାଜସ୍ୱ ୨୩.୨ ପ୍ରତିଶତ ବୃଦ୍ଧି ସହିତ ୯,୭୬,୫୨୪ କୋଟି ଟଙ୍କା ହୋଇଛି I

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ୭୪୦୮୮ କୋଟି ଟଙ୍କା ଲାଭ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୨୦୨୨-୨୩ ଆର୍ଥିକ ବର୍ଷରେ ରେକର୍ଡ ୭୪୦୮୮ କୋଟି ଟଙ୍କା ଲାଭ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଦେଶର ସର୍ବବୃହତ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ (Reliance industries) ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ (Financial year)ର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ବର୍ଷର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି I କମ୍ପାନିର ବାର୍ଷିକ ନେଟ୍ ଲାଭ ୧୪ ପ୍ରତିଶତ ବୃଦ୍ଧି ସହିତ ରେକର୍ଡ ୭୪୦୮୮ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି I କମ୍ପାନିର ଇ.ବି.ଆଇ.ଟି.ଡି.ଏ ପ୍ରଥମ ଥର ପାଇ ଦେଢ଼ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ଏବଂ ୧୫୪୬୯୧ କୋଟି ଟଙ୍କା ହୋଇଛି I ବିଗତ ପାଞ୍ଚ ବର୍ଷ ମଧ୍ୟରେ କମ୍ପାନିର ନେଟ ଲାଭ (net profit) ଓ ଇ.ବି.ଆଇ.ଟି.ଡି.ଏ ଦୁଇଗୁଣା ହୋଇଛି I ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନିର ମୋଟ ରାଜସ୍ୱ ୨୩.୨ ପ୍ରତିଶତ ବୃଦ୍ଧି ସହିତ ୯,୭୬,୫୨୪ କୋଟି ଟଙ୍କା ହୋଇଛି I କମ୍ପାନିର ରିଟେଲ ବ୍ୟବସାୟରେ ପୂର୍ବ ବର୍ଷ ତୁଳନାରେ ୩୦% ଅଭିବୃଦ୍ଧି ହେବା ସହିତ ମୋଟ ରାଜସ୍ବ ୨୬୦୩୬୪ କୋଟି ଟଙ୍କା ହୋଇଛି ଓ ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା କମ୍ପାନିର ରିଟେଲ ଷ୍ଟୋର (retail store) ସଂଖ୍ୟା ୩୩୦୦ ବୃଦ୍ଧି ପାଇ ମୋଟ ୧୮୦୪୦ ରେ ପହଞ୍ଚିଛି I

ରିଲାଏନ୍ସ ଜିଓ (Reliance jio) ଇନଫୋକମ ଲିମିଟେଡ଼ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସ ତଥା ସମ୍ପୂର୍ଣ୍ଣ ଆର୍ଥିକ ବର୍ଷର ଫଳାଫଳ ଆଜି ଘୋଷଣା କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରିଲାଏନ୍ସ ଜିଓର ନେଟ ଲାଭ ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ବୃଦ୍ଧି ସହିତ ୧୮୨୦୭ କୋଟି ଟଙ୍କା ହୋଇଥିବା କମ୍ପାନି ପକ୍ଷରୁ ପ୍ରକାଶ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ କମ୍ପାନିର ନେଟ ଲାଭ ୧୪୮୧୭ କୋଟି ଟଙ୍କା ରହିଥିଲା | କମ୍ପାନିର ବାର୍ଷିକ ମୋଟ ପରିଚାଳନାଗତ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ପ୍ରାୟ ୧୮ ପ୍ରତିଶତ ବୃଦ୍ଧି ପାଇ ୯୦୭୮୬ କୋଟି ଟଙ୍କା ହୋଇଥିବା ଘୋଷଣା କରାଯାଇଛି, ଯାହା ପୂର୍ବ ବର୍ଷ ୭୬୯୭୭ କୋଟି ଟଙ୍କା ରହିଥିଲା ।

ସେହିଭଳି ଜାନୁଆରୀରୁ ମାର୍ଚ୍ଚ ୨୦୨୩ ଚତୁର୍ଥ ତ୍ରୟମାସରେ କମ୍ପାନିର ନେଟ ଲାଭ ୪୧୭୩ କୋଟି ଟଙ୍କା ରହିଥିବା ଘୋଷଣା କରାଯାଇଛି, ଯାହା ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୩ ପ୍ରତିଶତ ଅଧିକ ରହିଛି । ଚତୁର୍ଥ ତ୍ରୟମାସରେ କମ୍ପାନିର ପରିଚାଳନାଗତ ରାଜସ୍ବ ୨୩୩୯୪ କୋଟି ଟଙ୍କା ରହିଛି, ଯାହା ପୂର୍ବ ବର୍ଷ ସମାନ ତ୍ରୟମାସରେ ୨୦୯୦୧ ଟଙ୍କା ରହିଥିଲା ।

ଏହି ଖବର ପଢ଼ନ୍ତୁ-  ସ୍ଥାନ ଖୋଜୁଛନ୍ତି ଓଲିଉଡ ନାୟକ ସବ୍ୟସାଚୀ: ଖୋଲିବେ ଚା' ଦୋକାନ !
Published by:Soubhagya Mishra
First published: