News18 Odia Digital
ନୂଆ ଦିଲ୍ଲୀ: ମାର୍କେଟ କ୍ୟାପ୍ ଦୃଷ୍ଟିରୁ ଦେଶର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ଼ (Reliance Industries Limited, RIL) ମାତ୍ର ୫୮ ଦିନରେ ମୋଟ ୧,୬୮,୮୧୮ କୋଟି ଟଙ୍କା ସଂଗ୍ରହ କରିଛି ଓ ସମ୍ପୂର୍ଣ୍ଣ ଋଣମୁକ୍ତ ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହି ପାଣ୍ଠି ନିଜ ଡିଜିଟାଲ୍ ୟୁନିଟ୍ ଜିଓ ପ୍ଲାଟଫର୍ମ୍ସରେ (Jio Platforms) ଅଂଶଧନ ବିକ୍ରୟ କରି ଓ ଏକ ବିଶାଳ ଶେଆର୍ ବିକ୍ରୟ (ଅଧିକାର ପ୍ରସଙ୍ଗ, Rights Issue) ଦ୍ୱାରା ସଂଗ୍ରହ କରିଛି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ (Mukesh Ambani) ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ ମାର୍ଚ୍ଚ ୨୦୨୧ ପୂର୍ବରୁ ନେଟ୍ ଡେଟ୍ ଫ୍ରି ବା ଋଣମୁକ୍ତ ହେବାର ପ୍ରତିଶ୍ରୁତି ଏହି ସମୟର ବହୁତ ଆଗରୁ ପୂରଣ କରିପାରିଛି । କମ୍ପାନୀ ନିଜ ଡିଜିଟାଲ୍ ୟୁନିଟ୍ ଜିଓ ପ୍ଲାଟଫର୍ମ୍ସରେ ହୋଇଥିବା ରେକର୍ଡ଼ ନିବେଶ ଓ ମେଗା ସେୟାର ବିକ୍ରୟ ମାଧ୍ୟମରେ ବିଶ୍ୱର ପ୍ରମୁଖ ଆର୍ଥିକ ନିବେଶକଙ୍କ ଠାରୁ ପାଣ୍ଠି ସଂଗ୍ରହ କରି ଏହି ଲକ୍ଷ୍ୟ ହାସଲ କରିଛି ।
ଜିଓ ପ୍ଲାଟଫର୍ମ୍ସରେ ହୋଇଥିବା ନିବେଶରୁ ୧,୧୫,୬୯୩.୯୫ କୋଟି ଟଙ୍କା ଓ ଏକ ଅଧିକାର ପ୍ରସଙ୍ଗ (rights issue)ରୁ ୫୩,୧୨୪.୨୦ କୋଟି ଟଙ୍କା ସଂଗ୍ରହ କରି RIL ମାତ୍ର ୫୮ ଦିନ ମଧ୍ୟରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପାଣ୍ଠି ଜୁଗାଡ଼ କରିଛି । ପେଟ୍ରୋ-ଖୁଚୁରା ଜେଭିରେ (joint venture) ବିପିକୁ (BP) ହୋଇଥିବା ଅଂଶଧନ ବିକ୍ରିକୁ ମିଶାଇ ମୋଟ ପାଣ୍ଠି ସଂଗ୍ରହ ୧.୭୫ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି ।
‘‘ମାର୍ଚ୍ଚ ୩୧, ୨୦୨୦ ସୁଦ୍ଧା ଆମର ନେଟ୍ ଋଣ ୧,୬୧,୦୩୫ କୋଟି ଟଙ୍କା ଥିଲା । ଏହି ପୁଞ୍ଜି ବିନିଯୋଗ ଦ୍ୱାରା RIL ନେଟ୍ ଋଣ ମୁକ୍ତ ହୋଇପାରିଛି,’’ କମ୍ପାନୀ କହିଛି ।

ଜିଓ ପ୍ଲାଟଫର୍ମ୍ସରେ ଲଗାତର ୧୧ଟି ବିନିଯୋଗରୁ RIL ୧,୧୫,୬୯୩.୯୫ କୋଟି ଟଙ୍କା ସଂଗ୍ରହ କରିଛି ।
ବିଶ୍ୱର ଯେକୌଣସି କମ୍ପାନୀ ଦ୍ୱାରା ହୋଇଥିବା ସର୍ବ ବୃହତ ନିରବିଚ୍ଛିନ୍ନ ପାଣ୍ଠି ସଂଗ୍ରହ ମାଧ୍ୟମରେ RIL ୧,୧୫,୬୯୩.୯୫ କୋଟି ଟଙ୍କା ଜିଓ ପ୍ଲାଟଫର୍ମ୍ସରେ ୨୪.୭ ପ୍ରତିଶତ ଅଂଶଧନ ବିକ୍ରୟ ବଦଳରେ ସଂଗ୍ରହ କରିଛି ।
ବିଶ୍ୱସ୍ତରୀୟ ଲକଡାଉନ୍ ମଧ୍ୟରେ ଏହି ସବୁ ବାଣିଜ୍ୟିକ ଚୁକ୍ତି ହେବା ଭାରତର ବିଶାଳ ଡିଜିଟାଲ୍ ସମ୍ଭାବନା ଓ ଜିଓର ଦୃଢ଼ ରଣନୀତି, ବୈଷୟିକ ସାମର୍ଥ୍ୟ, ବ୍ୟାଘାତକାରୀ ବ୍ୟବସାୟ ମଡେଲ୍ ଓ ଦୀର୍ଘମିଆଦୀ ଅଭିବୃଦ୍ଧି ସମ୍ଭାବନାକୁ ପ୍ରତିଫଳିତ କରୁଛି ।
ଏହି କ୍ରମାଗତ ବିନିଯୋଗ ଏପ୍ରିଲ୍ ୨୨ରେ ଫେସବୁକ୍ ଜିଓ ପ୍ଲାଟଫର୍ମର ୯.୯୯ ପ୍ରତିଶତ ଅଂଶଧନ ୪୩,୫୭୪ କୋଟି ଟଙ୍କାରେ କିଣିବା ପର ଠାରୁ ଆରମ୍ଭ ହୋଇଯାଇଥିଲା । ସେବେ ଠାରୁ ଜେନେରାଲ ଆଟଲାଣ୍ଟିକ୍, ସିଲଭର ଲେକ୍ (ଦୁଇ ଥର), ଭିଷ୍ଟା ଇକ୍ୱିଟି ପାର୍ଟନର୍ସ, କେ.କେ.ଆର୍., ମୁବାଦଲା ଇନଭେଷ୍ଟମେଣ୍ଟ କମ୍ପାନୀ ଏବଂ ଆଡିଆ, ଟିପିଜି ଓ ଏଲ୍. କ୍ୟାଟରଟନ୍ ଜିଓରେ ପୁଞ୍ଜି ବିନିଯୋଗ ପାଇଁ ଧାଡ଼ି ବାନ୍ଧିଥିଲେ ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଡିଜିଟାଲ ବ୍ୟବସାୟ ଜିଓ ପ୍ଲାଟଫର୍ମ୍ସ ନାମରେ ଜଣାଶୁଣା ।
ରିଲାଏନ୍ସର ରାଇଟ୍ସ ଇସ୍ୟୁ ୧.୫୯ ଗୁଣା ସବସ୍କ୍ରାଇବ୍ କରାଯାଇଥିଲା । ଏହା କେବଳ ଭାରତରେ ସର୍ବବୃହତ ରାଇଟ୍ସ ଇସ୍ୟୁ ନ ଥିଲା, ବରଂ ଗତ ଦଶ ବର୍ଷ ମଧ୍ୟରେ ବିଶ୍ୱରେ ଯେକୌଣସି ଅଣ-ଆର୍ଥିକ ସଂସ୍ଥା ଦ୍ୱାରା ହୋଇଥିବା ସର୍ବବୃହତ ଶେଆର୍ ବିକ୍ରୟ ଥିଲା ।
“ରିଲାଏନ୍ସର ଅଂଶୀଦାରମାନଙ୍କୁ ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା କମ୍ପାନୀକୁ ନେଟ୍ ଋଣ ମୁକ୍ତ କରିବୁ ବୋଲି ଦେଇଥିବା ପ୍ରତିଶ୍ରୁତି ଆଜି ପୂରଣ ହୋଇଛି ବୋଲି କହି ଆଜି ମୁଁ ଆନନ୍ଦିତ ଓ ନମ୍ର ଅନୁଭବ କରୁଛି,’’ କହିଛନ୍ତି RILର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ।
ସେ ଆହୁରି କହିଛନ୍ତି, ‘‘ଆମର ଅଂଶୀଦାର ଓ ଅନ୍ୟ ସମସ୍ତ ହିତାଧିକାରୀଙ୍କ ଆଶା ଠାରୁ ଅଧିକ ପାଇବା ରିଲାଏନ୍ସର ଡି.ଏନ୍.ଏ.ରେ ଅଛି । ତେଣୁ ଏକ ନେଟ୍ ଋଣମୁକ୍ତ କମ୍ପାନୀ ହେବାର ଏହି ଗର୍ବ ଅବସରରେ ମୁଁ ସେମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ରିଲାଏନ୍ସ ନିଜର ଏହି ସୁବର୍ଣ୍ଣ ଦଶକରେ ଆହୁରି ଅଧିକ ଉଚ୍ଚାଭିଳାଷୀ ଅଭିବୃଦ୍ଧି ଲକ୍ଷ୍ୟ ସ୍ଥିର କରିବ ଓ ସେଗୁଡ଼ିକୁ ହାସଲ କରିବ । ଆମର ପ୍ରତିଷ୍ଠାତା ଧୀରୁବାଇ ଅମ୍ବାନୀଙ୍କ ଦୂରଦୃଷ୍ଟିକୁ ପୂରଣ କରି ଭାରତର ସମୃଦ୍ଧତା ଓ ସାମଗ୍ରିକ ବିକାଶରେ କମ୍ପାନୀ ଲଗାତର ନିଜ ଅବଦାନକୁ ବୃଦ୍ଧି କରିବ ।’’
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ଏହା ବି ପଢ଼ନ୍ତୁ: RILର ଏକାଦଶ ଡିଲ୍: ସାଉଦି ଆରବର PIF ଜିଓ ପ୍ଲାଟଫର୍ମ୍ସରେ ୧୧,୩୬୭ କୋଟି ଟଙ୍କା ବିନିଯୋଗ କଲାଏହା ବି ପଢ଼ନ୍ତୁ: Jio-TPG ଡିଲ୍: ରିଲାଏନ୍ସର ଜିଓ ପ୍ଲାଟଫର୍ମରେ ମୋଟ୍ ପୁଞ୍ଜି ନିବେଶ ୧ ଲକ୍ଷ କୋଟି ଟଙ୍କା ପାର୍ କଲାଏହା ବି ପଢ଼ନ୍ତୁ: ADIA ନିବେଶକୁ ମିଶାଇ Jio ପାଖାପାଖି ₹୧ ଲକ୍ଷ କୋଟିର ନିବେଶ ସଂଗ୍ରହ କରିସାରିଛି: ୧୦ଟି ମୁଖ୍ୟ କଥାଏହା ବି ପଢ଼ନ୍ତୁ: Jioର ପୁଣି ଏକ ଡିଲ୍: ଆବୁଧାବିର ADIA ଜିଓ ପ୍ଲାଟଫର୍ମରେ ୧.୧୬% ଅଂଶଧନ ୫,୬୮୩ କୋଟି ଟଙ୍କାରେ କିଣିବଏହା ବି ପଢ଼ନ୍ତୁ: ୬ ସପ୍ତାହରେ ରିଲାଏନ୍ସ ଜିଓର ୭ମ ଡିଲ୍: ୪,୫୪୬ କୋଟି ଟଙ୍କାରେ ସିଲଭର ଲେକ୍ ୨.୦୮% ଅଂଶଧନ କିଣିବଏହା ବି ପଢ଼ନ୍ତୁ: ଦେଢ଼ ମାସରେ ରିଲାଏନ୍ସର ଷଷ୍ଠ ଡିଲ୍: ଆବୁଧାବିର ମୁବାଦଲା ଜିଓରେ ₹୯,୦୯୩ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ ନିଜ ଆଲୋକ ଇଣ୍ଡଷ୍ଟ୍ରିଜ୍ ଫ୍ୟାକ୍ଟ୍ରିକୁ PPE ତିଆରି କରିବାରେ ଲଗାଇଛି; ଦାମ୍ କମ୍ ରଖିଛିଏହା ବି ପଢ଼ନ୍ତୁ: ରିଲାଏନ୍ସର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍ସ ଇସ୍ୟୁକୁ ଜବରଦସ୍ତ ସମର୍ଥନ ମିଳିଲାଏହା ବି ପଢ଼ନ୍ତୁ: କରୋନା ଲଢ଼େଇରେ ସାହାଯ୍ୟ ପାଇଁ ମହାରାଷ୍ଟ୍ର ସରକାର ମୁକେଶ ଅମ୍ବାନୀ ଓ ନୀତାଙ୍କୁ ଧନ୍ୟବାଦ ଦେଲାଏହା ବି ପଢ଼ନ୍ତୁ: ମାସକରେ ରିଲାଏନ୍ସର ପଞ୍ଚମ ଡିଲ୍: ଜିଓ ପ୍ଲାଟଫର୍ମର ୨.୩୨% KKRକୁ ୧୧,୩୬୭ କୋଟି ଟଙ୍କାରେ ବିକିଲାଏହା ବି ପଢ଼ନ୍ତୁ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରାଇଟସ୍ ଏଣ୍ଟାଇଟଲମେଣ୍ଟ ଶେଆର୍ ପ୍ରଥମ ଦିନ ଖୁବ୍ ବିକ୍ରି ହେଲାଏହା ବି ପଢ଼ନ୍ତୁ: ଜିଓରେ ଚତୁର୍ଥ ବଡ଼ ନିବେଶ; ଆମେରିକାର ଜେନେରାଲ ଆଟଲାଣ୍ଟିକ ₹୬,୬୦୦ କୋଟି ନିବେଶ କରିବଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓରେ ୫,୬୫୫ କୋଟି ଟଙ୍କାର ନିବେଶ କଲା ଆମେରିକାର ସିଲଭର୍ ଲେକ୍ଏହା ବି ପଢ଼ନ୍ତୁ: ରିଲାଏନ୍ସ Jio ଓ Facebook ମିଶି ଭାରତୀୟମାନଙ୍କୁ ନୂଆ ବ୍ୟବସାୟର ସୁଯୋଗ ଦେବେ: ଜୁକରବର୍ଗଏହା ବି ପଢ଼ନ୍ତୁ: ଫେସବୁକ୍ ଓ ସିଲଭର ଲେକର ଜିଓ ସହ ଚୁକ୍ତି ରିଲାଏନ୍ସ ବୃହତ ଯୋଜନାର ଅଂଶ: ଇରାନିଏହା ବି ପଢ଼ନ୍ତୁ: ରିଲାଏନ୍ସ ଜିଓର ୨.୩% ଅଂଶଧନ ଆମେରିକାର VEP ୧୧,୩୬୭ କୋଟି ଟଙ୍କାରେ କିଣିଲାନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।