News18 Odia Digital
ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର (Reliance Industries) ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ (ମାର୍ଚ୍ଚ) ତ୍ରୈମାସିକରେ ଶୁଦ୍ଧ ଲାଭ (net profit) ଦୁଇ ଗୁଣାରୁ ଅଧିକ ବୃଦ୍ଧି ପାଇ ୧୪,୯୯୫ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି । ପେଟ୍ରୋକେମିକାଲସ୍ ଓ ଉପଭୋକ୍ତା ବ୍ୟବସାୟରେ ହୋଇଥିବା ଉନ୍ନତି ଆଧାରରେ କମ୍ପାନି ଏହି ବିଶେଷ ସଫଳତା ପାଇଛି ବୋଲି ଶୁକ୍ରବାର ଦିନ କହିଛି ।
ଗତ ବର୍ଷ ଜାନୁଆରୀ-ମାର୍ଚ୍ଚ ତ୍ରୈମାସିକରେ କମ୍ପାନିର ନେଟ୍ ଲାଭ ୬,୩୪୮ କୋଟି ଟଙ୍କା ଥିଲା । ଏହି ତ୍ରୈମାସିକରେ କମ୍ପାନୀର ମୋଟ ଆୟ ୧,୭୨,୦୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଗତ ବର୍ଷ ଏହି ଅବଧିରେ କମ୍ପାନୀର ଆୟ ୧,୫୧,୪୬୧ କୋଟି ଟଙ୍କା ରହିଥିଲା । କୋଭିଡ୍-୧୯ ମହାମାରୀ ସତ୍ତ୍ୱେ ରିଲାଏନ୍ସ ଇଣ୍ଡ୍ଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited, RIL) ବର୍ଷକ ମଧ୍ୟରେ ୭୫ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ (Reliance CMD Mukesh Ambani) କହିଛନ୍ତି ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକରେ (୨୦୨୧ର ଜାନୁଆରୀ-ମାର୍ଚ୍ଚ) ଜିଓ ପ୍ଲାଟଫର୍ମସର୍ (Jio Platforms) ନେଟ୍ ଲାଭ ପୂର୍ବ ବର୍ଷର ଏହି ତ୍ରୈମାସିକ ତୁଳନାରେ ୪୭.୫% ବୃଦ୍ଧି ପାଇ ୩,୫୦୮ କୋଟି ଟଙ୍କା ହୋଇଛି । ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ କମ୍ପାନୀର ପରିଚାଳନାଗତ ରାଜସ୍ୱ ପ୍ରାୟ ୧୯% ବୃଦ୍ଧି ପାଇ ୧୮,୨୭୮ କୋଟି ଟଙ୍କା ହୋଇଛି । କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ମୋଟ ଗ୍ରାହକ ସଂଖ୍ୟା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ୪୨.୬୨ କୋଟିରେ ପହଞ୍ଚିଛି ।
ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲାକୋଭିଡ୍ ମହାମାରୀର ଚ୍ୟାଲେଞ୍ଜ୍ (COVID challenges) ସତ୍ତ୍ୱେ ଜିଓ ପ୍ଲାଟଫର୍ମସ୍ର (Jio Platforms) ୨୦୨୦-୨୧ ଆର୍ଥିକ ବର୍ଷରେ ରାଜସ୍ୱ ୭୫,୫୦୩ କୋଟି ଟଙ୍କା ଓ ଇବିଆଇଟିଡିଏ (EBITDA) ୩୨,୩୫୯ କୋଟି ଟଙ୍କା ହୋଇଛି । ଜିଓ ପ୍ଲାଟ୍ଫର୍ମସର ୨୦୨୦-୨୧ ଆର୍ଥିକ ବର୍ଷରେ ନେଟ୍ ଲାଭ ୧୨,୫୩୭ କୋଟି ଟଙ୍କା ରହିଛି ।
ଏହା ବି ପଢ଼ନ୍ତୁ | ବିପଦର ଘଣ୍ଟି! ଭୁବନେଶ୍ବରରେ କରୋନାର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି“ଜିଓ ପାଖରେ ବ୍ୟାପକ ଯୋଗଯୋଗରେ ରହୁଥିବା ୪୨୬ ନିୟୁତ ଗ୍ରାହକ ସଂଖ୍ୟା ରହିଛି । ଏମାନେ କେବଳ ନିଜ ପାଖରେ ଥିବା ଗ୍ରାହକ ନୁହନ୍ତି ବରଂ ସାରା ଦେଶରେ ଥିବା ସମସ୍ତ ବ୍ୟକ୍ତି, ଘର ପରିବାର ଓ ସଂସ୍ଥାଗୁଡ଼ିକ ପାଇଁ ଡିଜିଟାଲ୍ ଅନୁଭୂତିରେ ଉନ୍ନତି ଆଣିବାକୁ ପ୍ରତିବଦ୍ଧ । ବିଗତ କିଛି ବର୍ଷ ଭିତରେ ଏହି ପଥ-ସୃଷ୍ଟିକାରୀ ସହଯୋଗିତା ସହ ଜିଓ ଭାରତକୁ ଏକ ପ୍ରିମିୟର୍ ଡିଜିଟାଲ୍ ସମାଜରେ ପରିଣତ କରିବାକୁ ଉଦ୍ୟମ ଜାରି ରଖିଛି,’’ କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲା ‘ବନ୍ଧୁ’ମୁକେଶ ଅମ୍ବାନି ଆହୁରି କହିଛନ୍ତି, “କୋଭିଡ୍ ଦେଶ ପାଇଁ ଏକ ନୂଆ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି । ନିରବିଚ୍ଛିନ୍ନ ଗ୍ରାହକ ସେବା ନିଶ୍ଚିତ କରିବା ଲାଗି ସବୁ ପ୍ରକାର ସମସ୍ୟାର ସମାଧାନ କରିବା ଲାଗି ଜିଓର ଟିମଗୁଡ଼ିକ କ୍ଷେତ୍ର ସ୍ଥଳରେ ରହି ନିରବିଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି ।’’
(
ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।