ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିଟ୍ ଲାଭ ୪୦.୮% ବୃଦ୍ଧି ପାଇ ୧୯ ହଜାର ୪୪୩ କୋଟି ଟଙ୍କା
- News18 Odia
- Last Updated :
- Mumbai
News 18 Odia Digital
ମୁମ୍ବାଇ; ତୈଳ ଓ ଟେଲିକମ୍ ବ୍ୟବସାୟରୁ ଉତ୍ସାହଜନକ ଆୟ ହୋଇଥିବାରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍)ର ନିଟ୍ ଲାଭରେ ୪୦.୮% ବୃଦ୍ଧି ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଏପ୍ରିଲ୍-ଜୁନ୍ ତ୍ରୈମାସିକରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ନିଟ୍ ଲାଭ ପୂର୍ବ ଆର୍ଥିକ ବର୍ଷର ଏହି ତ୍ରୈମାସିକ ତୁଳନାରେ ବୃଦ୍ଧି ପାଇ ୧୯,୪୪୩ କୋଟି ଟଙ୍କା ହୋଇଛି ।
ସେହିପରି, ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ର ନିଟ୍ ଲାଭ ୧୧୪.୨% ବୃଦ୍ଧି ପାଇ ୨,୦୬୧ କୋଟି ଟଙ୍କା ହୋଇଛି । ଆଲୋଚ୍ୟ ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ର ମୋଟ ରାଜସ୍ୱ ୫୧.୯% ବୃଦ୍ଧି ପାଇ ୫୮,୫୫୪ କୋଟି ଟଙ୍କା ହୋଇଛି । ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲ୍ ୭୨୦ ଷ୍ଟୋର ଖୋଲିଛି, ଫଳରେ ମୋଟ ଷ୍ଟୋର ସଂଖ୍ୟା ୧୫,୯୧୬ରେ ପହଂଚିଛି ଯାହା ଦେଶର କୋଣ ଅନୁକୋଣରେ ୪୩.୨ ନିୟୁତ ବର୍ଗଫୁଟରେ ପରିବ୍ୟାପ୍ତ ରହିଛି । ରିଲାଏନ୍ସ ରିଟେଲ୍ ଏହି ତ୍ରୈମାସିକରେ ୧୭,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି ।
ରିଲାଏନ୍ସର ଓ ୨ସି ଶ୍ରେଷ୍ଠ ତ୍ରୈମାସିକ ପ୍ରଦର୍ଶନ କରି ସର୍ବକାଳୀନ ସର୍ବୋଚ୍ଚ ରାଜସ୍ୱ ଓ ଇବିଆଇଟିଡିଏ ହାସଲ କରିଛି । ଉଚ୍ଚ ଅଶୋଧିତ ତୈଳ ଓ ଉତ୍ପାଦ ମୂଲ୍ୟ ଯୋଗୁଁ ତ୍ରୈମାସିକରୁ ତ୍ରୈମାସିକ ଭିତିରେ କ୍ଷେତ୍ର ରାଜସ୍ୱ ୫୬.୭% ବୃଦ୍ଧି ପାଇ ୧,୬୧,୭୧୫ କୋଟି ଟଙ୍କା ହୋଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।