News 18 Odia Digital
ମୁମ୍ୱାଇ: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ଏହାର ବାର୍ଷିକ ସାଧାରଣ ସଭା (ଏଜିଏମ୍) ଆୟୋଜନ କରିବାକୁ ଯାଉଛି, ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ନିବେଶକ ଏବଂ ବିଶ୍ଳେଷକମାନଙ୍କ ପାଇଁ ପ୍ରମୁଖ ଘୋଷଣା ରହିପାରେ ।
ଲଗାତାର ତୃତୀୟ ବର୍ଷ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏଜିଏମ୍ କରାଯିବ, ଯାହା ସୋମବାର ଅପରାହ୍ନ ୨ ଟାରୁ ଆରମ୍ଭ ହେବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏହି ବୈଠକକୁ ସମ୍ବୋଧିତ କରିବେ। କମ୍ପାନୀର ବୋର୍ଡର ଅନ୍ୟ ସଦସ୍ୟ ଏବଂ ସହାୟକ କମ୍ପାନୀମାନେ ମଧ୍ୟ ଭାଷଣ ଦେବେ ଏବଂ ଉପସ୍ଥାପନା କରିବେ ବୋଲି ଆଶା କରାଯାଉଛି ।
ଇଭେଣ୍ଟ ନିମ୍ନ ପ୍ଲାଟଫର୍ମରେ ସିଧା ପ୍ରସାରଣ ହେବ:
୧. JIOMEET: https://jiomeet.jio.com/rilagm/joinmeeting.
"OTHERS" ଉପରେ କ୍ଲିକ୍ କରନ୍ତୁ, AGM ରେ ଯୋଗଦେବା ପାଇଁ ଆପଣଙ୍କର ସମ୍ପୂର୍ଣ୍ଣ ନାମ ଏବଂ ସଂଗଠନ, ଏବଂ କ୍ୟାପଚା କୋଡ୍ ପ୍ରବେଶ କରନ୍ତୁ ।
୨. ଫେସବୁକ୍ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ https://www.facebook.com/RelianceIndustriesLimited
ପ୍ଲେବ୍ୟାକ ୟୁଆରଏଲ୍(playback URL)
https://www.facebook.com/events/610199153827102/
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।