ରିଲାଏନ୍ସ ଫାଉଣ୍ଡେସନ୍‌ 'ଦୃଷ୍ଟି' ଏବେ ଗରିବ ଲୋକଙ୍କ ରାହା

ରିଲାଏନ୍ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନି ଖୁସି ଜାହିର୍ କରିଛନ୍ତି । ସେ କହିଛନ୍ତି, ଦୃଷ୍ଟି ଲୋକଙ୍କ ଜୀବନରେ ନୂଆ କିରଣ ଆଣି ଦେଇଛି ।

ରିଲାଏନ୍ସ ଫାଉଣ୍ଡେସନ୍‌ 'ଦୃଷ୍ଟି' ଏବେ ଗରିବ ଲୋକଙ୍କ ରାହା

ରିଲାଏନ୍ସ ଫାଉଣ୍ଡେସନ୍‌ 'ଦୃଷ୍ଟି' ଏବେ ଗରିବ ଲୋକଙ୍କ ରାହା

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ୍‌ (reliance foundation) ଦୃଷ୍ଟି ଏବେ ପାଲଟିଛି ଗରିବ ଲୋକଙ୍କ ପାଇଁ ରାହା । ୨୦ ବର୍ଷରେ ପାଦ ଦେଇଛି ଏହି ନିଆରା ପ୍ରୟାସ ଦୃଷ୍ଟି । ଗରିବ ଲୋକଙ୍କ ପାଇଁ ରାହା ପାଲଟିଥିବା ଦୃଷ୍ଟି ଜରିଆରେ ୨୦ ହଜାର ୫୦୦ରୁ ଅଧିକ ଲୋକଙ୍କ ମାଗଣାରେ ଆଖିର ଟ୍ରାନ୍ସପ୍ଲାଣ୍ଟ (transplant) କରାଯାଇଛି । ସେହିଭଳି ୧ ଲକ୍ଷ ୭୫ ହଜାର ଲୋକଙ୍କ ଦୃଷ୍ଟି ଶକ୍ତି ଫେରାଇ ଆଣିବା ପାଇଁ ପ୍ରୟାସ କରାଯାଇଛି ।

୨୦ ବର୍ଷ ପୂର୍ତ୍ତି ଅବସରରେ ମରାଠୀରେ ବ୍ରେଲି ଖବର କାଗଜ ଲଞ୍ଚ୍ କରିଛି ଦୃଷ୍ଟି । ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍ ଅଧ୍ୟକ୍ଷା ନୀତା ଅମ୍ବାନି ଖୁସି ଜାହିର୍ କରିଛନ୍ତି । ସେ କହିଛନ୍ତି, ଦୃଷ୍ଟି ଲୋକଙ୍କ ଜୀବନରେ ନୂଆ କିରଣ ଆଣି ଦେଇଛି । ଖୁସି ଓ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏବେ ଆନ୍ଦୋଳନର ରୂପ ନେଇଛି । ଆଗକୁ କିଭଳି ଅଧିକରୁ ଅଧିକ ଲୋକେ ଏଥିରେ ଉପକୃତ ହୋଇପାରିବେ ସେଥିପ୍ରତି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ନୀତା ଅମ୍ବାନି (nita ambani) । ୨୦୦୩ରେ ଆରମ୍ଭ ହୋଇଥିଲା ରିଲାଏନ୍ସ ଫାଉଣ୍ଡେସନ୍‌ ଦୃଷ୍ଟି । ଯାହା ଏବେ ଅନେକ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ିବାରେ ସହାୟକ ହୋଇଛି ।

ଏହି ଖବର ପଢ଼ନ୍ତୁ - http://ମିଶନ ମିଲେଟ୍‌: ମାଣ୍ଡିଆ ଦେଉଛି ରୋଜଗାର ଆତ୍ମ ନିର୍ଭରଶୀଳ ହେଉଛନ୍ତି ଗାଁ ମହିଳା
Published by:Soubhagya Mishra
First published: