News18 Odia Digital
ମୁମ୍ବାଇ: ଭାରତରେ ଡିଜିଟାଲ ଲିଙ୍ଗଗତ ବିଭେଦକୁ ଦୂର କରିବା ପାଇଁ ରିଲାଏନ୍ସ ଫାଉଣ୍ଡେସନର (Reliance Foundation) ଅଧ୍ୟକ୍ଷା ନୀତା ଅମ୍ବାନୀ (Nita Ambani) ଆମେରିକାର ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ୍ ଡେଭଲପମେଣ୍ଟ୍ (USAID) ସହିତ ହାତ ମିଳାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କ (Donald trump) ଝିଅ ତଥା ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ (Ivanka Trump) ଉପସ୍ଥିତ ଥିଲେ।
୨୦୧୯ରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାରା ବିଶ୍ୱରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ‘ୱିମେନ୍ସ ଗ୍ଲୋବାଲ ଡେଭଲପମେଣ୍ଟ ପ୍ରସ୍ପରିଟି’ (W-GDP) ପଦକ୍ଷେପ ଆରମ୍ଭ କରିଥିଲେ । ଏହାକୁ ତିଆରି କରିବାରେ ଇଭାଙ୍କା ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଡବ୍ଲୁ-ଜିଡିପି ପଦକ୍ଷେପ ୨୦୨୫ ସୁଦ୍ଧା ବିକାଶଶୀଳ ଦେଶମାନଙ୍କରେ ୫୦ ଲକ୍ଷ ମହିଳାଙ୍କ ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି ।
W-GDP ଇନିସିଏଟିଭ୍ ଅଧୀନରେ ରିଲାଏନ୍ସ ଫାଉଣ୍ଡେସନ୍ ଓ USAID ମିଳିତ ଭାବେ କାର୍ଯ୍ୟ କରିବେ । W-GDPର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଗୁରୁତ୍ୱପୂର୍ଣ୍ଣ ସହଭାଗୀତା ଘୋଷଣା କରାଯାଇଛି । ଏହି କାର୍ଯ୍ୟକ୍ରମର ଆୟୋଜନ ଆମେରିକାର ଡେପୁଟି ମନ୍ତ୍ରୀ ଷ୍ଟିଫେନ୍ ବେଜଗୁନ୍ କରିଥିଲେ । USAID ଡେପୁଟି ଆଡମିନିଷ୍ଟ୍ରେଟର ବୋନି ଗ୍ଲିକ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ନୀତା ଅମ୍ବାନୀ ଓ ତାଙ୍କ ପତି ରିଲାଏନ୍ସ CMD ମୁକେଶ ଅମ୍ବାନୀ
‘‘USAID ସହଭାଗିତାରେ ରିଲାଏନ୍ସ ଫାଉଣ୍ଡେସନ ଓ ଡବ୍ଲୁ-ଜିଡିପି ଏକାଠି ହେଉଥିବା ଘୋଷଣା କରି ମୁଁ ଖୁସି ଓ ଗର୍ବିତା । ଆମେ ଏକା ସାଙ୍ଗରେ ୨୦୨୦ରେ ସମଗ୍ର ଭାରତରେ W-GDP WomanConnect ଚ୍ୟାଲେଞ୍ଜ ଆରମ୍ଭ କରିବୁ । ଆମର ସାଧାରଣ ଲକ୍ଷ୍ୟ ହେଉଛି ଭାରତରେ ଉଭୟ ଲିଙ୍ଗଗତ ପାର୍ଥକ୍ୟ ଓ ଡିଜିଟାଲ ବିଭେଦ ଦୂର କରିବା କାରଣ ଯେତେବେଳେ ମହିଳାମାନେ ଜାଗ୍ରତ ହୁଅନ୍ତି ସେମାନେ ପରିବାର, ସମାଜ ଓ ଦେଶର ପ୍ରଗତି ପାଇଁ ନୂଆ ରାସ୍ତା ଖୋଲନ୍ତି । ପ୍ରକୃତ ଅର୍ଥରେ ବିକଶିତ ବିଶ୍ୱ ତାକୁ କୁହାଯିବ ଯେଉଁଠି ସମସ୍ତଙ୍କ ସହ ସମାନ ବ୍ୟବହାର ହୁଏ,’’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନୀତା ଅମ୍ବାନୀ କହିଛନ୍ତି ।
ଡବ୍ଲୁ-ଜିଡିପି ରିଲାଏନ୍ସ ଫାଉଣ୍ଡେସନ୍ ସହିତ ମିଶି ସମଗ୍ର ଭାରତରେ ମହିଳା କନେକ୍ଟ ଚ୍ୟାଲେଞ୍ଜ ଆରମ୍ଭ କରିବ । ଏହି ଚ୍ୟାଲେଞ୍ଜ ଭାରତରେ ଲିଙ୍ଗଗତ ଭେଦଭାବ ଦୂର କରିବା ସହିତ ଭାରତୀୟ ମହିଳାମାନଙ୍କୁ ବ୍ୟବସାୟରେ ଯୋଡ଼ିବା ଓ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିବ ।
ଏହା ବି ପଢ଼ନ୍ତୁ| ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତ ଏହା ବି ପଢ଼ନ୍ତୁ | ଭାରତରେ ସାଧାରଣ ଲୋକଙ୍କ ପାଖରେ ପହଁଞ୍ଚିବ କରୋନା ଟିକା; NITI ଆୟୋଗ ଆରମ୍ଭ କଲା ମନ୍ଥନରାଷ୍ଟ୍ରପତି ଟ୍ରମ୍ପଙ୍କ ପରାମର୍ଶଦାତା ଇଭାଙ୍କା ଟ୍ରମ୍ପ କହିଛନ୍ତି ଯେ ଏମିତି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଡବ୍ଲୁ-ଜିଡିପି ପାଣ୍ଠି ସୃଷ୍ଟି କରାଯାଇଛି । ‘‘ଆମେ ଆମେରିକା ସରକାର ଓ ବେସରକାରୀ କ୍ଷେତ୍ରର ସଂସାଧନ ଓ ଅଭିଜ୍ଞତାର ଲାଭ ଉଠାଉଛୁ ଯାହା ଫଳରେ ସ୍ଥାୟୀ ଓ ଗଭୀର ପ୍ରଭାବ ପଡ଼ିପାରିବ,’’ କହିଛନ୍ତି ଇଭାଙ୍କା ।
ମହିଳା ସଶକ୍ତିକରଣ ମିଶନରେ ରିଲାଏନ୍ସ ଫାଉଣ୍ଡେସନ୍ ରିଲାଏନ୍ସ ଜିଓର (Reliance Jio) ଶକ୍ତି ବ୍ୟବହାର କରିବାକୁ ଚାହୁଁଛି । ରିଲାଏନ୍ସ ଜିଓର ପ୍ରାୟ ୪୦ କୋଟି ଗ୍ରାହକ ଅଛନ୍ତି ଓ ଏହି ନେଟୱର୍କ୍ ଦେଶର ପ୍ରତ୍ୟେକ କୋଣରେ ପହଞ୍ଚିଛି । ରିଲାଏନ୍ସ ଫାଉଣ୍ଡେସନ ମଧ୍ୟ ନିଜ ଦଶମ ବାର୍ଷିକୀ ପାଳନ କରୁଛି । ଗତ ଦଶ ବର୍ଷରେ ରିଲାଏନ୍ସ ଫାଉଣ୍ଡେସନ ତିନି କୋଟି ୬୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ଛୁଇଁଛି । ରିଲାଏନ୍ସ ଜିଓ ଏବଂ ରିଲାଏନ୍ସ ଫାଉଣ୍ଡେସନ୍ ଭାରତରେ ଲିଙ୍ଗ ଓ ଡିଜିଟାଲ ବିଭାଜନକୁ ସମାପ୍ତ କରିବାରେ ଯଥେଷ୍ଟ ଯୋଗଦାନ ଦେଉଛନ୍ତି ।
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।