କୋଭିଡ ମୁକାବିଲା ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ୫ କୋଟି ଟଙ୍କା ସହାୟତା ଦେଲା ରିଲାଏନ୍ସ ଫାଉଣ୍ଡେସନ

ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏକ ସରକାରୀ ଚିଠିରେ ଉତ୍ତରାଖଣ୍ଡ ମୁଖ୍ୟ ମନ୍ତ୍ରୀ ତିରଥ ସିଂ ରାୱତଙ୍କୁ କହିଛନ୍ତି ଯେ ଆମେ କରୋନା ବିରୋଧରେ ଯୁଦ୍ଧରେ ଆପଣଙ୍କ ସହ ଅଛୁ ।

କୋଭିଡ ମୁକାବିଲା ପାଇଁ ଉତ୍ତରାଖଣ୍ଡ ସରକାରଙ୍କୁ ୫ କୋଟି ଟଙ୍କା ସହାୟତା ଦେଲା ରିଲାଏନ୍ସ ଫାଉଣ୍ଡେସନ
ଉତ୍ତରାଖଣ୍ଡ ସରକାରଙ୍କୁ ୫ କୋଟି ଟଙ୍କା ସହାୟତା ଦେଲା ରିଲାଏନ୍ସ ଫାଉଣ୍ଡେସନ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଦେହରାଡୁନ୍: କରୋନା ୨ୟ ଲହର ଯୋଗୁଁ ଭାରତ ସଙ୍କଟ ଦେଇ ଗତି କରୁଛି । କରୋନା ବିରୋଧରେ ଭାରତର ଯୁଦ୍ଧରେ ଅନେକ ସଂଗଠନ ହାତ ମିଳାଇଛନ୍ତି । ଦେଶର ବୃହତ୍ତମ ନିଗମ ରିଲାଏନ୍ସ ଫାଉଣ୍ଡେସନ ସହାୟତା ପ୍ରଦାନ କରିବାରେ ଶୀର୍ଷରେ ରହିଛି । କୋଭିଡ କେୟାର ସେଣ୍ଟର ନିର୍ମାଣ, ବିଦେଶୀ ପ୍ରଯୁକ୍ତିବିଦ୍ୟା ଆମଦାନି କରିବା ଓ ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାରକୁ ମାଗଣା ଟୀକାକରଣ ଯୋଗାଇବା ସହିତ ରିଲାଏନ୍ସ ଅନେକ ଉପାୟରେ ସାହାଯ୍ୟ କରୁଛି । ବର୍ତ୍ତମାନ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଦାନ ପାଇଁ ଅନନ୍ତ ଅମ୍ବାନୀ ହେଉଛି ଏକ ମଡେଲ୍ । ଉତ୍ତରାଖଣ୍ଡ ବିପର୍ଯ୍ୟୟ ପରିଚାଳନା ନିଗମକୁ ରିଲାଏନ୍ସ ତରଫରୁ ଦାନ କରାଯାଇଛି ।

ରିଲାଏନ୍ସ ଗ୍ରୁପ୍‌ର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏକ ସରକାରୀ ଚିଠିରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କୁ କହିଛନ୍ତି ଯେ ଆମେ କରୋନା ବିରୋଧରେ ଯୁଦ୍ଧରେ ଆପଣଙ୍କ ସହ ଅଛୁ । କରୋନା ସମୟରେ ଦେଶର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ରିଲାଏନ୍ସ କଠିନ ପରିଶ୍ରମ କରୁଛି । କୋଭିଡ ପରିସ୍ଥିତିରେ ଏହାର ରାଜ୍ୟବାସୀ କରିଥିବା କାର୍ଯ୍ୟକୁ ଉତ୍ତରାଖଣ୍ଡ ସରକାର ପ୍ରଶଂସା କରିଛନ୍ତି । ଏହି କରୋନା ଯୁଦ୍ଧରେ ଆମେ ଆପଣଙ୍କ ସହ ଯୋଗଦେବାକୁ ଚାହୁଁଛୁ । ତେଣୁ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିଗମକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଦାନ ଚିଠିରେ କୁହାଯାଇଛି ଯେ ଆସନ୍ତୁ ସମସ୍ତେ ମିଳିତ ଭାବେ କରୋନା ସହ ଲଢ଼ିବା ।



ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ ରିଲାଏନ୍ସ ମାଧ୍ୟମରେ ସହାୟତା ଯୋଗାଇ ଆସୁଛନ୍ତି । ଏବେ ତାଙ୍କ ପୁଅ ଅନନ୍ତ ଅମ୍ବାନୀ ମଧ୍ୟ ହାତ ମିଳାଇଛନ୍ତି । ନୀତା ଅମ୍ବାନୀ ଗଣମାଧ୍ୟମକୁ କହିଛନ୍ତି ଯେ କିଛି ଦିନ ପୂର୍ବରୁ ଆମ ପରିବାର କୋଭିଡ ସଂକ୍ରମିତଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ । କୋଭିଡ ସ୍ଥିତିକୁ ରିଲାଏନ୍ସ ଯେପରି ସାହାଯ୍ୟ କରୁଛି ଏହାକୁ ମଧ୍ୟ ସୁପ୍ରିମ କୋର୍ଟ ପ୍ରଶଂସା କରିଛନ୍ତି । ରିଲାଏନ୍ସ ବର୍ତ୍ତମାନ ରତ୍ନ ଶେଡ ପୁରରେ ଶହ ଶହ ବେଡ଼, ଅକ୍ସିଜେନ ସହିତ ଏକ କୋଭିଡ କେୟାର ସେଣ୍ଟର ନିର୍ମାଣ କରୁଛି । ରିଲାଏନ୍ସ ବର୍ତ୍ତମାନ ଦେଶର ନିଜର ସମସ୍ତ କର୍ମଚାରୀ ଓ ଏହାର ପରିବାରର ସଦସ୍ୟମାନଙ୍କୁ ମାଗଣା ଟିକାକରଣ କରୁଛି।
Published by: Jagdish Barik
First published: May 12, 2021, 4:49 PM IST