ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»RIL Q2 Result: ରିଲାଏନ୍ସର ଲାଭ ୪୬% ବଢ଼ି ୧୫,୪୭୯ କୋଟି ଟଙ୍କାରେ ପହଞ୍ଚିଲା; ଆୟ ବି ୫୦% ବଢ଼ିଲା

RIL Q2 Result: ରିଲାଏନ୍ସର ଲାଭ ୪୬% ବଢ଼ି ୧୫,୪୭୯ କୋଟି ଟଙ୍କାରେ ପହଞ୍ଚିଲା; ଆୟ ବି ୫୦% ବଢ଼ିଲା

Reliance financial results: Profit grows 46 pc to Rs 15,479 crore | ଷ୍ଟକ୍ ଏକ୍ସଚେଞ୍ଜକୁ ପଠାଯାଇଥିବା ସୂଚନାରେ ରିଲାଏନ୍ସ କହିଛି ଯେ ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀର ଏକୀଭୂତ ଆୟ ୧.୬୭ ଲକ୍ଷ କୋଟି ଟଙ୍କା ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଏହି ଆୟ ୧.୪୦ ଲକ୍ଷ କୋଟି ଟଙ୍କା ଥିଲା ।

RIL Q2 Result: ରିଲାଏନ୍ସର ଲାଭ ୪୬% ବଢ଼ି ୧୫,୪୭୯ କୋଟି ଟଙ୍କାରେ ପହଞ୍ଚିଲା; ଆୟ ବି ୫୦% ବଢ଼ିଲା
ରିଲାଏନ୍ସର ସି.ଏମ୍.ଡି. ମୁକେଶ ଅମ୍ବାନୀ
  • News18 Odia
  • Last Updated: October 22, 2021, 11:09 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (Reliance Industries Limited, RIL) ଶୁକ୍ରବାର ଦିନ ନିଜ ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳ ଘୋଷଣା କରିଛି । ମାର୍କେଟ୍‌ କ୍ୟାପ୍ (Market Cap) ଦ୍ୱାରା ଦେଶର ସର୍ବବୃହତ ଏହି କମ୍ପାନୀର ଲାଭ ସେପ୍ଟେମ୍ବର ୨୦୨୧ରେ ଶେଷ ହୋଇଥିବା ତ୍ରୈମାସିକରେ ୪୬% ବୃଦ୍ଧି ପାଇ ୧୫,୪୭୯ କୋଟି ଟଙ୍କା ହୋଇଛି ।

ଗତ ବର୍ଷ ଏହି ସମାନ ତ୍ରୈମାସିକରେ କମ୍ପାନୀର ଲାଭ ୧୦,୬୦୨ କୋଟି ଟଙ୍କା ଥିଲା । ତ୍ରୈମାସିକ ଆଧାରରେ ଦେଖିଲେ କମ୍ପାନୀର ଲାଭ ଚଳିତ ଆର୍ଥିକ ବର୍ଷର ଜୁନ୍ ତ୍ରୈମାସିକରେ ୧୩,୮୦୬ କୋଟି ଟଙ୍କା ଥିଲା । ତ୍ରୈମାସିକ ଭିତ୍ତିରେ ଏଥିରେ ୧୨.୧ ପ୍ରତିଶତ ବୃଦ୍ଧି ଘଟିଛି ।

ଏହା ବି ପଢ଼ନ୍ତୁ | ବିରୋଧୀ ଦଳମାନେ PM CARESକୁ ଟାର୍ଗେଟ୍ କରୁଛନ୍ତି, କହୁନାହାନ୍ତି ସେଥିରେ ଅମ୍ଳଜାନ କାରଖାନା ତିଆରି ହୋଇଛି

କମ୍ପାନୀର ଏକୀଭୂତ ଆୟ ବା ରେଭିନ୍ୟୁ ବି ୫୦ ପ୍ରତିଶତ ବୃଦ୍ଧି ପାଇ ୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଷ୍ଟକ୍ ଏକ୍ସଚେଞ୍ଜକୁ ପଠାଯାଇଥିବା ସୂଚନାରେ କମ୍ପାନୀ କହିଛି ଯେ ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀର ଏକୀଭୂତ ଆୟ ୧.୬୭ ଲକ୍ଷ କୋଟି ଟଙ୍କା ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କମ୍ପାନୀର ଏକୀଭୂତ ଆୟ ୧.୪୦ ଲକ୍ଷ କୋଟି ଟଙ୍କା ଥିଲା ।

ଏହା ବି ପଢ଼ନ୍ତୁ | ସାହିତ୍ୟ ପାଇଁ Nobel Prize ଜିତିଲେ ତାଞ୍ଜାନିଆର ଔପନ୍ୟାସିକ ଅବଦୁଲରଜାକ୍ ଗୁରୁନାହ

ଏହି ୧୦ଟି ତଥ୍ୟରୁ ବୁଝନ୍ତୁ ରିଲାଏନ୍ସର ଆର୍ଥିକ ଫଳ:

. ରିଲାଏନ୍ସର ଏକୀଭୂତ EBITDA ୩୦.୦% (YoY) ବୃଦ୍ଧି ପାଇ ରେକର୍ଡ଼ ୩୦,୨୮୩ କୋଟି ଟଙ୍କାରେ (୪.୧ ବିଲିୟନ ଡ଼ଲାର୍) ପହଞ୍ଚିଛି । O2C, ତୈଳ ଓ ଗ୍ୟାସ୍, ଡିଜିଟାଲ୍ ସେବା ଓ ଖୁଚୁରା ବେପାରରେ କମ୍ପାନୀର ପ୍ରଦର୍ଶନ ଖୁବ୍‌ ଭଲ ରହିଛି ।
. COVID ସଙ୍କଟରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧିକ ଶକ୍ତିଶାଳୀ ହୋଇ ବାହାରିଛି । କମ୍ପାନୀର ବାର୍ଷିକ EBITDA ରନ୍-ରେଟ୍‌ ରେକର୍ଡ଼ ସର୍ବାଧିକ ୧.୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।
. ତ୍ରୈମାସିକ ପାଇଁ ରେକର୍ଡ଼ ଏକତ୍ରିତ ନେଟ୍ ଲାଭ (ଶୁଦ୍ଧ ଲାଭ) ୪୬.୦% (YoY) ବୃଦ୍ଧି ପାଇ ୧୫,୪୭୯ କୋଟି ଟଙ୍କାରେ (୨.୧ ବିଲିୟନ୍‌ ଡ଼ଲାର୍) ପହଞ୍ଚିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମମତା ବାନାର୍ଜୀ ମଞ୍ଚରେ ବାବୁଲ୍ ସୁପ୍ରିୟୋଙ୍କ ସହ ଦୁର୍ଗା ପୂଜା ଆଲବମର ଗୀତ ଗାଇଲେ – VIDEO

୪. ତ୍ରୈମାସିକ ପାଇଁ ଏକତ୍ରିତ ଇପିଏସ୍ ୪୦.୭% (YoY) ଅଭିବୃଦ୍ଧି ସହିତ ପ୍ରତି ଶେୟାର୍‌ ୨୦.୯ ଟଙ୍କା ହୋଇଛି ।
୫. ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ୍ ସେବା ୯,୫୬୧ କୋଟି ଟଙ୍କାର ରେକର୍ଡ଼ EBITDA ହାସଲ କରିଛି ଯାହା ଗତ ବର୍ଷ ତୁଳନାରେ ୧୪.୬% ଅଧିକ । ଡିଜିଟାଲ୍ ସେବାଗୁଡି଼କର ତ୍ରୈମାସିକ ରାଜସ୍ୱ ପୂର୍ବ ବର୍ଷ ତୁଳନାରେ ୭.୪% ବୃଦ୍ଧି ପାଇ ରେକର୍ଡ଼ ୨୪,୩୬୨ କୋଟିରେ ପହଞ୍ଚିଛି ।

ଏହା ବି ପଢ଼ନ୍ତୁ | ଲାଲୁ ଯାଦବଙ୍କ ପରିବାରରେ ଫାଟ ଦିଶିଲା; ବଡ଼ ପୁ୍ଅ ତେଜ ପ୍ରତାପ ଯାଦବ ପାର୍ଟିରୁ ବାହାରିଗଲେ

୬. ରିଲାଏନ୍ସ ରିଟେଲର (Reliance retail) ରାଜସ୍ୱ କୋଭିଡ ପୂର୍ବର ସ୍ତରରେ ପହଞ୍ଚିଛି । ଏହି ତ୍ରୈମାସିକରେ ମୋ’ଟ ବିକ୍ରି ୪୫,୪୨୬ କୋଟି ଟଙ୍କା (୬.୧ ବିଲିୟନ୍‌ ଡ଼ଲାର୍) ହୋଇଛି, ଯାହା ୧୦.୫% ବୃଦ୍ଧି ଦର୍ଶାଉଛି ।
୭. ଏହି ତ୍ରୈମାସିକରେ ରିଲାଏନ୍ସ ରିଟେଲର EBITDA ୨,୯୧୩ କୋଟି ଟଙ୍କା (୩୯୨ ନିୟୁତ ଡଲାର୍‌) ହୋଇଛି । ଗତ ବର୍ଷ ତୁଳନାରେ ଏହା ୪୫.୨% ଅଧିକ । ତ୍ରୈମାସିକର ନେଟ୍ ଲାଭ ୧,୬୯୫ କୋଟି ଟଙ୍କାରେ (୨୨୮ ମିଲିୟନ୍‌ ଡ଼ଲାର୍) ପହଞ୍ଚିଛି । ଗତ ବର୍ଷ ତୁଳନାରେ ଏହା ୭୪.୨% ଅଧିକ ।
୮. ଜିଓ ପ୍ଲାଟଫର୍ମ୍ସର (Jio Platforms) ତ୍ରୈମାସିକ ଏକୀଭୂତ ନେଟ୍ ଲାଭରେ ୨୩.୫% (YoY) ବୃଦ୍ଧି ହୋଇ ଏହା ୩,୭୨୮ କୋଟି ଟଙ୍କାରେ (୫୦୨ ନିୟୁତ ଡଲାର୍‌) ପହଞ୍ଚିଛି ।

ଏହା ବି ପଢ଼ନ୍ତୁ | Nobel Prize 2021: ମାନବେ ହ୍ୟାସେଲମ୍ୟାନଙ୍କ ସମେତ ଜଣଙ୍କୁ ମିଳିଲା Physics ନୋବେଲ୍

୯. ଜିଓର ଗ୍ରାହକଙ୍କ ପାଇଁ ମାସିକ ARPU ପୂର୍ବ ତ୍ରୈମାସିକର ୧୩୮.୪ ଟଙ୍କା ତୁଳନାରେ ଦ୍ୱିତୀୟ ତ୍ରୈମାସିକରେ ୧୪୩.୬ ଟଙ୍କା ରେକର୍ଡ କରାଯାଇଛି । ଜିଓ ଫାଇବର୍‌ (Jio Fiber) ବ୍ୟବସାୟ ବି ଏହି ତ୍ରୈମାସିକରେ ଭଲ ଅଗ୍ରଗତି ଦେଖାଇଛି ।

୧୦. ରିଲାଏନ୍ସ ଜିଓ (Reliance Jio) ଓ ଗୁଗୁଲ୍‌ (Google) ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି, ଯାହା ଦ୍ୱାରା ଦୀପାବଳୀର ପାର୍ବଣ ଋତୁରେ ଜିଏ ଫୋନ୍‌ ନେକ୍ସକୁ (JioPhone Next) ବ୍ୟାପକ ଭାବରେ ଉପଲବ୍ଧ କରାଯାଇପାରିବ ।

ଏହା ବି ପଢ଼ନ୍ତୁ | Railway Jobs: ରେଳବାଇରେ ,୩୬୬ଟି ଚାକିରି ବାହାରିଛି; ଦଶମ ଶ୍ରେଣୀ ପାସ୍ କରିଥିଲେ ଆବେଦନ କରନ୍ତୁ

(ଡିସକ୍ଲେମର୍: News18 Odia Digital ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡ଼ର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ।)
Published by: Anand S.T. Das
First published: October 22, 2021, 11:09 PM IST