News18 Odia Digital
ନୂଆ ଦିଲ୍ଲୀ: ବଜାର ପୁଞ୍ଜି (market capital) ଦୃଷ୍ଟିରୁ ଦେଶର ବୃହତ୍ତମ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (Reliance Industries Limited, RIL) ବର୍ତ୍ତମାନ ବିଶ୍ୱର ୪୦ତମ ସବୁ ଠାରୁ ଅଧିକ ମୂଲ୍ୟବାନ କମ୍ପାନୀ ହୋଇପାରିଛି । ଏହା ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୨୧୦ ବିଲିୟନ ଡ଼ଲାରର (୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ) ମାର୍କେଟ୍ କ୍ୟାପ୍ ଛୁଇଁଥିବା ଭାରତର ପ୍ରଥମ କମ୍ପାନୀ ହୋଇଛି ।
ଅଶୋଧିତ ତୈଳ, ବିଶୋଧନାଗାର, ପେଟ୍ରୋକେମିକାଲ୍, ଖୁଚୁରା ଓ ଟେଲିକମ୍ କ୍ଷେତ୍ରରେ କାରବାର କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ହେଉଛି ଦେଶର ଅଗ୍ରଣୀ କମ୍ପାନୀ । ବିଶ୍ୱବ୍ୟାପୀ ବଜାର ମୂଲ୍ୟ ଅନୁଯାୟୀ ରିଲାଏନ୍ସ ହେଉଛି ୪୦ତମ ମୂଲ୍ୟବାନ କମ୍ପାନୀ ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଷ୍ଟକ୍ ଗୁରୁବାର ଦିନ NSE ଆନ୍ତଃ-ଦିନରେ ଏହାର ସର୍ବକାଳୀନ ରେକର୍ଡ ସ୍ତର ୨,୩୪୪.୯୫ ଟଙ୍କା ଛୁଇଁଛି । ଏହା ବାଣିଜ୍ୟ ଦିନର ଶେଷରେ ୭.୨୯ ପ୍ରତିଶତ ବୃଦ୍ଧି ପାଇ ୨,୩୧୯ ଟଙ୍କାରେ ବନ୍ଦ ହୋଇଛି । NSEରେ ରିଲାଏନ୍ସ ପିପିର (ReliancePP) ଷ୍ଟକ୍ ୧୦ ପ୍ରତିଶତର ଉପରି ସର୍କିଟ ଲାଗିଥିଲା ଓ ଏହା ସର୍ବକାଳୀନ ଉଚ୍ଚତା ୧,୩୯୩.୭ ଟଙ୍କାରେ ପହଞ୍ଚି ବନ୍ଦ ହୋଇଥିଲା । ଏହା ଦ୍ୱାରା କମ୍ପାନୀର ମାର୍କେଟ କ୍ୟାପ୍ ୧୫.୪୫ ଲକ୍ଷ କୋଟି ଟଙ୍କା, ବା ୨୧୦ ବିଲିୟନ ଡ଼ଲାରରେ ପହଞ୍ଚିଛି ।
ବଜାର ବନ୍ଦ ହେବା ସମୟରେ RILର ମାର୍କେଟ୍ କ୍ୟାପ୍ ୨୦୮.୩ ବିଲିୟନ ଡଲାର୍ ଥିଲା । ବଜାର ବିଶ୍ଳେଷକମାନଙ୍କ ଅନୁଯାୟୀ ଏହା ପ୍ରଥମ ଥର ପାଇଁ ଏମିତି ହେଉଛି ଯେ କୌଣସି ଭାରତୀୟ କମ୍ପାନୀ ୨୦୦ ବିଲିୟନ ଡଲାରର ବଜାର କ୍ୟାପ୍ ଅତିକ୍ରମ କରିଛି । ମାର୍କେଟ ବିଶ୍ଳେଷକଙ୍କ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବର୍ତ୍ତମାନ ଦୁନିଆର ୪୦ତମ ମୂଲ୍ୟବାନ କମ୍ପାନୀ ଓ ଏକ୍ସନ୍ ମୋବାଇଲ୍, ପେପସିକୋ, ସ୍ୟାପ୍, ଓରାକଲ୍, ଫାଇଜର ଓ ନୋଭାର୍ଟିସ୍ ଭଳି କମ୍ପାନୀ ଠାରୁ ଆଗରେ ରହିଛି । ଏସିଆର ଶ୍ରେଷ୍ଠ ୧୦ଟି ମୂଲ୍ୟବାନ କମ୍ପାନୀ ମଧ୍ୟରେ RIL ସାମିଲ୍ ଅଛି ।
ଏହା ବି ପଢ଼ନ୍ତୁ | ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତିଏହା ବି ପଢ଼ନ୍ତୁ | ଆଜି ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟରିଲାଏନ୍ସ ପିପି (ReliancePP) ବା ଆଂଶିକ ପେଡ୍-ଅପ୍ ସେୟାରଗୁଡିକ ମାତ୍ର ତିନି ମାସ ମଧ୍ୟରେ ୪.୪ ଗୁଣ ବୃଦ୍ଧି ପାଇଛି । ଏହି ଇସ୍ୟୁ ଜୁନ୍ ୪, ୨୦୨୦ରେ ବନ୍ଦ ହୋଇଥିଲା ଓ ନିବେଶକମାନଙ୍କୁ ପ୍ରତ୍ୟେକ ଆଂଶିକ ପେଡ୍-ଅପ୍ ସେୟାର ପାଇଁ ୩୧୪.୨୫ ଟଙ୍କା ଦେବାକୁ ପଡ଼ିଥିଲା ।
ଜୁନ୍ ୧୯, ୨୦୨୦ରେ, ରିଲାଏନ୍ସ ୧୫୦ ବିଲିୟନ ଡ଼ଲାରର ମାର୍କେଟ୍ କ୍ୟାପ୍ ଅତିକ୍ରମ କରିଥିଲା । କମ୍ପାନୀ ମାତ୍ର ୬୦ ଦିନର ସ୍ୱଳ୍ପ ସମୟ ମଧ୍ୟରେ ନିବେଶକଙ୍କ ମୂଲ୍ୟରେ (investor value) ୬୦ ବିଲିୟନ ଡଲାର ବୃଦ୍ଧି କରିଛି ।
(
ଡିସକ୍ଲେମର୍: News18 Odia ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କମ୍ପାନୀ ନେଟୱାର୍କ18 ମିଡ଼ିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ଏକ ଅଂଶ । ନେଟୱାର୍କ 18 ମିଡିଆ ଆଣ୍ଡ ଇନଭେଷ୍ଟମେଣ୍ଟ ଲିମିଟେଡର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।