Reliance profit q4: ୧୬,୨୦୩ କୋଟି ଲାଭ କରିଛି ରିଲିଆନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଶୁକ୍ରବାର ଏହାର ଚତୁର୍ଥ ତ୍ରୀମାସିକ ଫଳାଫଳ ଘୋଷଣା କରିଛି। କମ୍ପାନୀ ୧୬,୨୦୩ କୋଟି ଟଙ୍କାର ନିଟ୍ ଲାଭ ବିଷୟରେ ଜଣାଇଛି। ଗତ ବର୍ଷର ଲାଭ ୧୩,୨୨୬ କୋଟି ଥିଲା।

ରିଲିଆନ୍ସ (ପ୍ରତୀକାତ୍ମକ ଛବି)

ରିଲିଆନ୍ସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ଶୁକ୍ରବାର ଏହାର ଚତୁର୍ଥ ତ୍ରୀମାସିକ ଫଳାଫଳ ଘୋଷଣା କରିଛି। କମ୍ପାନୀ ୧୬,୨୦୩ କୋଟି ଟଙ୍କାର ନିଟ୍ ଲାଭ ବିଷୟରେ ଜଣାଇଛି। ଗତ ବର୍ଷର ଲାଭ ୧୩,୨୨୬ କୋଟି ଥିଲା।

ଗତ ବର୍ଷର ଶେଷ ତିନି ମାସରେ କମ୍ପାନୀର ଆୟ ୧୫୪,୬୯୬ କୋଟି ଟଙ୍କା ଥିଲା। ଏହା ୩୬.୬୯ ପ୍ରତିଶତ ବୃଦ୍ଧି ହୋଇ ଚଳିତ ବର୍ଷ ୨୧୧.୮ କୋଟି ଟଙ୍କା ହୋଇଛି। କମ୍ପାନୀର ପରିଷଦ ପ୍ରତି ଶେୟାର ୮୦,୦୦୦ ଡିଭିଡେଣ୍ଡ ସୁପାରିଶ କରିଛି। ରିଲାଏନ୍ସ ଚଳିତ ବର୍ଷ ମୋଟ ୭,୯୨,୭୫୮ କୋଟି କିମ୍ବା ୧୦୪.୬ ବିଲିୟନ ଟଙ୍କା ରୋଜଗାର କରିଛି । ଭାରତରେ ଏହା ହେଉଛି ପ୍ରଥମ କମ୍ପାନୀ ଯାହାକି ବାର୍ଷିକ ୧୦୦ବିଲିୟନ ମାର୍କ ଅତିକ୍ରମ କରିଥାଏ।

ଚଳିତ ବର୍ଷର ଚତୁର୍ଥ ତ୍ରଇ ମାସିକରେ କମ୍ପାନୀର ଅପରେଟିଂ ମାର୍ଜିନ ୧୦.୧ ପ୍ରତିଶତ ଥିଲା, ଯାହା ପୂର୍ବ ବର୍ଷର ୧୦.୬ ପ୍ରତିଶତ ଓ ଗତ ବର୍ଷ ସମାନ ତ୍ରୀମାସରେ ୯.୫ ପ୍ରତିଶତ ଥିଲା। ତିନିମାସ ମଧ୍ୟରେ, ନେଟ୍ ମାର୍ଜିନ୍ ୭.୮ ପ୍ରତିଶତକୁ ହ୍ରାସ ପାଇଲା। ଗତ ବର୍ଷ ସମାନ ତ୍ରୀ ମାସରେ ମାର୍ଜିନ ୯.୭ ପ୍ରତିଶତ ଏବଂ ପୂର୍ବ ବର୍ଷର ମୋଟ ମାର୍ଜିନ ୭.୮ ପ୍ରତିଶତ ଥିଲା।

ରିଲିଆନ୍ସ  ଜିଓ

ତିନିମାସ ପାଇଁ ମୋଟ ରାଜସ୍ୱ ୧୬,୧୩୯ କୋଟି ଟଙ୍କା (୩.୪ବିଲିୟନ) ଥିଲା ଯାହା ପୂର୍ବ ବର୍ଷ ତୁଳନାରେ ୨୦.୭ ପ୍ରତିଶତ ଅଧିକ ଥିଲା।

ତିନିମାସ ପାଇଁ ମୋଟ EBITDA ହେଉଛି ୧୦,୯୧୮ କୋଟି ଟଙ୍କା (୧.୪ ବିଲିୟନ), ଯାହା ପୂର୍ବ ବର୍ଷ ତୁଳନାରେ ୨୭.୪ ପ୍ରତିଶତ ଅଧିକ।

ତିନିମାସ ପାଇଁ ମୋଟ ଲାଭ ୪,୩୧୩ କୋଟି ଟଙ୍କା ଥିଲା , ଯାହା ପୂର୍ବ ବର୍ଷ ତୁଳନାରେ ୨୨.୯ ପ୍ରତିଶତ ଅଧିକ ଥିଲା।

ତିନିମାସ ପାଇଁ ନଗଦ ଲାଭ ୯,୬୨୩ କୋଟି (୧.୩ ବିଲିୟନ) ଥିଲା ଯାହା ପୂର୍ବ ବର୍ଷ ତୁଳନାରେ ୨୪.୦ ପ୍ରତିଶତ ଅଧିକ ଥିଲା।

ମୋଟ ଗ୍ରାହକଙ୍କ ସଂଖ୍ୟା ହେଉଛି ୪୧୦.୨ ମିଲିୟନ୍।

ଏହି ତିନିମାସ ପାଇଁ ୟୁନିଟ୍ ପିଛା ହାରାହାରି ରାଜସ୍ୱ ହେଉଛି ପ୍ରତି ଗ୍ରାହକଙ୍କ ପାଇଁ ୧୬୭.୬ ଟଙ୍କା।

 ଖୁଚୁରା:

ତିନିମାସ ପାଇଁ ମୋଟ ରାଜସ୍ୱ ୫୮.୦୧୭ କୋଟି ଥିଲା, ଯାହା ପୂର୍ବ ବର୍ଷ ତୁଳନାରେ ୨୩.୩ ପ୍ରତିଶତ ଥିଲା।

ତିନିମାସ ପାଇଁ ମୋଟ EBITDA ହେଉଛି ୩,୭୦୫ କୋଟି ଟଙ୍କା ଯାହା ପୂର୍ବ ବର୍ଷ ତୁଳନାରେ ୨.୪ ପ୍ରତିଶତ ଅଧିକ।

ତିନିମାସ ପାଇଁ ମୋଟ ଲାଭ ୨,୧୩୯ କୋଟି ଟଙ୍କା ଥିଲା ଯାହା ପୂର୍ବ ବର୍ଷ ତୁଳନାରେ ୪.୮ ପ୍ରତିଶତ ଅଧିକ ଥିଲା।

ତିନିମାସ ପାଇଁ ନଗଦ ଲାଭ ୨,୮୭୮ କୋଟି ଥିଲା ଯାହା ପୂର୍ବ ବର୍ଷ ତୁଳନାରେ ୩.୮ ପ୍ରତିଶତ ଅଧିକ ଥିଲା।

ରିଲାଏନ୍ସ ଦୋକାନଗୁଡିକର ମୋଟ ସଂଖ୍ୟା ହେଉଛି ୧୫,୧୯୬ ଯେଉଁଥିରୁ ତିନି ମାସରେ ୭୯୩ ଟି ନୂଆ ଷ୍ଟୋର ଖୋଲା ଯାଇଥିଲା।

ଏହି କ୍ଷେତ୍ରରୁ ଆୟ ୪୪.୨ ପ୍ରତିଶତ ବୃଦ୍ଧି ହୋଇ ୧୯.୨ବିଲିୟନ ଡ଼ଲାରରେ ପହଞ୍ଚିଛି।

ଚାହିଦା ବୃଦ୍ଧି ହେତୁ ଦ୍ରବ୍ୟର ପରିମାଣ ୪.୨ ପ୍ରତିଶତ ବୃଦ୍ଧି ପାଇଲା।

ଗତ ବର୍ଷ ସମାନ ତ୍ରୀମାସିକ ତୁଳନାରେ ସେଗମେଣ୍ଟ EBITD ର ଆୟ ୨୪.୮ ପ୍ରତିଶତ ବୃଦ୍ଧି ପାଇ ୧୪.୨୪୧ ବିଲିୟନ କିମ୍ବା 2021-22 ଆର୍ଥିକ ବର୍ଷର ଶେଷ ତ୍ରୀମାସରେ ୧.୯ବିଲିୟନ।

 ତେଲ ଏବଂ ଗ୍ୟାସ

ଚତୁର୍ଥ ତ୍ରୀମାସିକରେ ଏହି ବ୍ଲକର ଆୟ ୨୦୦୦ କୋଟି ଟଙ୍କା ଥିଲା କିମ୍ବା ପୂର୍ବ ବର୍ଷ ତୁଳନାରେ ୧୩୬.୮ ପ୍ରତିଶତ ଅଧିକ ଥିଲା।

FY 2021-22 ର ଚତୁର୍ଥ ତ୍ରୀ ମାସିକରେ, EBITDA ରାଜସ୍ୱ ଦ୍ରୁତ ଗତିରେ ୧,୫୫୬ କୋଟି ଟଙ୍କାକୁ ବୃଦ୍ଧି ପାଇ ପୂର୍ବ ବର୍ଷ ତୁଳନାରେ ୭.୫ ପ୍ରତିଶତ ବୃଦ୍ଧି ପାଇଛି।

ଏହି ତ୍ରୀମାସିକ ପାଇଁ, KGD 6 ଉତ୍ପାଦନ ୩୭.୭ bcf (ରିଲାଏନ୍ସର ଏକ ଅଂଶ) ଥିଲାବେଳେ FY 2020-21 ରେ ଉତ୍ପାଦନ ହାର ୧୫ bcf ଥିଲା।

ମିଡିଆ:

Q4 ପାଇଁ ମୋଟ ରାଜସ୍ୱ ୧,୬୨୧ କୋଟି ଟଙ୍କା ଥିଲା, ଯାହା ଗତ ବର୍ଷ ସମାନ ତ୍ରୀମାସିକରୁ ୧୪.୬ ପ୍ରତିଶତ ଅଧିକ।

ତିନିମାସ ପାଇଁ ମୋଟ EBITDA ହେଉଛି ୨୬ କୋଟି ଟଙ୍କା ଯାହା ପୂର୍ବ ବର୍ଷ ତୁଳନାରେ ୧୮.୪ ପ୍ରତିଶତ ଅଧିକ।
Published by:Soumya Das
First published: