ପୁରୁଷମାନଙ୍କର ଏହି ୫ଟି ଅଭ୍ୟାସ; ଯାହାକୁ ପସନ୍ଦ କରନ୍ତି ନାହିଁ ମହିଳା.. ଭାଙ୍ଗିଯାଏ ସମ୍ପର୍କ

ଏପରି କିଛି ଅଭ୍ୟାସ ଥାଏ ଯାହା ଆପଣଙ୍କର ଚରିତ୍ର ଉପରେ ପ୍ରଶ୍ନ ଉଠାଏ ଏବଂ ଆପଣ ସହଜରେ ନିଜ ସାଥୀଙ୍କ ଆଖିରେ ତଳକୁ ଖସିପାରନ୍ତି । ଏହି ଖରାପ ଅଭ୍ୟାସ ହେତୁ, ଅନେକ ଥର ସାଥୀ ସନ୍ଦେହରେ ଆପଣଙ୍କୁ ଦେଖିବା ଆରମ୍ଭ କରେ କିମ୍ବା ସ୍ୱଚ୍ଛ ହେବାକୁ ଅସମର୍ଥ ହୁଏ ।

ପୁରୁଷମାନଙ୍କର ଏହି ୫ଟି ଅଭ୍ୟାସ; ଯାହାକୁ ପସନ୍ଦ କରନ୍ତି ନାହିଁ ମହିଳାମାନେ.. ଭାଙ୍ଗିଯାଏ ସମ୍ପର୍କ

ପୁରୁଷମାନଙ୍କର ଏହି ୫ଟି ଅଭ୍ୟାସ; ଯାହାକୁ ପସନ୍ଦ କରନ୍ତି ନାହିଁ ମହିଳାମାନେ.. ଭାଙ୍ଗିଯାଏ ସମ୍ପର୍କ

  • Share this:
News 18 Odia Digital

Women Do Not Like These Habits Of Men:

ଆପଣଙ୍କର କିଛି ଅଭ୍ୟାସ ଆପଣଙ୍କ ସାଥୀ ପସନ୍ଦ କରନ୍ତି । ଆଉକିଛି ଅଭ୍ୟାସ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରେ । କିନ୍ତୁ, ଏପରି କିଛି ଅଭ୍ୟାସ ଥାଏ ଯାହା ଆପଣଙ୍କର ଚରିତ୍ର ଉପରେ ପ୍ରଶ୍ନ ଉଠାଏ ଏବଂ ଆପଣ ସହଜରେ ନିଜ ସାଥୀଙ୍କ ଆଖିରେ ତଳକୁ ଖସିପାରନ୍ତି । ଏହି ଖରାପ ଅଭ୍ୟାସ ହେତୁ, ଅନେକ ଥର ସାଥୀ ସନ୍ଦେହରେ ଆପଣଙ୍କୁ ଦେଖିବା ଆରମ୍ଭ କରେ କିମ୍ବା ସ୍ୱଚ୍ଛ ହେବାକୁ ଅସମର୍ଥ ହୁଏ । ଏହି ପରିସ୍ଥିତିରେ, ସମ୍ପର୍କ ମଝିରେ ଫାଟ ସୃଷ୍ଟି ହୁଏ ଏବଂ ଏକାଠି ରହିବା କୌଣସି ଦଣ୍ଡଠାରୁ କମ୍ ଅନୁଭବ କରେ ନାହିଁ । ଏଠାରେ ଆମେ ପୁରୁଷମାନଙ୍କର ସେହି ଅଭ୍ୟାସ ବିଷୟରେ ଉଲ୍ଲେଖ କରିବାକୁ ଯାଉଛୁ, ଯାହାକୁ ମହିଳାମାନେ ଜମରୁବି ସହ୍ୟ କରିବାକୁ ସକ୍ଷମ ହୋଇନଥାନ୍ତି ଓ ଆପଣଙ୍କ ସମ୍ପର୍କର ସୂତା ଅଡୁଆ ହେବା ଆରମ୍ଭ ହୋଇଯାଏ । ଆସନ୍ତୁ ଜାଣିବା ସେହି ଅଭ୍ୟାସଗୁଡ଼ିକ ବିଷୟରେ ।

ମହିଳାମାନଙ୍କୁ ସମ୍ମାନ ନଦେବା

ଅନେକ ପୁରୁଷ ଅଛନ୍ତି ଯେଉଁମାନେ ମହିଳାଙ୍କୁ ଭଲ ବ୍ୟବହାର କରନ୍ତି ନାହିଁ । କେବଳ ଏତିକି ନୁହେଁ, ଅନେକ ଥର ସେମାନେ ନିଜ ମହିଳା ସାଥୀ ସହିତ କଥାବାର୍ତ୍ତା କରିବା ସମୟରେ ସେମାନଙ୍କୁ ଗାଳି ଦେଇ କଥା ହୁଅନ୍ତି, ମହିଳାମାନେ ଆପଣଙ୍କର ଏହି ଅଭ୍ୟାସକୁ ଜମାବି ପସନ୍ଦ କରନ୍ତି ନାହିଁ । କଥା କଥାରେ ଯେଉଁ ସାଥୀ ସେମାନଙ୍କୁ ଅପମାନିତ କରନ୍ତି, ସାଥିଙ୍କ ସହ ସେମାନଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥାଏ ।

ଅସନା କରୁଥିବା ବ୍ୟକ୍ତି

ଅନେକ ପୁରୁଷ ସବୁକିଛି ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଏବଂ ସ୍ୱଚ୍ଛତା ପ୍ରତି ସେମାନଙ୍କର ଆଗ୍ରହ ନଥାଏ । ସେମାନେ ନିଜ ଶରୀରକୁ ଭଲ ଭାବରେ ସଫା କରନ୍ତି ନାହିଁ କିମ୍ବା ନିଜ ଆଖପାଖର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଆଗ୍ରହ ଦେଖାନ୍ତି ନାହିଁ । ମହିଳାମାନେ ଏପରି ପୁରୁଷମାନଙ୍କୁ ପସନ୍ଦ କରନ୍ତି ନାହିଁ । ପରିଷ୍କାର ପରିଚ୍ଛନ୍ନତା ହେତୁ, ସେମାନେ ପ୍ରାୟତଃ ଝଗଡ଼ା କରନ୍ତି ଓ ସମ୍ପର୍କ ଭାଙ୍ଗିବା ପର୍ଯ୍ୟନ୍ତ ସ୍ଥିତି ଉପୁଜିଥାଏ ।

ଝିଅମାନଙ୍କ ସହିତ ଫ୍ଲର୍ଟ କରିବା

ମହିଳାମାନେ ମଧ୍ୟ ସେହି ପୁଅମାନଙ୍କୁ ପସନ୍ଦ କରନ୍ତି ନାହିଁ, ଯେଉଁମାନେ ସମ୍ପର୍କରେ ଥାଇ ମଧ୍ୟ ଅନ୍ୟ ଝିଅମାନଙ୍କ ସହିତ ଫ୍ଲର୍ଟ କରିବାର ସୁଯୋଗ ଖୋଜନ୍ତି । ଏପରି ପରିସ୍ଥିତିରେ, ମହିଳା ସାଥୀକୁ ଏହି ବାର୍ତ୍ତା ଯାଇଥାଏ ଯେ ଆପଣ ନିଜର ସମ୍ପର୍କ ପ୍ରତି ଗମ୍ଭୀର ନୁହନ୍ତି । ତାଙ୍କର ଏହି ଅଭ୍ୟାସ ମହିଳାମାନଙ୍କୁ ଅସୁରକ୍ଷିତ ମନେ କରେ ।

ମହିଳା ସାଥୀଙ୍କ ବନ୍ଧୁ ପ୍ରତି ଧ୍ୟାନ ନଦେବା

କିଛି ପୁରୁଷ ନିଜ ପତ୍ନୀ କିମ୍ବା ମହିଳା ବନ୍ଧୁଙ୍କ ସାଙ୍ଗମାନଙ୍କ ସହିତ ଅଧିକ ଆରାମଦାୟକ ଅନୁଭବ କରନ୍ତି ନାହିଁ ଏବଂ ସେମାନଙ୍କ ସହିତ ବେଶୀ କଥା ହୁଅନ୍ତି ନାହିଁ । କିନ୍ତୁ ଏହା ସେମାନେ ଧ୍ୟାନ ଦିଅନ୍ତି ନାହିଁ ଯେ, ସେମାନଙ୍କର ଏହି ଆଚରଣ ତାଙ୍କ ସାଥୀକୁ ଖରାପ ଲାଗିପାରେ । ଏହି ପରିସ୍ଥିତିରେ, ଆପଣଙ୍କ ସାଥୀଙ୍କ ସାଙ୍ଗମାନଙ୍କୁ କେବେବି ଅବହେଳା କରନ୍ତୁ ନାହିଁ ।
ମିଛ କହିବା

କିଛି ପୁରୁଷ କଥା କଥାରେ ମିଥ୍ୟା କହି ସେଠାରେ କଥାକୁ ସମାପ୍ତ କରିବାକୁ ଚାହାଁନ୍ତି । କିନ୍ତୁ ଆମେ ଆପଣଙ୍କୁ କହିବୁ ଯେ ଏହା କରିବା ଦ୍ୱାରା ମହିଳା ସାଥୀଙ୍କ ବିଶ୍ୱାସ ଭାଙ୍ଗିଯାଏ ଏବଂ ସମ୍ପର୍କରେ ସ୍ୱଚ୍ଛତା କମିବା ଆରମ୍ଭ କରେ । ମହିଳାମାନେ ଏପରି କାର୍ଯ୍ୟକୁ ବିଲକୁଲ ପସନ୍ଦ କରନ୍ତି ନାହିଁ ।

ଯେତେବଳେ ମହିଳା ସାଥୀ ଆପଣଙ୍କ ସହଯୋଗ ଆବଶ୍ୟକ କରୁଛନ୍ତି ସେତେବେଳେ ଯଥା ସମ୍ଭବ ତାଙ୍କ ସାଥିରେ ରୁହନ୍ତୁ। ଅଧିକାଂଶ ମହିଳା ଥାନ୍ତି ଯାହାଙ୍କୁ ଅଧିକ ଧନ, ବଡ଼ ବଡ଼ ଗିଫ୍ଟ ଦରକାର ନଥାଏ, ସେମାନେ କେବଳ ସବୁ ସମୟରେ ସାଥୀଙ୍କର ଭଲ ପାଇବା ଏବଂ ସହଯୋଗ ଲୋଡ଼ିଥାନ୍ତି। ତେଣୁ ତାଙ୍କର ଛୋଟ ଛୋଟ ଇଛାକୁ ଯଥା ସମ୍ଭବ ପୁରଣ କରିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ସବୁବେଳେ ହସଖୁସିରେ କଟିବ ।
Published by:Soubhagya Mishra
First published: