କଥାରେ ବି ଭାଙ୍ଗିଯାଇପରେ ସମ୍ପର୍କ ; ସମ୍ପର୍କ ଭାଙ୍ଗିବାରୁ ବଞ୍ଚାଇବ ଏହି ଖାସ୍ ଟିପ୍ସ

ମିଠା ସମ୍ପର୍କ ପାଇଁ ଟିପସ୍ ।

ମିଠା ସମ୍ପର୍କ ପାଇଁ ଟିପସ୍ ।

  • Share this:
News 18 Odia Digital

ଭୁବନେଶ୍ୱର; ବନ୍ଧୁତା ହେଉ କିମ୍ବା ସହଭାଗୀତା, ପ୍ରତ୍ୟେକ ସମ୍ପର୍କରେ ସର୍ବଦା ଟିକିଏ ଦ୍ୱନ୍ଦ ରହିଥାଏ । ବେଳେବେଳେ ଏହି ଦ୍ଵନ୍ଦ ଏତେ ବଢ଼ିଯାଏ ଯେ, ଯେଉଁ କାରଣରୁ ବ୍ରେକଅପ୍, ସମ୍ପର୍କ ଭାଙ୍ଗିବା ଭଳି ସମସ୍ୟା ଆସିଥାଏ । ଯଦି ଆପଣ କୌଣସି ସମ୍ପର୍କରେ ଥିବା ସମୟରେ ଏହି ଭୁଲ୍ କରନ୍ତି, ଏହା ଆପଣଙ୍କ ଉପରେ ଭାରି ପଡ଼ିପାରେ ।

ଏମିତି ବି ହୋଇପାରେ ଆପଣ ଯେଉଁ କଥାକୁ ଛୋଟ ବୋଲି ଭାବୁଛନ୍ତି, ତାହା ଆପଣଙ୍କ ସମ୍ପର୍କର ସମାପ୍ତ ହେବାର କାରଣ ହୋଇପାରେ । ଏହି ପରିସ୍ଥିତିରେ କଥାବାର୍ତ୍ତା ସବୁବେଳେ ଭାବିଚିନ୍ତି କରିବା ଉଚିତ । ଯଦି ଆପଣ ମଧ୍ୟ ସଂପର୍କରେ ଅଛନ୍ତି ଏବଂ ଦୀର୍ଘ ସମୟ ଧରି ସମ୍ପର୍କ ବଜାୟ ରଖିବାକୁ ଚାହାଁନ୍ତି, ତେବେ ଏହି ଛୋଟ ଜିନିଷଗୁଡ଼ିକର ଧ୍ୟାନ ରଖିବା ଉଚିତ୍ । ଏହି ଟିପ୍ସଗୁଡ଼ିକର ସାହାଯ୍ୟରେ, ଆପଣ ଆପଣଙ୍କର ସମ୍ପର୍କକୁ ସୁଦୃଢ କରି ପାରିବେ ।

ସମ୍ପର୍କରେ ଭାବିଚିନ୍ତି କଥା ହୁଅନ୍ତୁ - ଯେ କୌଣସି ସମ୍ପର୍କ ବଜାୟ ରଖିବାରେ ଯୋଗାଯୋଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତେଣୁ ଆପଣଙ୍କ ସାଥୀ ପାଇଁ ଦିନରୁ କିଛି ସମୟ ବାହାର କରିବାକୁ ଚେଷ୍ଟା କରନ୍ତୁ । ନିଜର ସମସ୍ୟାକୁ ସହଭାଗୀଙ୍କ ସହ ବାଣ୍ଟନ୍ତୁ । ଖାଲି ନିଜ କଥା କୁହନ୍ତୁ ନାହିଁ ବରଂ ତାଙ୍କ କଥା ଶୁଣିବାକୁ ଧର୍ଯ୍ୟ ବି ରଖନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କର ସମ୍ପର୍କ ମଧ୍ୟ ସୁଦୃଢ ହେବ ଏବଂ ଆପଣଙ୍କ ସାଥୀ ଅନୁଭବ କରିବେ ନାହିଁ ଯେ ସେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହଁନ୍ତି । ତୁମର ଅନୁଭବକୁ ସାଥିଙ୍କ ସହ ବାଣ୍ଟ, ଏହାଦ୍ବାରା ସଂପର୍କ ମଜଭୁତ ହୋଇଥାଏ ।

ସମ୍ପର୍କକୁ ମଜବୁତ କରିବାକୁ ଆପଣଙ୍କ ସାଥୀଙ୍କୁ କେବେବି ଏହି ପ୍ରଶ୍ନ ପଚାରନ୍ତୁ ନାହିଁ, ସମ୍ପର୍କ ଦୀର୍ଘସ୍ଥାୟୀ ରହିବ

- ପ୍ରତ୍ୟେକ ସମ୍ପର୍କରେ ବିଶ୍ୱାସ ରହିବା ଅତ୍ୟନ୍ତ ଜରୁରୀ, କାରଣ ଯଦି ସମ୍ପର୍କରେ କୌଣସି ବିଶ୍ୱାସ ନଥାଏ, ତେବେ ସମ୍ପର୍କ ଭାଙ୍ଗିବାକୁ ବେଶୀ ସମୟ ଲାଗିବ ନାହିଁ । ଆପଣ ସାଥୀଙ୍କୁ ସବୁକିଛି କହିବାକୁ ଚେଷ୍ଟା କରନ୍ତୁ, ଯାହାଫଳରେ ସେ ଆପଣଙ୍କ ଉପରେ ବିଶ୍ୱାସ କରିପାରିବେ । ଏହା ଆପଣଙ୍କ ସମ୍ପର୍କକୁ ସୁସ୍ଥ ଏବଂ ସୁଦୃଢ଼ କରିବାରେ ସହାୟକ ହେବ । ସବୁବେଳେ ନିଜ ସାଥୀଙ୍କ ସହିତ କୌଣସି ବିଷୟରେ କଥାବାର୍ତ୍ତା କରିବାକୁ ଭୟ କରିନ୍ତୁ ନାହିଁ ଏବଂ ଆପଣଙ୍କ କଥାକୁ ଖୋଲାଖୋଲି ରଖନ୍ତୁ । କୌଣସି ବ୍ୟକ୍ତିଙ୍କ ପ୍ରତି ସମ୍ମାନଠାରୁ ଅଧିକ କୌଣସି ଉପହାର ନାହିଁ, ତେଣୁ ନିଜ ସାଥୀଙ୍କ ସମ୍ମାନ କରିବା ଭୁଲନ୍ତୁ ନାହିଁ । ଯଦିଓ ଆପଣଙ୍କର ସାଥୀଙ୍କ ସହିତ ଝଗଡ଼ା ହୁଏ, ତଥାପି ସେହି ସମୟରେ ତାଙ୍କୁ କଣ କହିବେ ଏବଂ କ’ଣ ନ କହିବେ ତାର ଧ୍ୟାନ ରଖିବେ । ଏହା କରିବା ଦ୍ୱାରା ଆପଣଙ୍କ ସାମ୍ନାରେ ଥିବା ବ୍ୟକ୍ତିଙ୍କ ମନରେ ଏକ ଅଲଗା ସ୍ଥାନ ସୃଷ୍ଟି ହେବ ।

- ସମ୍ପର୍କକୁ ଆକର୍ଷଣୀୟ ରଖିବା ପାଇଁ, ଆପଣ ସାଥିଙ୍କ ସହିତ ଏକ ରୋମାଣ୍ଟିକ ରାତ୍ରୀ ଭୋଜନକୁ ଯିବା କିମ୍ବା ଏକାଠି ଚଳଚ୍ଚିତ୍ର ଦେଖିବା ଉଚିତ । ଆହୁରି ମଧ୍ୟ, ଆପଣଙ୍କ ସାଥୀଙ୍କୁ ବ୍ୟକ୍ତିଗତ ସ୍ଥାନ ଦିଅନ୍ତୁ, ଏହାଦ୍ବାରା ମଧ୍ୟ ସମ୍ପର୍କରେ ସୁଖ ଆସିଥାଏ ।
Published by:Soubhagya Mishra
First published: