ବିବାହିତ ପୁରୁଷଙ୍କ ସହ ପ୍ରେମ? ଅଭିନେତ୍ରୀ ରେଖା ଏହା ବିଷୟରେ କ’ଣ କହିଲେ ଜାଣନ୍ତୁ - VIDEO
ରେଖା ଅମିତାଭ ବଚ୍ଚନଙ୍କ ପ୍ରେମରେ ପାଗଳ ଥିଲେ ସେହି ସମୟରେ ଯେତେବେଳେ ଅମିତାଭ୍ ଜୟା ବଚ୍ଚନଙ୍କୁ ବିବାହ କରିସାରିଥିଲେ । ଗୁଜବ ଉଠିଥିଲା ଯେ ରେଖାଙ୍କ ଯୋଗୁଁ ଅମିତାଭ ଓ ଜୟାଙ୍କ ବୈବାହିକ ସମ୍ପର୍କରେ କଟୁତା ଆସିଥିଲା ।

ଇଣ୍ଡିଆନ୍ ଆଇଡଲରେ ରେଖା
- News18 Odia
- Last Updated: April 7, 2021, 6:20 PM IST
ମୁମ୍ବାଇ: ଲୋକପ୍ରିୟ ମ୍ୟୁଜିକ୍ ରିୟଲିଟି ଶୋ’ ଇଣ୍ଡିଆନ୍ ଆଇଡଲ୍ (Indian Idol) ଅନେକ ଚିର-ସବୁଜ ତାରକାଙ୍କୁ ଅତିଥି ଭାବରେ ଆଣିଛି । ନୀତୁ କପୁରଙ୍କ ପରେ ରେଖା (Rekha) ଇଣ୍ଡିଆନ୍ ଆଇଡଲ୍ ୧୨ରେ ଭାଗ ନେଇଥିଲେ ଓ ନିଜ ସୌନ୍ଦର୍ଯ୍ୟ ତଥା ଚମତ୍କାରିତା ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିଲେ । ମଞ୍ଚରେ ଅଭିନୟ କରିବା ଠାରୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ 'ଶଗୁନ୍' ଦେବା ପର୍ଯ୍ୟନ୍ତ ଏହି ଏପିସୋଡରେ ଅନେକ କଥାବାର୍ତ୍ତା ହୋଇଥିଲା ।
ହେଲେ ସବୁଠୁ ଅଧିକ ଆକର୍ଷକ ଥିଲା ରେଖାଙ୍କର ଗୋଟିଏ ମନ୍ତବ୍ୟ । ବିବାହିତ ପୁରୁଷମାନଙ୍କ ସହ ପ୍ରେମରେ ପଡ଼ିବା ବିଷୟରେ ଜୟ ଭାନୁଶାଲିଙ୍କ ବକ୍ତବ୍ୟ ଉପରେ ରେଖାଙ୍କ ପ୍ରତିକ୍ରିୟା ସମସ୍ତଙ୍କ ନଜରକୁ ଆସିଥିଲା । ଆଦିତ୍ୟ ନାରାୟଣଙ୍କ ଅନୁପସ୍ଥିତିରେ ଏହି ଶୋ’ର ଆୟୋଜନ କରୁଥିବା ଜୟ ଜଣେ ପ୍ରତିଯୋଗୀଙ୍କୁ ଇଙ୍ଗିତ କରି ପଚାରିଥିଲେ, “ରେଖାଜୀ, ନେହୁ, ଆପଣ କେବେ ଦେଖିଛନ୍ତି କୌଣସି ମହିଳା ଜଣେ ପୁରୁଷ ପାଇଁ ଏତେ ପାଗଳ ହେଉଥିବା, ତାହା ବି ବିବାହିତ ପୁରୁଷଙ୍କ ପାଇଁ?’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଢେଙ୍କାନାଳ: ଚାକିରିକୁ ନ ଫେରି ଘରେ ବସିଥିଲା; ସେ କଥା କହିବାରୁ ସ୍ତ୍ରୀ ଓ ୨ ଝିଅଙ୍କୁ ଫାର୍ସାରେ ହାଣିଲା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ୨ ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେ
ଏହି କଥୋପକଥନ ଦର୍ଶକମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଟି କରିଥିଲା । ବିଶାଲ ଦଦଲାନି ଓ କେତେକ ପ୍ରତିଯୋଗୀଙ୍କ କିଛି ପିତାମାତା ଠିଆ ହୋଇପଡ଼ି ରେଖାଙ୍କୁ ପ୍ରଶଂସା କରିଥିଲେ । (Rekha on love with married men)
ଏଇଠି ଦେଖନ୍ତୁ ରେଖାଙ୍କ ସେହି ଭିଡିଓ:
ଏହି ତଥ୍ୟ ଅଛପା ନାହିଁ ଯେ ରେଖା ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ (Amitabh Bachchan) ପ୍ରେମରେ ପାଗଳ ଥିଲେ ସେହି ସମୟରେ ଯେତେବେଳେ ଅମିତାଭ୍ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ (Jaya Bachchan) ବିବାହ କରିସାରିଥିଲେ । ଗୁଜବ ଉଠିଥିଲା ଯେ ରେଖାଙ୍କ ପ୍ରେମ କାରଣରୁ ଅମିତାଭ ଓ ଜୟାଙ୍କ ବୈବାହିକ ସମ୍ପର୍କରେ କଟୁତା ଆସିଥିଲା । ତଥାପି ବିଗ୍ ବି ନିଜବିବାହକୁ ଭାଙ୍ଗିଯିବାରୁ ରକ୍ଷା କରିବାରେ ସଫଳ ହୋଇଥିଲେ ।
ଏହା ବି ପଢ଼ନ୍ତୁ | ‘ଓଡ଼ିଶାରେ PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ତେଣୁ ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା କ’ଣ?’
ରେଖା ୧୯୭୦ ଓ ୧୯୮୦ ଦଶକର ସବୁଠାରୁ ପ୍ରତିଭାଶାଳୀ ଓ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ରେଡ୍ କାର୍ପେଟ୍ ହେଉ ବା ରିୟଲିଟି ଶୋ’ ହେଉ, ସେ ଯୁଆଡ଼େ ଯାଆନ୍ତି ସବୁଠି ଲୋକଙ୍କ ଧ୍ୟାନ ଆକର୍ଷଣ କରନ୍ତି ।
ଏଇଠି ଦେଖନ୍ତୁ ରେଖାଙ୍କ ନୃତ୍ୟ:
ଏହି ଏପିସୋଡରେ ରେଖା ଅରୁଣିତା କଞ୍ଜିଲାଲଙ୍କୁ ତାଙ୍କ ଅଭିନୟ ପାଇଁ ଶଗୁନ୍ ଭାବରେ ତାଙ୍କ 'ଗଜରା'ରୁ ଖଣ୍ଡେ ଦେଉଥିବା ଦେଖାଯାଇଥିଲା । ସୱାଇ ଭଟନଗର୍ ‘ଲମ୍ବି ଜୁଦାଇ…’ ଗୀତ ପରିବେଷଣ କରିବା ପରେ ରେଖା ଭାବପ୍ରବଣ ହୋଇଯାଇଥିଲେ । ରେଖା ତାଙ୍କୁ ପ୍ରଶଂସା କରିବା ପରେ ସୱାଇ ମଧ୍ୟ କାନ୍ଦୁଥିବାର ଦେଖାଯାଇଥିଲା । ରେଖା ‘ମୁକାଦ୍ଦର କା ସିକନ୍ଦର୍’ ଟାଇଟଲ୍ ଟ୍ରାକରେ ଅଭିନୟ ବି କରିଥିଲେ ଓ ମଞ୍ଚରେ ନାଚିଥିଲେ ।
ଇଣ୍ଡିଆନ୍ ଆଇଡଲ୍ ୧୨ରେ ନେହା କକ୍କଡ଼, ହିମେଶ ରେଶମୈୟା ଓ ବିଶାଲ ଦଦଲାନି ଜଜ୍ ହୋଇଛନ୍ତି । ହୋଷ୍ଟ ଆଦିତ୍ୟ ନାରାୟଣ ନିକଟରେ ଘୋଷଣା କରିଛନ୍ତି ଯେ ସେ କୋଭିଡ-୧୯ ପଜିଟିଭ୍ ହୋଇଛନ୍ତି, ଆଉ ସେଇଥି ପାଇଁ ଜୟ ତାଙ୍କ ସ୍ଥାନରେ ଏହି ଶୋ’କୁ ହୋଷ୍ଟ୍ କରିବେ ।