ଅଭିନେତ୍ରୀ ରେଖାଙ୍କୁ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅନୁଚିତ ଲାଗୁ ନ ଥିଲା

‘‘ଇଏ ତ କେବଳ ଏକ ସଂଯୋଗ ଯେ ମୁଁ ଏ ପର୍ଯ୍ୟନ୍ତ ଗର୍ଭବତୀ ହୋଇନାହିଁ,’’ ଏକ ସାକ୍ଷାତକାରରେ କହିଥିଲେ ଅଭିନେତ୍ରୀ ରେଖା । ସେ ହିନ୍ଦୀ ଫିଲ୍ମରେ ଅଭିନୟ ଆରମ୍ଭ କରିବା ସମୟରେ ହିନ୍ଦୀ କହିବା ଆଦୌ ଜାଣି ନ ଥିଲେ ।

ଅଭିନେତ୍ରୀ ରେଖାଙ୍କୁ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅନୁଚିତ ଲାଗୁ ନ ଥିଲା
ଅଭିନେତ୍ରୀ ରେଖା
  • News18 Odia
  • Last Updated: April 27, 2021, 7:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡର ସବୁଠୁଁ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ବୋଲି ଗଣାଯାଉଥିବା ରେଖା (Rekha) ନିଜ ବକ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚା ଓ ବିବାଦରେ ରହିଥାନ୍ତି । ରେଖାଙ୍କ ପ୍ରେମ ସମ୍ପର୍କ ଅମିତାଭ ବଚ୍ଚନ, ଜିତେନ୍ଦ୍ର, ବିନୋଦ ମେହରା, କିରଣ କୁମାର ଓ ମୁକେଶ ଅଗ୍ରୱାଲଙ୍କ ସହ ଥିଲା ବୋଲି ଚର୍ଚ୍ଚା ହେଉଥିଲା । ୧୯୮୦ ଦଶକରେ ନିଜ ଅଭିନୟ ପ୍ରତିଭା ସହ ସାହସିକ ବିବୃତି ପାଇଁ ଫିଲ୍ମ ଜଗତରେ ଚର୍ଚ୍ଚାରେ ରହୁଥିବା ରେଖା ୧୯୯୦ରେ ନିଜ ସ୍ୱାମୀ ମୁକେଶ ଅଗ୍ରୱାଲଙ୍କ ଆତ୍ମହତ୍ୟା ପରେ ସାକ୍ଷାତକାର ଦେବା ପ୍ରାୟ ବନ୍ଦ କରିଦେଇଥିଲେ ।

ରେଖାଙ୍କ ଜୀବନୀ ‘ରେଖା: ଦ ଅନଟୋଲ୍ଡ ଷ୍ଟୋରୀ’ରେ (Rekha: The Untold Story) ରେଖାଙ୍କ ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଅଛି । ଫିଲ୍ମ ସାମ୍ବାଦିକ ୟାସିର୍‌ ଉସମାନଙ୍କ ଦ୍ୱାରା ଲିଖିତ ଏହି ଜୀବନୀ ରେଖା ଦେଇଥିବା ଅନେକ ସାକ୍ଷାତକାର ଉପରେ ଆଧାରିତ । ସେଥିରେ ଥରେ ରେଖା ଏମିତି କହିଥିବା ଉଲ୍ଲେଖ ଅଛି, ‘‘ଆପଣ କୌଣସି ପୁରୁଷର ନିକଟବର୍ତ୍ତୀ, ଖୁବ୍‌ ନିକଟବର୍ତ୍ତୀ ହୋଇପାରିବେ ନାହିଁ ଯଦି ଆପଣ ତାଙ୍କ ସହ ସେକ୍ସ କରୁନାହାନ୍ତି ।’’

ଏହା ବି ପଢ଼ନ୍ତୁ | ଓଡ଼ିଶାରେ କରୋନା ଭାଇରସର ଦ୍ରୁତ ସଂକ୍ରମଣ ଉପରେ ବ୍ରେକ୍‌ ଲାଗିଛି, ହେଲେ ଆଗକୁ କ’ହେବ?

‘‘ଇଏ ତ କେବଳ ଏକ ସଂଯୋଗ ଯେ ମୁଁ ଏ ପର୍ଯ୍ୟନ୍ତ ଗର୍ଭବତୀ (pregnant) ହୋଇନାହିଁ,’’ ରେଖା ଅନ୍ୟ ଏକ ସାକ୍ଷାତକାରରେ କହିଥିଲେ ବୋଲି ସେହି ଜୀବନୀରେ ଦିଆଯାଇଛି । ସେଥିରେ କୁହାଯାଇଛି ଯେ ରେଖା ବିବାହ ପୂର୍ବରୁ ସେକ୍ସକୁ (sex before marriage) ଅସ୍ୱାଭାବିକ ବା ଅନୁଚିତ ବୋଲି ଭାବୁ ନ ଥିଲେ । ସେ ସମୟରେ ଏହାକୁ ‘ମୁକ୍ତ ପ୍ରେମ’ (free love) କୁହାଯାଉଥିଲା । ରେଖାଙ୍କୁ ସେତେବେଳେ ହୁଏତ ଜଣା ନ ଥିଲା ଯେ ଏମିତି ସବୁ କଥା କହିଥିବା ଯୋଗୁଁ ତାଙ୍କ ଭାବମୂର୍ତ୍ତି ଏମିତି ହୋଇଯିବା ଯେଉଁଥିରୁ ପରେ ବାହାରିବା କଷ୍ଟପ୍ରଦ ହେବ ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ଭୟଙ୍କର ହେଉଛି Corona ପ୍ରକୋପ, କିନ୍ତୁ ଯାଏଁ ମିଳିନି ଟ୍ରିପଲ୍ମ୍ୟୁଟାଣ୍ଟ୍ଭ୍ୟାରିଆଣ୍ଟ୍

ରେଖାଙ୍କ ଜୀବନୀ ‘ରେଖା: ଦ ଅନଟୋଲ୍ଡ ଷ୍ଟୋରୀ’


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିଲା: ମଦ ପିଆଇବା ପରେ ଅଣନିଶ୍ୱାସୀ କରି ମାରିଥିଲାବନ୍ଧୁ

ଏବେ ୬୬ ବର୍ଷ ବୟସରେ ପହଞ୍ଚିଥିବା ରେଖା ୧୯୭୦ ଓ ୧୯୮୦ ଦଶକରେ ହିନ୍ଦୀ ଫିଲ୍ମ ଜଗତରେ ଶୀର୍ଷ ଅଭିନେତ୍ରୀମାନଙ୍କ ମଧ୍ୟରେ ଜଣେ ଥିଲେ । ତାଙ୍କ ମୂଳ ନାଁ ଥିଲା ଭାନୁରେଖା ଗଣେସନ୍‌ । ସେ ମାତ୍ର ୧୪ ବର୍ଷ ବୟସରେ ଚେନ୍ନାଇରୁ ଆସି ହିନ୍ଦୀ ଫିଲ୍ମରେ ଅଭିନୟ କରିବା ଆରମ୍ଭ କରିଥିଲେ, ହେଲେ ପ୍ରଥମେ ସେ ହିନ୍ଦୀ କହିବା ଆଦୌ ଜାଣି ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ଅଛି କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ; କେମିତି ଅଛି?

ରେଖା ତାମିଲ୍‌ ଫିଲ୍ମର ସୁପରଷ୍ଟାର୍‌ ଜେମିନି ଗଣେଶନଙ୍କ ଝିଅ ଥିଲେ, ହେଲେ ଜେମିନି ଗଣେଶନ୍‌ ରେଖାଙ୍କ ମା’ ପଷ୍ପାବଲ୍ଲୀଙ୍କୁ ବାହା ହୋଇ ନ ଥିଲେ । ଜେମିନି ଗଣେଷନ ପୁଷ୍ପାବଲ୍ଲୀଙ୍କୁ କେବେ ନିଜ ସ୍ତ୍ରୀ ଭାବେ ଓ ରେଖାଙ୍କୁ ନିଜ ଝିଅ ଭାବେ ସ୍ୱୀକାର କରି ନ ଥିଲେ । ଏଇଥି ପାଇଁ ରେଖାଙ୍କୁ ମୁମ୍ବାଇ ଫିଲ୍ମ ଜଗତରେ ପ୍ରେମ ସମ୍ପର୍କ ସ୍ଥାପନରେ ଅନେକ କଷ୍ଟର ସାମନା କରିବାକୁ ପଡ଼ିଥିଲା ।



ୟାସିର୍‌ ଉସମାନ ଏକ ସାକ୍ଷାତକାରରେ କହିଛନ୍ତି ଯେ ଅନେକ ଲୋକ କୁହନ୍ତି ରେଖା ନିଜ ଫିଲ୍ମ କରିଅରରେ ଅନେକ ନିମ୍ନ ସ୍ତରର ଫିଲ୍ମରେ ଅଭିନୟ କରିଛନ୍ତି । ‘‘କିନ୍ତୁ ଏହାର କାରଣ ଜାଣିବାକୁ କେହି ଧ୍ୟାନ ଦେଇନାହାଁନ୍ତି ।ରେଖା ନିଜ ସାତ-ଜଣିଆ ପରିବାରର ଏକ ମାତ୍ର ଅନ୍ନଦାତ୍ରୀ ଥିଲେ ।  ଅଭିନେତ୍ରୀମାନଙ୍କୁ ଅଭିନେତାମାନଙ୍କ ପରି ସମାନ ସ୍ତରରେ ଟଙ୍କା ଦିଆଯାଉ ନ ଥିଲା, ଏବେ ବି ସମାନ ଟଙ୍କା ଦିଆଯାଉ ନାହିଁ । କିନ୍ତୁ ଯେତେବେଳେ ରେଖା ନିଜ କରିଅର୍ ଆରମ୍ଭ କରିଥିଲେ ସେତେବେଳେ ଅବସ୍ଥା ଆହୁରି ଖରାପ ଥିଲା ।ନିଜ ଖର୍ଚ୍ଚ ଉଠାଇବାକୁ ଓ ବିଲ୍‌ ପେମେଣ୍ଟ୍‌ କରିବାକୁ ସେ ଯେତେ ସମ୍ଭବ ଫିଲ୍ମ ପାଉଥିଲେ ସବୁ ନେଉଥିଲେ,’’ କହିଛନ୍ତି ଉସମାନି ।
Published by: Anand ST Das
First published: April 27, 2021, 7:22 PM IST