ଲାଲ କିଲ୍ଲା ହିଂସାକାଣ୍ଡର ଆରୋପି ଦୀପ ସିଦ୍ଧୁକୁ ଦିଲ୍ଲୀ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ

୨୬ ଜାନୁଆରୀରେ ଦିଲ୍ଲୀର ଲାଲ କିଲ୍ଲାରେ ହୋଇଥିବା ହିଂସାକାଣ୍ଡର ଆରୋପି ଦୀପ ସିଦ୍ଧୁକୁ ଜାମିନ ପ୍ରଦାନ କରାଯାଇଛି । ଦିଲ୍ଲୀର ତିସ୍ ହଜାରୀ କୋର୍ଟ ତିରିଶି ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ସିଦ୍ଧୁକୁ ଜାମିନ ପ୍ରଦାନ କରିଛନ୍ତି ।

ଲାଲ କିଲ୍ଲା ହିଂସାକାଣ୍ଡର ଆରୋପି ଦୀପ ସିଦ୍ଧୁକୁ ଦିଲ୍ଲୀ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ
ଦୀପ ସିଦ୍ଧୁକୁ ଦିଲ୍ଲୀ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ
  • News18 Odia
  • Last Updated: April 17, 2021, 12:34 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ୨୬ ଜାନୁଆରୀରେ ଦିଲ୍ଲୀର ଲାଲ କିଲ୍ଲାରେ ଘଟିଥିବା ହିଂସା ଓ ଉପଦ୍ରବର ଆରୋପି ଦୀପ ସିଦ୍ଧୁକୁ ଜାମିନ ପ୍ରଦାନ କରାଯାଇଛି । ଦିଲ୍ଲୀର ତିସ୍ ହଜାରୀ କୋର୍ଟ ତିରିଶି ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡରେ ସିଦ୍ଧୁକୁ ଜାମିନ ପ୍ରଦାନ କରିଛନ୍ତି । ତେବେ କିଛି ସର୍ତ୍ତ ସହିତ ଜାମିନ ପ୍ରଦାନ କରାଯାଇଛି । ଯେପରିକି ପୋଲିସ୍ ଡାକିଲେ ହାଜିର ହେବା, ପାସପୋର୍ଟ ଜମା କରିବା, ଫୋନ୍ ନମ୍ବର ପରିବର୍ତ୍ତନ ନ କରିବା, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା ନ କରିବା ଆଦି ସର୍ତ୍ତ ସାମିଲ ରହିଛି । କିସାନ ଆନ୍ଦୋଳନ ଅଧୀନରେ କରାଯାଇଥିବା ଟ୍ରାକ୍ଟର ରାଲିରେ ଏକ ହିଂସାକାଣ୍ଡ ଓ ଉପଦ୍ରବ ହୋଇଥିଲା । ଯେଉଁଥିରେ ଦୀପ ସିଦ୍ଧୁ ଲାଲ କିଲ୍ଲାରେ ହିଂସାକାଣ୍ଡ ସୃଷ୍ଟି କରିଥିବା ଅଭିଯୋଗ ହୋଇଥିଲା ।

ସୂଚନାଯୋଗ୍ୟ ଯେ କୃଷି ସଂଗଠନଗୁଡ଼ିକ କୃଷି ନିୟମକୁ ବିରୋଧ କରି ନିରନ୍ତର କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି । ଏହା ଅଧୀନରେ ୨୬ ଜାନୁଆରୀରେ ଲାଲ କିଲ୍ଲା ପର୍ଯ୍ୟନ୍ତ ଏକ ଟ୍ରାକ୍ଟର ରାଲି କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି ସମୟ ମଧ୍ୟରେ ଏକ ବିଶୃଙ୍ଖଳା ହୋଇଥିଲା । ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ (Deep Sidhu) ଫେସବୁକ୍ ଲାଇଭ ମାଧ୍ୟମରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ । ଦୀପ ସିଦ୍ଧୁ କହିଥିଲେ ଯେ ମୁଁ ଜାଣିବାକୁ ପାଇଛି ଯେ ମୋ ବିରୋଧରେ ଗିରଫ ୱାରେଣ୍ଟ ଓ ଲୁକଆଉଟ ନୋଟିସ ଜାରି କରାଯାଇଛି । ମୁଁ କିଛି ଦିନ ମଧ୍ୟରେ ଯାଞ୍ଚକାରୀ ଏଜେନ୍ସିରେ ପାକହରେ ହାଜର ହେବି ।

ମୁଁ ଯାଞ୍ଚକୁ ଭୟ କରେ ନାହିଁ: ସିଦ୍ଧୁ
ଫେସବୁକ୍ ଲାଇଭ୍ ସମୟରେ ଦୀପ ସିଦ୍ଧୁ କହିଛନ୍ତି, "ମୋ ବିରୋଧରେ ଅନେକ ପ୍ରକାରର ଭୁଲ ତଥ୍ୟ ପ୍ରଚାର କରାଯାଉଛି । ମୁଁ କୌଣସି ଅନୁସନ୍ଧାନକୁ ଭୟ କରେ ନାହିଁ । ଯେତେବେଳେ ମୁଁ କିଛି ଭୁଲ କରି ନାହିଁ, ସେତେବେଳେ ମୋତେ କାହାଠାରୁ ପଳାୟନ କରିବାର ଆବଶ୍ୟକତା ନାହିଁ । ସିଦ୍ଧୁ କହିଛନ୍ତି, କିଛି ଜିନିଷର ସତ୍ୟତା ଜାଣିବା ପାଇଁ ମୋତେ କିଛି ସମୟ ଦରକାର । ମୁଁ ଶୀଘ୍ର ସମସ୍ତ ତଥ୍ୟ ସହିତ ଯାଞ୍ଚକରି ଏଜେନ୍ସି ପାଖରେ ହାଜର ହେବି । ସିଦ୍ଧୁ କହିଛନ୍ତି ଯେ ମୁଁ କିଛି ଭୁଲ କରି ନାହିଁ ତେଣୁ ମୁଁ ତଦନ୍ତରୁ ପଲାୟନ କରିବି ନାହିଁ ।"
Published by: Jagdish Barik
First published: April 17, 2021, 12:34 PM IST