ଜାନୁଆରୀ ୯ରେ ଲଞ୍ଚ୍‌ ହେବ ରିଏଲ୍‌ମିର ୪ଟି କ୍ୟାମେରା ଥିବା ସସ୍ତା ଫୋନ; ରହିଛି ୫୦୦୦ ଏମ୍‌ଏଚ୍‌ର ବ୍ୟାଟେରୀ

ମୋବାଇଲ ଫୋନ ନିର୍ମାତା କମ୍ପାନୀ ପୁଣି ଏକ ନୂଆ ଫୋନ ଲଞ୍ଚ କରିବାକୁ ଯାଉଛି । ତେବେ ଫୋନର କିଛି ଫିଚର ଇ-କମର୍ସ ସାଇଟ ଫ୍ଲିପକାର୍ଟରେ ସାମ୍ନାକୁ ଆସିଛି ।

ଜାନୁଆରୀ ୯ରେ ଲଞ୍ଚହେବାକୁଥିବା ରିଏଲମି ‘୫ଆଇ’

ଜାନୁଆରୀ ୯ରେ ଲଞ୍ଚହେବାକୁଥିବା ରିଏଲମି ‘୫ଆଇ’

  • Share this:
News18 Odia Digital

ନୂଆ ଦିଲ୍ଲୀ: ଲୋକପ୍ରିୟ ମୋବାଇଲ ଫୋନ ନିର୍ମାତା କମ୍ପାନୀ ରିଏଲମି  ୯ ଜାନୁଆରୀରେ ନିଜର ନୂଆ ସ୍ମାର୍ଟ ଫୋନ ‘୫ଆଇ’କୁ ଲଞ୍ଚ କରିବା ଲାଗି ପ୍ରସ୍ତୁତି ଶେଷ କରିଛି । କମ୍ପାନୀ ଇ-କମର୍ସ ସାଇଟ ଫ୍ଲିପକାର୍ଟ ମାଧ୍ୟମରେ ଫୋନ ସମ୍ପର୍କରେ କେତେକ ସୂଚନା ପ୍ରଦାନ କରିଛି । ରିଏଲମିର ଏହି ଫୋନର କ୍ୟାମେରା କ୍ବାଡ କ୍ୟାମେରା ରହିଛି । ଡିସପ୍ଲେ ପ୍ରୋସେସର ସମ୍ପର୍କରେ ସୂଚନା ଦିଆଯାଇଛି । ଯେଉଁଥିରୁ ଜଣାପଡ଼ୁଛି କି ଫୋନରେ ଦମଦାର ବ୍ୟାଟେରୀ ଏବଂ କ୍ବାଡ କ୍ୟାମେରା ସଂଯୋଗ କରାଯାଇଛି ।

ରିଏଲମି ‘୫ଆଇ’ରେ ୬.୫ ଇଞ୍ଚର ମିନି ଡ୍ରପ ଫୁଲ ସ୍କ୍ରିନ ଡିସପ୍ଲେ ଦିଆଯାଇଛି । ପ୍ରୋସେସର ସମ୍ପର୍କରେ ଯାହା ସୂଚନା ମିଳିଛି କି ଏଥିରେ ପାଓ୍ବାରଫୁଲ ସ୍ନାପ ଡ୍ରାଗନ ପ୍ରୋସେସର ସହ ବଜାରକୁ ଛଡ଼ାଯିବ । ଫ୍ଲିପକାର୍ଟରେ ଏହି ଫୋନର ମାଇକ୍ରୋ ପେଜରୁ ଜଣାପଡ଼ୁଛି କି ଏହି ଫୋନର ସ୍ବତନ୍ତ୍ରତା ଏହାର କ୍ୟାମେରା ଅଟେ ।

ଫୋନରେ ରହିବ ୪ଟି କ୍ୟାମେରା

ଫୋନରେ ରହିଛି ୪ଟି କ୍ୟାମେରା


ଏହି ଫୋନରେ ଏଆଇ କ୍ବାଡ କ୍ୟାମେରା ସେଟଅପ ଦିଆଯାଇଛି । ଯେଉଁଥିରେ ପ୍ରଥମ କ୍ୟାମେରା ଅଲ୍ଟ୍ରାଓ୍ବାଇଡ ଏଙ୍ଗେଲ ଲେନ୍ସ, ଦ୍ବିତୀୟଟି ପ୍ରାଇମେରି ଲେନ୍ସ ଏବଂ ମାଇକ୍ରୋ ଲେନ୍ସ ସହିତ ବଜାରକୁ ଛଡ଼ାଯିବ । ଯଦି ଦାମ କଥା ଦେଖାଯାଏ ତାହାଲେ ରିଏଲମି ନିଜର ବଜେଟ ଫୋନ ପାଇଁ ପ୍ରସିଦ୍ଧି ଅର୍ଜନ କରିଥାଏ । ତେବ ଏହାର ପ୍ରକୃତ ଦାମ ନେଇ କିଛି ଜଣାପଡ଼ିନଥିବାବେଳେ ଏହା ବହୁତ କମ ରହିବ ବୋଲି ଜଣାପଡୁଛି । ରିଏଲମି ଏହି ଫୋନ ଲାଗି ‘ଷ୍ଟାଇଲିସ୍ ପାଓ୍ବାର ହାଉସ୍’ ଟ୍ୟାଗ ଲାଇନ ବ୍ୟବହାର କରିଛି । ଯେଉଁଥିରୁ ସଫା ଜଣାପଡ଼ୁଛି କି ଦମଦାର ବ୍ୟାଟେରୀ ଥିବା  ଏହି ଫୋନ ଦେଖିବାକୁ ବହୁତ ସୁନ୍ଦର ଲାଗୁଛି । ଫ୍ଲିପକାର୍ଟର ଏହି ଫୋନର ଟିଜର ଦେଖାଯାଇ ପାରିବ ।

 
Published by:Durgamadhab Rath
First published: