ଆଜି ଲଞ୍ଚ ହୋଇପାରେ ରିଏଲମି-ସି ସିରିଜର ନୂଆ ଫୋନ୍ , ଜାଣନ୍ତୁ ଏହାର ଫିଚର୍ସ ଏବଂ ଦାମ୍ ବିଷୟରେ

ରିଏଲମି ଇଣ୍ଡିଆର ସିଇଓ ମାଧବ ସେଠ କରିଥିବା ଟୁଇଟ୍ ଆଧାରରୁ ରିଏଲମି ସିରିଜର ନୂଆ ଫୋନ ଲଞ୍ଚ ହେବା ନେଇ ଜାଣିବାକୁ ମିଳିଛି ।

ଆଜି ଲଞ୍ଚ ହୋଇପାରେ ରିଏଲମି-ସି ସିରିଜର ନୂଆ ଫୋନ୍ , ଜାଣନ୍ତୁ ଏହାର ଫିଚର୍ସ ଏବଂ ଦାମ୍ ବିଷୟରେ
ପ୍ରତୀକାତ୍ମକ ଫଟୋ
  • News18 Odia
  • Last Updated: January 30, 2020, 12:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ରିଏଲମି ଗତ ବର୍ଷ ଏପ୍ରିଲରେ ସି-୨କୁ  ଲଞ୍ଚ କରିଥିବାବେଳେ ବର୍ତ୍ତମାନ କମ୍ପାନୀ ଏହାର ନେକ୍ସଟ ଜେନେରେସନ ଫୋନ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ବର୍ଷ ପ୍ରାରମ୍ଭରୁ ରିଏଲମି ଇଣ୍ଡିଆର ସିଇଓ ମାଧବ ସେଠ ସି-ସିରିଜର ନୂଆ ଫୋନ ସମ୍ପର୍କରେ ହିଣ୍ଟସ୍ ଦେଇଛନ୍ତି । ମାଧବ ଏ ସମ୍ପର୍କରେ ନିଜ ଟୁଇଟର ହ୍ୟାଣ୍ଡେଲରୁ ଟୁଇଟ କରି ଏ ସମ୍ପର୍କରେ କହିବା ସୂଚନା ଦେବା ପରେ ଏନେଇ ଜଣାପଡ଼ିଛି । ରିଏଲମି ଇଣ୍ଡିଆର ସିଇଓ ମାଧବ ସେଠ ନିଜ ଟୁଇଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ‘‘ ରିଏଲମି-ସି ସିରିଜର ବର୍ତ୍ତମାନ ପୂରା ବିଶ୍ବରେ ୧କୋଟି ୨୦ଲକ୍ଷ ବ୍ୟବହାରକାରୀ ଅଛନ୍ତି । ରିଏଲମି-ସି ସିରିଜରେ କିଛି ନୂଆ ନେଇ ଆସିବାକୁ ଭାବିଛି । ତେବେ ସିଇଓ ସେଠ୍ ଏହାର ଫିଚର ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି ।

ରିଏଲମି ସିଇଓ ମାଧବ ସେଠ କରିଥିବା ଟୁଇଟ୍


ତେବେ କେତେକ ମିଡିଆ ରିପୋର୍ଟ ଅନୁସାରେ ଦାବି କରାଯାଇଛି ଯେ, ଏହି ସିରିଜର  ଦୁଇଟି ସ୍ମାର୍ଟ ଫୋନ୍ ସି-୩ ଏବଂ ସି-୩ଏସକୁ କମ୍ପାନୀ ଲଞ୍ଚ କରିପାରେ । ଏହି ଫୋନ ଗୁଡ଼ିକୁ ୟୁଏସ୍ ଏଫସିସି ଏବଂ ଥାଇଲାଣ୍ଡର ଏନବିଟିସି ସାର୍ଟିଫିକେସନ୍ ସାଇଟରେ ଦେଖାଯାଇପାରେ ।

କ’ଣ ରହିଛି ଏହାର ଫିଚର୍ସ

ଖବର ଅନୁସାରେ ଏଥିରେ ରିୟର ଫିଙ୍ଗରପ୍ରିଣ୍ଟ ସହିତ ଅନେକ କ୍ୟାମେରା ରହିଛି । ଏହା ଆଣ୍ଡ୍ରୋଏଡ୍ ୧୦ ବେସଡ ସଫ୍ଟଓ୍ବାୟାରରେ କାମ କରିବା ସହିତ ୪ଜି ଏବଂ ଓ୍ବାଇଫାଇ ସପୋର୍ଟ କରିବ । କମ୍ପାନୀ ସି-୨ର ୨ଜିବି ରାମ ଫୋନର ଦାମ୍ ୫,୯୯୯ ରଖିଥିଲା । ଏହି ଫୋନରେ ୬.୧ ଇଞ୍ଚର ଏଚଡି+ ଡିସପ୍ଲେ ରହିଥିଲା । ତେବେ ନୂଆ ଫୋନରେ ୧୩ ମେଗାପିକ୍ସେଲ ଏବଂ ୨ ମେଗାପିକ୍ସେଲ କ୍ୟାମେରା ସେଟଅପ ଦିଆଯାଇଛି । ସେଲଫି ପାଇଁ ଏହି ଫୋନରେ ୫ ମେଗାପିକ୍ସେଲ କ୍ୟାମେରା ରହିଥିବାବେଳେ ଏଆଇ ଯାହା ଫେଶିଆଲ ଅନଲକ୍ ଫିଚର ସହିତ ଆସିଥାଏ ତାହା ରହିଛି ଏବଂ ଫୋନରେ ୪,୦୦୦ ଏମ୍ଏଏଚର ବ୍ୟାଟରୀ ମଧ୍ୟ ଦିଆଯାଇଛି ।
First published: January 30, 2020, 12:02 PM IST
corona virus btn
corona virus btn
Loading