ଭାରତର ଏତିକି ଧନୀଙ୍କ ପାଖରେ ଅଛି ଦେଶର ୭୦ କୋଟି ଲୋକଙ୍କଠୁ ଅଧିକ ସମ୍ପତ୍ତି

Oxfam Report: କରୋନା ମହାମାରୀର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି। ପ୍ରଥମ ଦୁଇ ବର୍ଷରେ ୯୯ ପ୍ରତିଶତ ଲୋକଙ୍କ ଆୟ ହ୍ରାସ ପାଇଛି। ସେଠି ୧୬ କୋଟିରୁ ଅଧିକ ଲୋକ ଗରିବ ଶ୍ରେଣୀକୁ ଆସି ଯାଇଛନ୍ତି।

ଭାରତର ଏତିକି ଧନୀଙ୍କ ପାଖରେ ଅଛି ଦେଶର ୭୦ କୋଟି ଲୋକଙ୍କଠୁ ଅଧିକ ସମ୍ପତ୍ତି

ଭାରତର ଏତିକି ଧନୀଙ୍କ ପାଖରେ ଅଛି ଦେଶର ୭୦ କୋଟି ଲୋକଙ୍କଠୁ ଅଧିକ ସମ୍ପତ୍ତି

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ନୂଆଦିଲ୍ଲୀ: ଧନୀ ଏବଂ ଗରିବଙ୍କ ମଧ୍ୟରେ ପାର୍ଥକ୍ୟକୁ ନେଇ ଦୁନିଆରେ ଏକ ଦୀର୍ଘ ବିତର୍କ ଚାଲିଛି। ତେବେ ଭାରତ ପରି ବିକାଶଶୀଳ ଦେଶରେ ମଧ୍ୟ ଏହି ବ୍ୟବଧାନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅକ୍ସଫାମର ସମ୍ପ୍ରତି ରିପୋର୍ଟରେ (Oxfam Report) ଏହା ସହ ଜଡିତ ଅନେକ ଖୁଲାସା କରାଯାଇଛି।

ଏହି ରିପୋର୍ଟ ଅନୁଯାୟୀ, ଭାରତର ୨୧ ଜଣ ଅରବପତିଙ୍କ ପାଖରେ ଦେଶର ୭୦ କୋଟି ଲୋକଙ୍କ ତୁଳନାରେ ଅଧିକ ସମ୍ପତ୍ତି ଅଛି।

ଏହି ଅକ୍ସଫାମ ରିପୋର୍ଟରେ (Oxfam Report) ଦର୍ଶାଯାଇଛି ଯେ ୨୦୨୦ରେ କରୋନା ମହାମାରୀ ଆରମ୍ଭରୁ, ନଭେମ୍ବର ୨୦୨୧ ପର୍ଯ୍ୟନ୍ତ, ଯେଉଁଠାରେ ଅଧିକାଂଶ ଭାରତୀୟ ଚାକିରି ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ସଞ୍ଚୟ କରିବାକୁ ସଂଘର୍ଷ କରିଥିଲେ, ଗତ ବର୍ଷ ନଭେମ୍ବର ପର୍ଯ୍ୟନ୍ତ, ଭାରତୀୟ ବିଲେନିୟରଙ୍କ ସମ୍ପତ୍ତି ବୃଦ୍ଧି ପାଇ ୧୨୧ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଥିଲା।। କରୋନା ମହାମାରୀର ଏହି ଯୁଗରେ ମଧ୍ୟ ଭାରତର କୋଟିପତିଙ୍କ ସମ୍ପତ୍ତି ଦିନକୁ ୩ ହଜାର ୬୦୮ କୋଟି ଟଙ୍କା ବୃଦ୍ଧି ପାଇଛି।

ଅନ୍ୟପଟେ ଦେଶର ୫୦%ରୁ ଅଧିକ ଜନସଂଖ୍ୟାଙ୍କ ପାଖରେ କେବଳ ମାତ୍ର ୩% ସମ୍ପତ୍ତି ରହିଛି। ବିଶ୍ବ ଆର୍ଥିକ ମଞ୍ଚର ବାର୍ଷିକ ​ବୈଠକର ପ୍ରଥମ ଦିନ ସୋମବାର ନିଜର ବାର୍ଷିକ ଅସମାନତା ରିପୋର୍ଟରେ ‘ଅକ୍ସଫାମ’ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ସୂଚନା ଦିଆଯାଇଥିଲା।

ରିପୋର୍ଟରେ କୁହାଯାଇଛି ଯେ ଭାରତର ୧୦ ସବୁଠାରୁ ଧନୀ ଲୋକଙ୍କ ଉପରେ ୫% ଟ୍ୟାକ୍ସ ଲଗାଇବା ଦ୍ବାରା ପିଲାଙ୍କୁ ସ୍କୁଲ ଆଣିବା ପାଇଁ ପୂରା ଧନ ମିଳିପାରିବ। ଅକ୍ସଫାମର ରିପୋର୍ଟରେ କୁହାଯାଇଛି ଟିପ୍‌-୧୦୦ ଭାରତୀୟ ବିଲେନିୟରଙ୍କ ଉପରେ ୨.୫ ପ୍ରତିଶତ ଟ୍ୟାକ୍ସ ଲଗାଇବା କିମ୍ବା ଶୀର୍ଷ ୧୦ ଅରବପତିଙ୍କ ଉପରେ ୫% ଟ୍ୟାକ୍ସ ଲଗାଇଲେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବହୁତ ବଡ଼ ସାହାଯ୍ୟ ମିଳିପାରିବ।

ଧନୀ ଲୋକଙ୍କ ତୁଳନାରେ ଗରିବମାନେ ଅଧିକ ଟ୍ୟାକ୍ସ ଦେଉଛନ୍ତି। ସେଭଳି ଧନୀ ଲୋକଙ୍କର ସମ୍ପତ୍ତିରେ ପ୍ରତିଦିନ ୨.୭ ବିଲିୟନ ଡଲାର ବଢୁଛି।

ରିପୋର୍ଟରେ କୁହାଯାଇଛି ଯେ, କେବଳ ଜଣେ ଅରବପତି ଗୌତମ ଆଦାମୀ ୨୦୧୭-୨୦୨୧ ଭିତରେ ଏକକାଳୀନ ଟ୍ୟାକ୍ସ ଲାଗୁ କରି ୧.୭୯ ଲକ୍ଷ କୋଟି ଟଙ୍କା ଏକାଠି କରିହେବ। ଯାହାଦ୍ବାରା ଯାହାକି ଭାରତୀୟ ପ୍ରାଥମିକ ବିଦ୍ୟାଳୟର ୫୦ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ଏକ ବର୍ଷ ପାଇଁ ରୋଜଗାର ଦେବାକୁ ପର୍ଯ୍ୟାପ୍ତ।

ରିପୋର୍ଟ ଅନୁଯାୟୀ, ଦେଶର ସବୁଠାରୁ ୧୦ ଧନୀ ଅରବପତିଙ୍କ ଉପରେ ୫% ଏକକାଳୀନ ଟ୍ୟାକ୍ସ (୧.୩୭ ଲକ୍ଷ କୋଟି ଟଙ୍କା) ଲଗାଇଲେ ୨୦୨୨-୨୩ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ (୮୬,୨୦୦ କୋଟି ଟଙ୍କା) ଓ ଆୟୁଷ ମନ୍ତ୍ରଣାଳୟର ବଜେଟ୍‌ରୁ ୧.୫ ଗୁଣା ଅଧିକ ରହିଛି।

ଏହି ଖବର ବି ପଢ଼ନ୍ତୁ: http://Budget 2023: ଏଥର ବଜେଟରେ ମିଡ଼ିଲ କ୍ଲାସଙ୍କ ପାଇଁ ଅଛି କିଛି ଖାସ୍! ଏମିତି କହିଲେ ଅର୍ଥମନ୍ତ୍ରୀ

ଗତ ୧୦ ବର୍ଷ ମଧ୍ୟରେ ଭାରତରେ ଉତ୍ପାଦିତ ସମ୍ପତ୍ତିର ଅସମାନ ବଣ୍ଟନ ପ୍ରସଙ୍ଗ ମଧ୍ୟ ଏହି ରିପୋର୍ଟରେ ଉଠିଛି। ଏଥିରେ କୁହାଯାଇଛି ଯେ ୨୦୧୨ ରୁ ୨୦୨୧ ମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା ସମସ୍ତ ସମ୍ପତ୍ତିର ୪୦% ଦେଶର ସବୁଠାରୁ ଧନୀ ଶତକଡ଼ାକୁ ଯାଇଥିଲା। ଏଥି ସହିତ, କେବଳ ତିନି ପ୍ରତିଶତ ସମ୍ପତ୍ତି ୫୦ ପ୍ରତିଶତ ଜନସାଧାରଣଙ୍କ ହାତରେ ଆସିଛି।

ମହିଳା ଶ୍ରମିକମାନେ କମ୍ ଟଙ୍କା ପାଆନ୍ତି ବୋଲି ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଲିଙ୍ଗଗତ ଅସମାନତା ଜାରି ରହିଛି। ଭାରତରେ ଯେଉଁଠାରେ ପୁରୁଷ ଶ୍ରମିକମାନେ ୧ ଟଙ୍କା ମିଳେ, ସେଠାରେ ମହିଳା ଶ୍ରମିକମାନଙ୍କୁ ୬୩ ପଇସା ମିଳୁଛି। ଅନୁସୂଚିତ ଜାତି ଏବଂ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ପାର୍ଥକ୍ୟ ଆହୁରି ଅଧିକ । କରୋନା ପରେ ଧନୀମାନଙ୍କ ସମ୍ପତ୍ତିରେ ବୃଦ୍ଧି ପାଇଛି ବୋଲି ଅକ୍ସଫାମ ରିପୋର୍ଟରେ ପ୍ରକାଶ ପାଇଛି।

କଂଗ୍ରେସ ଟାର୍ଗେଟ କରିଛି

ଅତ୍ୟାଧୁନିକ ଅକ୍ସଫାମ ରିପୋର୍ଟ ପ୍ରକାଶ ପାଇବା ପରେ କଂଗ୍ରେସ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଆକ୍ରମଣ କରିଛି। କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ କେନ୍ଦ୍ର ସରକାର କେବଳ ହାତଗଣତି ଲୋକଙ୍କ ପାଇଁ କାମ କରୁଛନ୍ତି। ଦେଶର ସବୁଠାରୁ ଧନୀ ୨୧ ଭାରତୀୟଙ୍କର ୭୦ କୋଟି ଲୋକଙ୍କଠୁ ଅଧିକ ସମ୍ପତ୍ତି ଅଛି। ଯାହା ଠିକ୍ କଥା ନୁହେଁ।
Published by:Lipina Das
First published: