News18 Odia Digital
Viral Fever: ପରିବର୍ତ୍ତିତ ଋତୁ ମଧ୍ୟରେ ଭାଇରାଲ୍ ଜ୍ୱର ସବୁବେଳେ ଲୋକଙ୍କୁ ନିଜ ନିୟନ୍ତ୍ରଣରେ ଆଣିଥାଏ। ବିଶେଷ କରି ବର୍ଷା ଋତୁରେ ଆମକୁ ସତର୍କ ରହିବା ଆବଶ୍ୟକ ଅଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ପାଣିପାଗର ପରିବର୍ତ୍ତନ ହେତୁ ସଂକ୍ରମଣ ହେବାର ଆଶଙ୍କା ବହୁଗୁଣିତ ହୁଏ। ଏଭଳି ପରିସ୍ଥିତିରେ ଆମେ ଅନେକ ରୋଗର ଶିକାର ହୋଇପାରିବା, ଏହି ରୋଗରେ ଭାଇରାଲ୍ ଜ୍ୱର ମଧ୍ୟ ଅନ୍ତର୍ଭୁକ୍ତ।
ଭାଇରାଲ ଜ୍ୱର ହେଉଛି ଏମିତି ଏକ ରୋଗ ଯାହା ପ୍ରତିବର୍ଷ ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ। କିଛି ଲୋକ ଏହାକୁ ହାଲୁକା ଭାବରେ ଗ୍ରହଣ କରନ୍ତି ଓ ଆଉ କିଛି ଲୋକ ଏହାକୁ ବେପରୁଆ ଭାବରେ ଦେଖନ୍ତି। ଯାହା ଦ୍ବାରା ଏକ ସପ୍ତାହ କିମ୍ବା ଅଧିକ ସମୟ ଜ୍ବର ହେତୁ ବେଡରେ ଶୋଇ ରହିଥାଆନ୍ତି। ଯଦି ଏହା ଦୀର୍ଘ ସମୟ ଧରି ରହେ, ତେବେ ଏହା ଆମ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଶରୀର ଦୁର୍ବଳ ହୋଇଯାଏ ଓ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଏ।
ଆପଣ ଘରେ ଭାଇରାଲ୍ ଜ୍ୱରର ଚିକିତ୍ସା ମଧ୍ୟ କରିପାରିବେ। କିଛି ଘରୋଇ ଉପଚାରର ଏହି ସାହାଯ୍ୟ ପାଇଁ ନିଆଯାଇପାରେ। ତେବେ ଆସନ୍ତୁ ଜାଣିବା ଏହାର ଚିକିତ୍ସା ବିଷୟରେ...
ଭାଇରାଲ ଜ୍ୱରର ଲକ୍ଷଣଗୁଡ଼ିକ କ’ଣ?୧. ମୁଣ୍ଡବିନ୍ଧା।
୨. ଉଚ୍ଚ ଜ୍ୱର।
୩. କାଶ।
୪. ଗଳା ଯନ୍ତ୍ରଣା।
୫. ଜଳୀୟ ଆଖି।
୬. ପାଟିରେ ସ୍ୱାଦର ପରିବର୍ତ୍ତନ।
୭. ଭୋକ କମିଯିବା।
୮. ପେଟ ଯନ୍ତ୍ରଣା।
୯. ବାନ୍ତି।
୧୦. ଶରୀରର ତାପମାତ୍ରାର ଶୀଘ୍ର ବୃଦ୍ଧି ଓ ହ୍ରାସ ହେବା।
ଭାଇରାଲ ଜ୍ୱର ହେବା ମାତ୍ରେ ଶୀଘ୍ର ଚେକଅପ୍ ପାଇ ଯାଆନ୍ତୁଭାଇରାଲ ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ। ଏହା ଏକ ଜ୍ୱର ଯାହା ଗୋଟିଏ ଦିନରେ ଭଲ ହୁଏ ନାହିଁ, ଏଥିପାଇଁ ଅତି କମରେ ୭ ଦିନ କିମ୍ବା ଅଧିକ ସମୟ ଲାଗେ। ଯଦି ଆପଣଙ୍କର ଭାଇରାଲ ଜ୍ୱର ହୋଇଛି ତେବେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ତୁମେ ଡାକ୍ତରଙ୍କ ନିକଟକୁ ଯାଇ ଆବଶ୍ୟକ ପରୀକ୍ଷା କର, ଯାହା ଦ୍ବାରା ରୋଗର ସଠିକ୍ ଚିକିତ୍ସା ଠିକ୍ ସମୟରେ ହୋଇପାରିବ।
ଭାଇରାଲ୍ ଜ୍ୱରକୁ ଭଲ କରିବା ପାଇଁ ଘରୋଇ ଉପଚାର...୧. ଭାଇରାଲ ଜ୍ୱରରେ ଆରାମ ପାଇବା ପାଇଁ ଅଦା ଚା' ପିଅନ୍ତୁ।
୨. ତୁଳସୀ ପତ୍ରର ବ୍ୟବହାର ମଧ୍ୟ ଭାଇରାଲ ଜ୍ୱରରେ ସାହାଯ୍ୟ କରେ।
୩. ଲବଙ୍ଗ କିମ୍ବା ଗୋଲମରିଚ ଗୁଣ୍ଡ ମଧ୍ୟ ଭାଇରାଲ୍ ଜ୍ୱରରେ ସାହାଯ୍ୟ କରିବ।
4. ହର୍ବାଲ୍ ଚା' ପିଇବା ଦ୍ବାରା ଭାଇରାଲ୍ ଜ୍ୱର ମଧ୍ୟ ଠିକ୍ ହୁଏ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ଡାକ୍ତରୀ ପରାମର୍ଶ ନିଅନ୍ତୁ। ନ୍ୟୁଜ୧୮ ଓଡ଼ିଆ ଏହା ନିଶ୍ଚିତ କରେ ନାହିଁ।)
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।