News18 Odia Digital
Radhika Merchant Networth: ଦେଶର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ (Mukesh Ambani) ସାନପୁଅ ଅନନ୍ତ ଅମ୍ବାନୀ (Anant Ambani) ଖୁବ୍ ଶୀଘ୍ରୀ ନିଜ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଗତ ବର୍ଷ ଡିସେମ୍ବର ୨୯ରେ ଉଭୟଙ୍କ ନିର୍ବନ୍ଧ ଖୁବ୍ ଧୁମଧାମରେ ହୋଇଥିଲା।
ରାଧିକା ଏନକୋର ହେଲ୍ଥ କେୟାରର ସିଇଓ ବିରେନ ମର୍ଚାଣ୍ଟଙ୍କ ଲାଡଲୀ। ସେ ଶାସ୍ତ୍ରୀୟ ନୃତ୍ୟକୁ ମଧ୍ୟ ଭଲ ପାଆନ୍ତି। ବିବାହ ପାଇଁ ପ୍ରସ୍ତୁତି ଖୁବ୍ ଶୀଘ୍ର ଅମ୍ବାନୀ ଘରେ ଆରମ୍ଭ ହେବାକୁ ଯାଉଛି।
ମୁକେଶ ଅମ୍ବାନୀ ସାନ ପୁଅ ଅନନ୍ତଙ୍କୁ ନ୍ୟୁ ଏନର୍ଜୀ ବିଜନେସରେ ଲଞ୍ଚ କରିବାକୁ ଘୋଷଣା କରିସାରିଛନ୍ତି। ରାଧିକା ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ିଛନ୍ତି। ସେହିପରି ଅନନ୍ତ ଆମେରିକାର ବ୍ରାଉନ୍ ୟୁନିଭରସିଟିରେ ପାଠ ପଢ଼ିଥିଲେ। କିନ୍ତୁ ଆପଣ ଜାଣନ୍ତି କି ରାଧିକାଙ୍କ ସମ୍ପତ୍ତି ମୂଲ୍ୟ କେତେ? ଯଦି ନୁହେଁ ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ।
ବାସ୍ତବରେ, ଏନକୋର ହେଲ୍ଥକେୟାର ନିର୍ଦ୍ଦେଶିକା ରୂପେ କାମ କରନ୍ତି ରାଧିକା (Radhika Merchant)। ତାଙ୍କୁ ବହି ପଢ଼ିବା, ପହଁରିବା ଏବଂ ନାଚିବାକୁ ବହୁତ ଭଲ ଲାଗେ। ସେ ମଧ୍ୟ ବହୁତ ଷ୍ଟାଇଲିସ୍। ସମ୍ପ୍ରତି ସେ ପାରିବାରିକ ବ୍ୟବସାୟ ପରିଚାଳନା କରୁଛନ୍ତି ଏବଂ ଅନନ୍ତ ତାଙ୍କର ପିଲାଦିନର ବନ୍ଧୁ।
୨୦୧୮ରେ, ଏକ ଫଟୋ ଭାଇରାଲ ହୋଇଥିଲା, ଯାହା ପରେ ଉଭୟ ହେଡଲାଇନରେ ଆସିଥିଲେ। ତାଙ୍କ ମାତାଙ୍କ ନାମ ହେଉଛି ଶୈଳା ମର୍ଚାଣ୍ଟ। ରାଧିକା ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରାଧିକାଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୮-୧୦ କୋଟି ଟଙ୍କା।
ରାଧିକା ମର୍ଚାଣ୍ଟ କିଏ?୧୯୯୪ ଡିସେମ୍ବର ୧୮ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରାଧିକା। ସେ କ୍ୟାଥେଡ୍ରଲ ଏବଂ ଜନ୍ କନନ୍ ସ୍କୁଲ୍ ଏବଂ ମୁମ୍ବାଇର ଇକୋଲ୍ ମୋଣ୍ଡିଆଲ୍ ୱାର୍ଲ୍ଡ ସ୍କୁଲରୁ ପାଠପଢ଼ିଥିଲେ। ରାଧିକାଙ୍କୁ ୨୮ ବର୍ଷ ବୟସ ଏବଂ ସେ ଗୁରୁ ଭବନ ଠାକରଙ୍କ ଠାରୁ ଭାରତନାଟ୍ୟମ୍ ଶିଖିଛନ୍ତି। ତାଙ୍କ ପରିବାର କଚ୍ଛ ସମ୍ପ୍ରଦାୟର।
ପ୍ରକାଶ ଥାଉକି ଅମ୍ବାନୀ ଏବଂ ରାଧିକାଙ୍କ ପରିବାର ଚଳିତ ବର୍ଷ ଜିଓ ୱାର୍ଲ୍ଡ ସେଣ୍ଟରରେ ଅରଙ୍ଗେତ୍ରମ ସମାରୋହର ଆୟୋଜନ କରିଥିଲେ। ଏଥିରେ ବଲିଉଡ ଅଭିନେତା ସଲମାନ ଖାନ, ରଣବୀର ସିଂ, ଆମୀର ଖାନ, ମହାରାଷ୍ଟ୍ରର ପୂର୍ବତନ ସିଏମ ଉଦ୍ଧବ ଠାକରେଙ୍କ ସମେତ ବହୁ ରାଜନୈତିକ ଏବଂ ବଲିଉଡ ଲୋକ ପହଞ୍ଚିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।