News18 Odia Digital
Padma Awards 2023: ଚଳିତ ଥର ୨୬ ଜଣଙ୍କୁ ଏହି ସମ୍ମାନଜନକ ପାଇଁ ଚୟନ କରାଯାଇଛି। ଦିଲ୍ଲୀପ ମହଲନାବିସ୍ଙ୍କୁ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ପଦ୍ମ ବିଭୁଷଣ ପୁରସ୍କାରରେ ସମ୍ମାନିତ କରିବେ। ସେହିପରି ଦେଶର ୨୫ ଜଣଙ୍କୁ ମିଳିବ ଏହି ସମ୍ମାନ।
Oral Rehydration Solution (ORS) ଫର୍ମୁଲା ଆବିଷ୍କାର କରିବାରେ ତାଙ୍କର ବଡ଼ ଭୂମିକା ଥିଲା। ତାଙ୍କୁ ଏହି ପୁରସ୍କାର ମରଣୋତର ମିଳିବ। ଗତବର୍ଷ ଅକ୍ଟୋବର ମାସରେ ତାଙ୍କର ଦେହାନ୍ତ ହୋଇଥିଲା।
ରତନ ଚନ୍ଦ୍ରାକରଙ୍କୁ ପଦ୍ମଶ୍ରୀ ଦିଆଯିବ। ଆଣ୍ଡାମାନର ଜାରୱା ଜନଜାତିରେ ମିଳିମିଳା ପାଇଁ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ରତନ ଚନ୍ଦ୍ରାକରଙ୍କୁ ସମ୍ମାନିତ କରାଯିବ।
ଗୁଜୁରାଟର ସିଦ୍ଧ ଆଦିବାସୀମାନଙ୍କ ମଧ୍ୟରେ ପିଲାମାନଙ୍କ ଶିକ୍ଷା ଉପରେ କାର୍ଯ୍ୟ କରିଥିବାରୁ ହୀରା ବାଇ ଲୋବିଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ।
ସେହିପରି ମୁନିଶ୍ୱର ଚାନ୍ଦ ଡାବରଙ୍କୁ ସୁଲଭ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ହେରାକା ଧର୍ମର ସଂରକ୍ଷଣ ତଥା ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଦୀମା ହସାଓର ନାଗା ସାମାଜିକ କର୍ମୀ ରାମକୁଇୱାଙ୍ଗବେ ନ୍ୟୁମଙ୍କୁ ସାମାଜିକ କାର୍ଯ୍ୟ (ସଂସ୍କୃତି) କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।
ବି. ରାମକୃଷ୍ଣ ରେଡ୍ଡୀଙ୍କୁ ମିଳିବ ପଦ୍ମଶ୍ରୀତେଲେଙ୍ଗାନାର ୮୦ ବର୍ଷୀୟ ଭାଷା ବିଜ୍ଞାନ ପ୍ରଫେସର ବି. ରାମକୃଷ୍ଣ ରେଡ୍ଡୀଙ୍କୁ ସାହିତ୍ୟ ଓ ଶିକ୍ଷା (ଭାଷା ବିଜ୍ଞାନ) କ୍ଷେତ୍ରରେ ପଦ୍ମଶ୍ରୀ ପ୍ରଦାନ କରାଯିବ। କଙ୍କେରର ଗୋଣ୍ଡ ଆଦିବାସୀ ୱୁଡ କାର୍ୱର ଅଜୟ କୁମାର ମଣ୍ଡାଭୀଙ୍କୁ କଳା (କାଠ ଖୋଦନ) କ୍ଷେତ୍ରରେ ପଦ୍ମଶ୍ରୀ ପ୍ରଦାନ କରାଯିବ।
ଆଇଜୱାଲର ମିଜୋ ଲୋକ ଗାୟକ କେ.ସି. ରଣରେମସଙ୍ଗୀଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଜଲପାଇଗୁଡ଼ୀର ୧୦୨ ବର୍ଷୀୟ ସରିନ୍ଦା ବାଦକ ମଙ୍ଗଳା କାନ୍ତି ରୟଙ୍କୁ କଳା (ଲୋକ ସଙ୍ଗୀତ) କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ।
ନଜର ପକାଆନ୍ତୁ ବିଜେତାଙ୍କ ତାଲିକା ଉପରେପଦ୍ମ ବିଭୂଷଣଡ଼ଃ. ଦିଲ୍ଲୀପ ମହଲନାବିସ୍ପଦ୍ମଶ୍ରୀ
ରତନ ଚନ୍ଦ୍ରାକର।
ହୀରା ବାଇ ଲୋବି।
ମୁନିଶ୍ୱର ଚନ୍ଦ୍ର ଡାବର୍
ରାମକୁଇୱାଙ୍ଗବେ ନ୍ୟୁମ।
ଭିପି ଅପ୍ପୁକୁଟ୍ଟନ ପୋଡ୍ଡଭଲ।
ଶଙ୍କୁରତ୍ରୀ ଚନ୍ଦ୍ରଶେଖର।
ୱାଡିଭେଲ ଗୋପାଳ ଏବଂ ମାସି ସଦିଇୟାଂ।
ତୁଲା ରାମ ଉପ୍ରେତି।
ନେକରାମ ଶର୍ମା।
ଜନମ ସିଂ ସୋୟ।
ଧନୀରାମ ତୋତୋ।
ବି. ରାମକୃଷ୍ଣ ରେଡ୍ଡୀ।
ଅଜୟ କୁମାର ମଣ୍ଡଭୀ।
ରାନୀ ମାଚୈଆ।
କେ.ସି. ରଣରେମସଙ୍ଗୀ।
ରାଇଜିଙ୍ଗବୋର କୁର୍କଲଙ୍ଗ।
ମଙ୍ଗଳା କାନ୍ତି ରୟ।
ମୋଆ ସୁବୋଙ୍ଗ।
ମୁନିଭେଙ୍କଟପ୍ପା।
ଡୋମର ସିଂ କୁନବର।
ପର୍ଶୁରାମ କୋମାଜୀ ଖୁନେ।
ଗୁଲାମ ମହମ୍ମଦ ଜାଜ୍।
ଭାନୁଭାଇ ଚିତ୍ରା।
ପରେଶ ରାଠୱା।
କପିଲ ଦେବ ପ୍ରସାଦ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।