Gold Price Today: ବଢ଼ିଲା ସୁନା ଓ ରୂପା ମୂଲ୍ୟ; ଜାଣନ୍ତୁ କେତେ ଅଛି ଆଜିର ଦର

Gold Price Today: ବିବାହ ଋତୁ ଆରମ୍ଭ ହେବା ମାତ୍ରେ ସୁନା ଓ ରୂପା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଏପରି ପରିସ୍ଥିତିରେ, ଯଦି ଆପଣ ମଧ୍ୟ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆଜିର ଦର ଶୀଘ୍ର ଯାଞ୍ଚ କରନ୍ତୁ।

ବଢ଼ିଲା ସୁନା ଓ ରୂପା ମୂଲ୍ୟ

ବଢ଼ିଲା ସୁନା ଓ ରୂପା ମୂଲ୍ୟ

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଜି ପୁଣି ଥରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ (MCX) ସୁନା ମୂଲ୍ୟରେ ବୃଦ୍ଧି ଘଟିଛି। ଏଥି ସହିତ ରୂପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଫେବୃଆରୀ ବିତରଣ ପାଇଁ ଆଜି ସୁନା ମୂଲ୍ୟ ୦.୧୭ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ରୂପା ମୂଲ୍ୟ ୦.୨୩ ପ୍ରତିଶତ ବୃଦ୍ଧି ସହିତ କାରବାର କରୁଛି।

ଆଜି ସୁନା ହାର ୪୮,୦୦୦ରୁ କମ୍

ଫେବୃଆରୀରେ ବିତରଣ ପାଇଁ ସୁନାର ମୂଲ୍ୟ ଆଜି ୦.୧୭ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପ୍ରତି ୪୭,୫୪୩ ଟଙ୍କା ରହିଛି। ଏଥି ସହିତ ଆଜିର ବ୍ୟବସାୟରେ ରୂପା ମଧ୍ୟ ବୃଦ୍ଧି ପାଇଛି। ଆଜି ୧ କିଲୋଗ୍ରାମ ରୂପା ମୂଲ୍ୟ ୦.୨୩ ପ୍ରତିଶତ ବୃଦ୍ଧି ପାଇ ୬୦,୮୦୪ ଟଙ୍କା ହୋଇଛି।

୨୦୨୦ରେ ସୁନା ୫୬,୦୦୦ ଅତିକ୍ରମ କରିଥିଲା

ଅଗଷ୍ଟ ୨୦୨୦ରେ, MCX ଉପରେ ୧୦ ଗ୍ରାମ ସୁନା ମୂଲ୍ୟ ସର୍ବାଧିକ ୫୬,୨୦୦ ଟଙ୍କା ସ୍ତରରେ ପହଞ୍ଚିଥିଲା । ଆଜି, ସୁନା ଫେବୃଆରୀ ଫ୍ୟୁଚରଗୁଡିକ MCX ଉପରେ ୧୦ ଗ୍ରାମ ପିଛା ୪୭,୫୪୩ ଟଙ୍କା ସ୍ତରରେ ଅଛି, ଅର୍ଥାତ୍ ଏହା ପ୍ରାୟ ୮,୬୬୬ ଟଙ୍କା ତୁଳନାରେ ଶସ୍ତା ହେଉଛି।

ଯଦି ଆପଣ ଘରେ ବସି ସୁନା ହାର ଜାଣିବାକୁ ଚାହାଁନ୍ତି, ତେବେ ଏହି ପଦ୍ଧତିକୁ ଅନୁସରଣ କରନ୍ତୁ…

ଆପଣ ଘରେ ବସି ଏହି ହାରଗୁଡ଼ିକୁ ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଏହି ନମ୍ବରରେ ୮୯୫୫୬୬୪୪୩୩ରେ ଏକ ମିସ୍ କଲ୍ ଦେବାକୁ ପଡ଼ିବ ଓ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ସର୍ବଶେଷ ହାର ଯାଞ୍ଚ କରିପାରିବେ।

ଏହିପରି ସୁନାର ଶୁଦ୍ଧତା ଯାଞ୍ଚ କରାଯାଇପାରିବ

ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥି ପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। 'ବିଏସ୍ କେୟାର ଆପ୍' ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଆପଣ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।

ଯଦି ଏହି ଆପରେ ଦ୍ରବ୍ୟର ଲାଇସେନ୍ସ, ପଞ୍ଜୀକରଣ ଓ ହଲମାର୍କ ମାର୍କ ଭୁଲ୍ ବୋଲି ଜଣାପଡ଼େ, ତେବେ ଗ୍ରାହକ ତୁରନ୍ତ ଏହା ଉପରେ ଅଭିଯୋଗ କରିପାରିବେ । ଏହି ଆପ୍ ମାଧ୍ୟମରେ ଗ୍ରାହକ ତୁରନ୍ତ ଅଭିଯୋଗ ପଞ୍ଜୀକରଣ ବିଷୟରେ ସୂଚନା ପାଇବେ ।
Published by:Lipina Das
First published:
)}