ନଭେମ୍ବର ୧୭ର ଇତିହାସ: ଭାରତର ସୁନ୍ଦରୀ କରିଥିଲେ କମାଲ; ମିସ୍ ୱାର୍ଲ୍ଡ ସାଜିଥିଲେ ରୀତା ଫାରିଆ

17 November: ଏହି ଦିନ ଭାରତର ରୀତା ଫାରିଆ ମିସ୍ ୱାର୍ଲ୍ଡ ଟାଇଟେଲ୍ ଜିତିଥିଲେ। ସେ ଏହି ଟାଇଟେଲ୍ ଜିତିବାରେ ଏସିଆର ପ୍ରଥମ ମହିଳା ହୋଇଥିଲେ। ନଭେମ୍ବର ୧୭ ତାରିଖ ଦେଶ ଏବଂ ବିଶ୍ବ ଇତିହାସରେ କାହିଁକି ସ୍ୱତନ୍ତ୍ର ତାହା ଆସନ୍ତୁ ଜାଣନ୍ତୁ...

ରୀତା ଫାରିଆ ମିସ୍ ୱାର୍ଲ୍ଡ ଟାଇଟେଲ୍ ଜିତିଥିଲେ

ରୀତା ଫାରିଆ ମିସ୍ ୱାର୍ଲ୍ଡ ଟାଇଟେଲ୍ ଜିତିଥିଲେ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

17 November: ୯୦ ଦଶକରେ ଭାରତର ସୁନ୍ଦରୀମାନେ ସୌନ୍ଦର୍ଯ୍ୟ ଜଗତରେ ଚହଳ ସୃଷ୍ଟି କରିଥିଲେ। ୧୯୬୬ ମସିହାରେ ମୁମ୍ବାଇର ରୀତା ଫାରିଆଙ୍କ ଦ୍ୱାରା ଆରମ୍ଭ ଏହା ଆରମ୍ଭ ହୋଇଥିଲା। ୧୯୪୫ ମସିହାରେ ଜନ୍ମ ହୋଇଥିବା ରୀତା ହେଉଛନ୍ତି ଭାରତୀୟ ଏବଂ ଏସିଆର ପ୍ରଥମ ମହିଳା ଯିଏକି ୧୯୬୬ ମସିହାରେ ମିସ୍ ୱାର୍ଲ୍ଡ ଟାଇଟେଲ୍ ଜିତିଥିଲେ। ହେଲେ, ସେ ନିଜ କ୍ୟାରିୟରକୁ ସୌନ୍ଦର୍ଯ୍ୟ ଏବଂ ଗ୍ଲାମ ଦୁନିଆରେ ସୀମିତ ରଖିନଥିଲେ। ଏକ ବର୍ଷ ପାଇଁ ମଡେଲିଂ କରିବା ପରେ, ତାଙ୍କର ଡକ୍ଟରେଟ ଅଧ୍ୟୟନ ସମାପ୍ତ କରି ଏହାକୁ କ୍ୟାରିୟର୍ କରିଥିଲେ।

ପାଖାପାଖି ଦୁଇ ଦଶନ୍ଧି ପରେ, ୧୯୯୮ରେ, ରୀତା ପୁଣି ଥରେ ଫ୍ୟାସନ ଦୁନିଆକୁ ଫେରିଥିଲେ ଏବଂ ୧୯୯୮ରେ ସେ ଫେମିନା ମିସ୍ ଇଣ୍ଡିଆର ବିଚାରପତି ଭାବରେ କାର୍ଯ୍ୟ କରିଥିଲେ। ଦେଶ ତଥା ବିଶ୍ବର ଇତିହାସରେ ନଭେମ୍ବର ୧୭ରେ ରେକର୍ଡ ହୋଇଥିବା ଅନ୍ୟାନ୍ୟ ପ୍ରମୁଖ ଘଟଣାଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା...

୧୫୨୬: ମୋଗଲ ଶାସକ ବାବର ସିନ୍ଧ ମାଧ୍ୟମରେ ପଞ୍ଚମ ଥର ଭାରତରେ ପ୍ରବେଶ କରିଥିଲେ ଏବଂ ଏଥର ଏଠାରେ ତାଙ୍କ ଶାସନ ପ୍ରତିଷ୍ଠା କରିବାରେ ସଫଳ ହୋଇଥିଲେ।

୧୮୬୯: ଭୂମଧ୍ୟସାଗରକୁ ଲୋହିତ ସାଗର ସହିତ ସଂଯୋଗ କରୁଥିବା ସୁଇଜ୍ କେନାଲ ଦଶ ବର୍ଷର ନିର୍ମାଣ କାର୍ଯ୍ୟ ପରେ ପରିବହନ ପାଇଁ ଖୋଲା ଯାଇଥିଲା।

୧୯୧୫: ପୁଣେ ନିକଟ ତଲେଗାଓଁ ଜେଲରେ ବିଷ୍ଣୁ ଗୋପାଳ ପିଙ୍ଗଲଙ୍କୁ ଫାଶୀ ଦିଆଯାଇଥିଲା।

୧୯୨୮: ଲାଲା ଲଜପତ ରାୟଙ୍କ ମୃତ୍ୟୁ।

୧୯୩୨: ତୃତୀୟ ଗୋଲ ଟେବୁଲ୍ ସମ୍ମିଳନୀ ଆରମ୍ଭ ହେଲା।

୧୯୬୬: ଭାରତର ରୀତା ଫାରିଆ ମିସ୍ ୱାର୍ଲ୍ଡ ଟାଇଟେଲ୍ ଜିତିଥିଲେ। ସେ ଏହି ଟାଇଟେଲ୍ ଜିତିବାରେ ଏସିଆର ପ୍ରଥମ ମହିଳା ହୋଇଥିଲେ।

୧୯୬୬: ସୋଭିଏତ୍ ୟୁନିଅନ୍ ଚନ୍ଦ୍ର ପୃଷ୍ଠରେ ଏକ ମାନବ ବିହୀନ ଦୂର ନିୟନ୍ତ୍ରିତ ଯାନ ଅବତରଣ କରିଥିଲା।

୧୯୮୯: ଚେକୋସ୍ଲୋଭାକିଆରେ ସରକାର ବିରୋଧୀ ପ୍ରଦର୍ଶନକୁ ପୋଲିସ୍ ଅତି ନିର୍ମମ ଭାବରେ ଦଳି ଦେଇଥିଲା। ତେବେ ଏହି ବିରୋଧର ନିଆଁ ଏକ ଭୟଙ୍କର ରୂପ ନେଇଥିଲା ଏବଂ ଶେଷରେ ଦେଶର କମ୍ୟୁନିଷ୍ଟ ସରକାରଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

୧୯୯୭: ଇଜିପ୍ଟର ଆତଙ୍କବାଦୀମାନେ ଲକ୍ସୋରର ଟେମ୍ପଲ ଅଫ ହତ୍ସେପ୍ସୁତ ପରିଦର୍ଶନ କରୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

୨୦୦୮: ବ୍ୟାମ୍ପାୟର ପ୍ରେମ ଉପରେ ଆଧାର ଷ୍ଟିଫାନି ମେୟରଙ୍କ ପ୍ରସିଦ୍ଧ ଉପନ୍ୟାସ ଧାରାବାହିକ ଟ୍ୱିଲାଇଟ୍ ସାଗାର ପ୍ରଥମ ଫିଲ୍ମ ଆଡାପ୍ଟେସନର ଲସ୍ ଆଞ୍ଜେଲସରେ ପ୍ରିମିୟର୍। ଏହି ସିରିଜର ଫିଲ୍ମଗୁଡ଼ିକ ସାରା ବିଶ୍ୱରେ ଅପାର ଲୋକପ୍ରିୟତା ପାଇଛି।
Published by:Lipina Das
First published: