News18 Odia Digital
ନୂଆ ଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବିସ୍ତାରିତ କରୋନା ସଙ୍କଟରେ ଘରୋଇ କ୍ଷେତ୍ର ଆରବିଏଲ ବ୍ୟାଙ୍କ (RBL Bank) ନିଜ ଗ୍ରାହକଙ୍କୁ ଆରାମ ପ୍ରଦାନ କରିଛି । ବ୍ୟାଙ୍କ ଏପ୍ରିଲରେ MCLR ହାର ହ୍ରାସ କରିଛି ଅର୍ଥାତ ବର୍ତ୍ତମାନ ଆପଣଙ୍କୁ ପୂର୍ବ ଅପେକ୍ଷା କମ୍ EMI ଦେବାକୁ ପଡିବ । ବ୍ୟାଙ୍କର ନୂତନ ସୁଧ ହାର ୨୨ ଏପ୍ରିଲ ୨୦୨୧ ଅର୍ଥାତ ଆଜି ଠାରୁ ଲାଗୁ ହୋଇଛି । ସମସ୍ତ ଅବଧିର ସୁଧ ହାର ପାଇଁ ଏହି ରିହାତି ପ୍ରଦାନ କରାଯାଇଛି । ରାତାରାତି, ଏକ ମାସ, ତିନି ମାସ, ଛଅ ମାସ ଓ ଏକ ବର୍ଷର ସୁଧ ହାରରେ ସାଧାରଣ ଜନତାଙ୍କୁ ଆରାମ ମିଳିଛି ।
CNBC TV18 ର ଖବର ଅନୁଯାୟୀ ଆରବିଏଲର ଏହି ନିଷ୍ପତ୍ତି ପରେ ବ୍ୟାଙ୍କର ଗ୍ରାହକଙ୍କ EMI ୦.୩୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଏହାର ସୂଚନା ମିଳିପାରିବ ।
୨୨ ଏପ୍ରିଲ ୨୦୨୧ ରୁ ବ୍ୟାଙ୍କ ନୂତନ ହାର ଲାଗୁ କରିଛି->> ରାତାରାତି - ୭.୬୫ ପ୍ରତିଶତ
>> ଏକ ମାସ - ୭.୭୫ ପ୍ରତିଶତ
>> ତିନି ମାସ - ୭.୮୫ ପ୍ରତିଶତ
>> ଛଅ ମାସ - ୮.୦୫ ପ୍ରତିଶତ
>> ଏକ ବର୍ଷ - ୮.୪୦ ପ୍ରତିଶତ
ମାର୍ଚ୍ଚ ମାସରେ MCLR ହାର କେତେ ଥିଲା->> ରାତାରାତି - ୮ ପ୍ରତିଶତ
>> ଏକ ମାସ - ୮ ପ୍ରତିଶତ
>> ତିନି ମାସ - ୮.୧୦ ପ୍ରତିଶତ
>> ଛଅ ମାସ - ୮.୩୫ ପ୍ରତିଶତ
>> ଏକ ବର୍ଷ - ୮.୬୫ ପ୍ରତିଶତ
ଅଫିସିଆଲ୍ ଲିଙ୍କ୍ -ଅଧିକ ସୂଚନା ପାଇଁ ଆପଣ ଏହି ଲିଙ୍କ୍
https://drws17a9qx558.cloudfront.net/document/mclr-base-rate-plr/mclr-rates-april-22-2021.pdf ଭିଜିଟ କରିପାରିବେ ।
ଏହି ବ୍ୟାଙ୍କରେ ସର୍ବନିମ୍ନ ସୁଧ ହାର ରହିଛିଏହି ସମୟରେ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଦାବି କରୁଛି ଯେ ଏହା ସର୍ବନିମ୍ନ ସୁଧ ହାରରେ ଋଣ ପ୍ରଦାନ କରୁଛି । ବ୍ୟାଙ୍କ ଗ୍ରାହକଙ୍କୁ ୬.୬୫ ପ୍ରତିଶତ ହାରରେ ଗୃହ ଋଣ ପ୍ରଦାନ କରୁଛି । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଅନୁଯାୟୀ, ଏକ ସ୍ୱତନ୍ତ୍ର ଅଫର ଅନୁଯାୟୀ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୬.୬୫% ସୁଧ ହାରରେ ଋଣ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ବ୍ୟାଙ୍କ ବର୍ତ୍ତମାନ ଆଗକୁ ବଢ଼ାଇଛି ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।