News18 Odia Digital
ନୂଆ ଦିଲ୍ଲୀ: ମାଇକ୍ରୋ ଫାଇନାନ୍ସ କମ୍ପାନୀ ସଂସ୍ଥାରୁ ଋଣ ନେଇଥିବା ବ୍ୟକ୍ତିଙ୍କୁ ଆରବିଆଇ ବହୁତ ଆରାମ ଦେଇଛି। ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ସେମାନଙ୍କ ଗ୍ରାହକଙ୍କ ଠାରୁ ଇଚ୍ଛାଧୀନ ସୁଧ ଆଦାୟ କରନ୍ତି, ତେଣୁ ଆରବିଆଇ ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକୁ ସ୍ପଷ୍ଟ ଭାବରେ କହିଛି ଯେ ସେମାନେ ଋଣର ସୁଧ ହାରକୁ ସର୍ତ୍ତ ସହିତ ଠିକ୍ କରିପାରିବେ, କିନ୍ତୁ ଗ୍ରାହକଙ୍କଠାରୁ ଅଧିକ ସୁଧ ଆଦାୟ କରିପାରିବେ ନାହିଁ। କାରଣ ଏହି ଶୁଳ୍କ ଓ ହାର କେନ୍ଦ୍ରୀୟ ବ୍ୟାଙ୍କର ତତ୍ତ୍ବାବଧାନରେ ରହିବ।
ଏହି କମ୍ପାନୀଗୁଡିକୁ ଆରବିଆଇ ଏହି ନିର୍ଦ୍ଦେଶ ଦେଇଛି, ଯେଉଁ ଗ୍ରାହକଙ୍କର ଆୟ ବାର୍ଷିକ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ, ସେହି ପରିବାରମାନଙ୍କୁ କୌଣସି ଗ୍ୟାରେଣ୍ଟି ବିନା ଋଣ ଦେବାକୁ ପଡ଼ିବ। ଏହାପୂର୍ବରୁ ଏହି ଋଣ ସୀମା ଗ୍ରାମୀଣ ଋଣଦାତାଙ୍କ ପାଇଁ ୧.୨ ଲକ୍ଷ ଓ ସହରୀ ଋଣଦାତାଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ଥିଲା।
ଆରବିଆଇର ଏହି ନୂଆ ନିୟମ ଆସନ୍ତା ଏପ୍ରିଲ୍ ୧ ତାରିଖରୁ ପ୍ରଯୁଜ୍ୟ ହେବ
କମ୍ପାନୀଗୁଡିକ ଇଚ୍ଛାଧୀନ ସୁଧ ଆଦାୟ କରିପାରିବେ ନାହିଁ
ଆରବିଆଇ ଏଥିପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ନିର୍ଦ୍ଦେଶନାମା ଅନୁଯାୟୀ, ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଋଣ ସମ୍ବନ୍ଧୀୟ ଦେୟ ଉପରେ ଏକ ସୀମା ନିର୍ଦ୍ଧାରଣ କରିବାକୁ ପଡ଼ିବ। ତାହା ହେଉଛି, ଏହି କମ୍ପାନୀଗୁଡିକ ଗ୍ରାହକଙ୍କଠାରୁ ଇଚ୍ଛାଧୀନ ସୁଧ ଆଦାୟ କରିପାରିବେ ନାହିଁ। ଏହା ସହିତ, ସମସ୍ତ ନିୟମିତ ୟୁନିଟ୍ ଗୁଡିକ ବୋର୍ଡ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ଅନୁମୋଦିତ ଏକ ନୀତି କାର୍ଯ୍ୟକାରୀ କରିବା ଉଚିତ୍। ଏଥିରେ ମାଇକ୍ରୋ ଫାଇନାନ୍ସ ଋଣ ମୂଲ୍ୟ, କଭର, ସୁଧ ହାରର ଛାତ ଓ ଅନ୍ୟାନ୍ୟ ଚାର୍ଜ ବିଷୟରେ ସ୍ୱଚ୍ଛତା ଆଣିବାକୁ ପଡ଼ିବ।
ଏହି ସର୍ତ୍ତରେ ଜୋରିମନା ଆଦାୟ କରାଯିବ ନାହିଁ
ଧାର୍ଯ୍ୟ ସମୟ ପୂର୍ବରୁ ଋଣ ପରିଶୋଧ କରୁଥିବା ଗ୍ରାହକଙ୍କ ପାଇଁ ଆରବିଆଇ ଏହି ଗାଇଡଲାଇନରେ କହିଛି, ‘‘ପ୍ରତ୍ୟେକ ନିୟମିତ ସଂସ୍ଥାକୁ ଫ୍ୟାକ୍ଟସିଟ୍ ଆକାରରେ ଜଣେ ସମ୍ଭାବ୍ୟ ଋଣଦାତା ବିଷୟରେ ମୂଲ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବାକୁ ପଡ଼ିବ। ଯଦି ଋଣଗ୍ରହୀତା ତାଙ୍କ ଋଣକୁ ଅକାଳ ପରିଶୋଧ କରିବାକୁ ଚାହାଁନ୍ତି, ତେବେ ତାଙ୍କ ଉପରେ କୌଣସି ଦଣ୍ଡବିଧାନ କରାଯିବା ଉଚିତ୍ ନୁହେଁ। ଯଦି କିସ୍ତି ଦେବାର ବିଳମ୍ବ ହେଉଛି, ତେବେ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡିକ ଗ୍ରାହକଙ୍କ ଉପରେ ଜୋରିମନା ଲଗାଇ ପାରିବେ କିନ୍ତୁ ତାହା ସମଗ୍ର ଋଣ ରାଶି ଉପରେ ନୁହେଁ ବରଂ କେବଳ ବକେୟା ରାଶି ଉପରେ।
ସହଜ ଭାଷାରେ ଋଣ ଚୁକ୍ତି
ଏହା ସହିତ ଆରବିଆଇ କହିଛି ଯେ, ଯଦି ଜଣେ ଋଣଦାତା ଏକ ଋଣ ନେଇଛନ୍ତି, ତେବେ ମାଇକ୍ରୋ ଫାଇନାନ୍ସ କମ୍ପାନୀଗୁଡ଼ିକ ମାସିକ ଆୟର ସର୍ବାଧିକ ୫୦ ପ୍ରତିଶତ ଋଣ ପରିଶୋଧ ପାଇଁ ଠିକ କରିପାରିବେ। ଏହା ଗ୍ରାହକଙ୍କ ଉପରେ ଅଧିକ ଭାର ବଢ଼ାଇବ ନାହିଁ। ମାଇକ୍ରୋ ଫାଇନାନ୍ସ କମ୍ପାନୀ ଓ ଗ୍ରାହକଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ମଧ୍ୟ ଏପରି ଭାଷାରେ ରହିବା ଉଚିତ୍ ଯାହା ଋଣ ନେଇଥିବା ବ୍ୟକ୍ତି ସହଜରେ ବୁଝିପାରିବେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।