RBI ଆଲର୍ଟ କଲା! ୨୩ ମେ'ରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ଜାଣନ୍ତୁ ଏହି ଜରୁରୀ କଥା

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଯେହେତୁ NEFT ସେବା ୨୩ ମେ'ରେ କିଛି ଘଣ୍ଟା ଧରି କାମ କରିବ ନାହିଁ ତେଣୁ ଆପଣମାନେ ଆପଣଙ୍କର ଏହି ଦିନର କାମ ପ୍ରଥମରୁ ସରିନେବା ଉଚିତ୍ ।

RBI ଆଲର୍ଟ କଲା! ୨୩ ମେ'ରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ଜାଣନ୍ତୁ ଏହି ଜରୁରୀ କଥା
RBI ଆଲର୍ଟ କଲା!
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣ ମଧ୍ୟ ଡିଜିଟାଲ୍ କାରବାର (Digital Transaction) କରନ୍ତି । ତେବେ ଏହା ଆପଣଙ୍କ ପାଇଁ ଏକ ଜରୁରୀ ଖବର । କୋଟି କୋଟି ଗ୍ରାହକଙ୍କ ପାଇଁ ଆରବିଆଇ ଏକ ସତର୍କ ସୂଚନା ଜାରି କରିଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ କୁହାଯାଇଛି ଯେ ୨୩ ମଇରେ NEFT ସେବା କିଛି ଘଣ୍ଟା ପାଇଁ କାମ କରିବ ନାହିଁ । ତେଣୁ ଆପଣ ଆପଣଙ୍କ କାମ ପ୍ରଥମରୁ ସରିନେବା ଉଚିତ୍ । ଯଦି ଆପଣ ଏହି ସମୟ ସୀମା ମଧ୍ୟରେ କାହାକୁ ଟଙ୍କା ଟ୍ରାନ୍ସଫର କରିବାକୁ ଚାହାଁନ୍ତି ତେବେ ଏହାକୁ ଆଗୁଆ କରନ୍ତୁ । ଯାହାଫଳରେ ଆପଣଙ୍କର କୌଣସି ଅସୁବିଧା ହେବ ନାହିଁ । ଟ୍ୱିଟ୍ କରି ଆରବିଆଇ ଏ ସମ୍ପର୍କରେ ସୂଚନା ଦେଇଛି ।

ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ (NEFT) ହେଉଛି ଏକ ପେମେଣ୍ଟ ସିଷ୍ଟମ ଯାହା ସମଗ୍ର ଦେଶରେ ଚାଲିଥାଏ । ଯେଉଁଥିରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ଟ୍ରାନ୍ସଫର ହୋଇଥାଏ । NEFT ମାଧ୍ୟମରେ ଗ୍ରାହକମାନେ କିଛି ମିନିଟ୍ ମଧ୍ୟରେ ଟଙ୍କା ଟ୍ରାନ୍ସଫର କରିପାରିଥାନ୍ତି । ଦେଶର ଯେକୌଣସି ବ୍ୟାଙ୍କ ଶାଖାରେ ଏହି ସୁବିଧା ମାଧ୍ୟମରେ ମଧ୍ୟ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ ।

ଆରବିଆଇ ଟ୍ୱିଟ୍ କରିଛି
ଆରବିଆଇର ଏକ ଟ୍ୱିଟ୍ ମାଧ୍ୟମରେ କହିଛି, ୨୨ ମେ'ରେ ବ୍ୟାଙ୍କଗୁଡିକ କାର୍ଯ୍ୟ ଶେଷ କରିବା ପରେ ବୈଷୟିକ ଉନ୍ନୟନ ଯୋଗୁଁ ମେ' ୨୩ ରେ ୦୦:୦୧ ରୁ ୧୪:୦୦ ଅପରାହ୍ନ (୧୨ ଟା ରୁ ୨ ଟା) ମଧ୍ୟରେ NEFT କାମ କରିବା ନାହିଁ । କିନ୍ତୁ RTGS ସେବା ସୁରୁଖୁରୁରେ କାର୍ଯ୍ୟ କରିବ ।



କୌଣସି ସର୍ବନିମ୍ନ ସୀମା ନାହିଁ
NEFT ମାଧ୍ୟମରେ ଟଙ୍କା ଟ୍ରାନ୍ସଫର କରିବା ପାଇଁ କୌଣସି ସର୍ବନିମ୍ନ ସୀମା ନାହିଁ । ଅର୍ଥାତ୍ ଆପଣ ଯେକୌଣସି ପରିମାଣର ଟଙ୍କା ଟ୍ରାନ୍ସଫର କରିପାରିବେ । ଅନ୍ୟ ପଟେ ଯଦି ଆପଣ ସର୍ବାଧିକ ସୀମା ବିଷୟରେ କଥାବାର୍ତ୍ତା କରନ୍ତି ତେବେ ବ୍ୟାଙ୍କଗୁଡିକ ଅନୁଯାୟୀ ଏହା ଭିନ୍ନ ହୋଇପାରେ ।

RTGS ଓ IMPS ରୁ କେତେ ଟଙ୍କା ଟ୍ରାନ୍ସଫର ହୋଇଥାଏ
NEFT ବ୍ୟତୀତ ଗ୍ରାହକମାନେ RTGS ଓ IMPS (Immediate Payment Service) ବ୍ୟବହାର କରି ଟଙ୍କା ଟ୍ରାନ୍ସଫର କରିପାରିବେ । RTGS ବିଷୟରେ କହିବାକୁ ଗଲେ ଏହା ଏକ ସମୟରେ ୨ ଲକ୍ଷରୁ ଅଧିକ ଟଙ୍କା ଟ୍ରାନ୍ସଫର କରିପାରିବେ ନାହିଁ । ଯେତେବେଳେ କି ବିଭିନ୍ନ ବ୍ୟାଙ୍କରେ ସର୍ବାଧିକ ପରିମାଣ ଭିନ୍ନ ଅଟେ । IMPS ମାଧ୍ୟମରେ ରିଅଲ ସମୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର ହୋଇପାରିବ ।

NEFT ରୁ କିପରି ଟଙ୍କା ଟ୍ରାନ୍ସଫର କରାଯାଏ

>> NEFT ରୁ ଟଙ୍କା ଟ୍ରାନ୍ସଫର କରିବାକୁ ହେଲେ ଆପଣଙ୍କର ଏକ ନେଟ ବ୍ୟାଙ୍କିଙ୍ଗ୍ ଲଗଇନ୍ ID ଓ ପାସୱାର୍ଡ ଥିବା ଆବଶ୍ୟକ ।

>> ଲଗଇନ୍ ପରେ ଆପଣଙ୍କୁ NEFT Fund Transfer ବିଭାଗ ଅପ୍ସନକୁ ଯିବାକୁ ପଡିବ ।

>> ବର୍ତ୍ତମାନ ଆପଣଙ୍କୁ ପ୍ରାପ୍ତକର୍ତ୍ତାଙ୍କ ବିବରଣୀ ଏଣ୍ଟ୍ରି କରିବାକୁ ପଡିବ ।

>> ଏଥିରେ ରିସିଭର ନାମ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଓ IFSC କୋଡ୍ ଏଣ୍ଟ୍ରି କରନ୍ତୁ ।

>> ପ୍ରାପ୍ତକର୍ତ୍ତାଙ୍କ ଯୋଗ ହେବା ମାତ୍ରେ ଆପଣ NEFT ଟ୍ରାନ୍ସଫର ଆରମ୍ଭ କରିପାରିବେ ।

>> ବର୍ତ୍ତମାନ ଆପଣ ପଠାଇବାକୁ ଚାହୁଁଥିବା ପରିମାଣ ଏଣ୍ଟ୍ରି କରନ୍ତୁ ଓ ସେଣ୍ଡ ବଟନ୍ ଦବାନ୍ତୁ ।
Published by: Jagdish Barik
First published: May 17, 2021, 3:48 PM IST