RBI ର ରେପୋ ରେଟ୍ ଅପରିବର୍ତ୍ତିତ; ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?

RBI Monetary Policy: ମୁଦ୍ରା ନୀତିରେ (monetary policy) କୌଣସି ପରିବର୍ତ୍ତନ ନକରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ଆରବିଆଇ ରେପୋ ରେଟ୍ ମଧ୍ୟ ସ୍ଥିର ରଖିଛି । ବର୍ତ୍ତମାନ ଆରବିଆଇର ରେପୋ ରେଟ୍ ୪% ଥିବାବେଳେ ରିଭର୍ସ ରେପୋ ରେଟ୍ ୩.୫% ରହିଛି ।

RBI ର ରେପୋ ରେଟ୍ ଅପରିବର୍ତ୍ତିତ; ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?
RBI ର ରେପୋ ରେଟ୍ ଅପରିବର୍ତ୍ତିତ
  • News18 Odia
  • Last Updated: April 7, 2021, 12:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମୁଦ୍ରା ନୀତି କମିଟି (RBi MPC Meeting) ର ବୈଠକ ଆଜି ଅର୍ଥାତ ୭ ଏପ୍ରିଲ ୨୦୨୧ ରେ ଶେଷ ହୋଇଛି । ଏପ୍ରିଲ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବୈଠକରେ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ (RBI Governor Shaktikanta Das) ଦ୍ୱାରା ଅନ୍ତିମ ଘୋଷଣା କରାଯାଇଛି । ମୁଦ୍ରା ନୀତିରେ କୌଣସି ପରିବର୍ତ୍ତନ ନକରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି । ଆରବିଆଇ ରେପୋ ହାର ସ୍ଥିର ରଖିଛି । ପୂର୍ବ ପରି ଏହା ୪% ରେ ଅକ୍ଷୁର୍ଣ୍ଣ ରହିଛି । ବର୍ତ୍ତମାନ ଆରବିଆଇର ରେପୋ ହାର ୪% ଥିବାବେଳେ ରିଭର୍ସ ରେପୋ ହାର ୩.୫% ରହିଛି । ଏହା ନୂତନ ଆର୍ଥିକ ବର୍ଷର (FY 2021-22) ପ୍ରଥମ MPC ବୈଠକ ଥିଲା ।

ଜାଣନ୍ତୁ କ'ଣ କହିଲେ ଶକ୍ତିକାନ୍ତ ଦାସ?

ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫% ରହିବ । ଅଭିବୃଦ୍ଧି ସ୍ଥିର ନହେବା ପର୍ଯ୍ୟନ୍ତ ରେପୋ ରେଟ୍ ଅକ୍ଷୁର୍ଣ୍ଣ ରହିବ ବୋଲି ଦାସ କହିଛନ୍ତି । ଏହା ଦ୍ୱାରା ଆପଣଙ୍କ ଘରର EMI ଓ ଅଟୋ ଲୋନ ମଧ୍ୟ ସମାନ ରହିବ । ଆପଣଙ୍କୁ ବର୍ତ୍ତମାନ ଶସ୍ତା EMI ପାଇଁ ଅପେକ୍ଷା କରିବାକୁ ପଡିବ । ଏହା ସହିତ ଆରବିଆଇ ଗଭର୍ଣ୍ଣର ୨୦୨୧-୨୨ ବର୍ଷ ପାଇଁ ୧୦.୫% ଜିଡିପି ଆକଳନ କରିଛନ୍ତି । ମାର୍କେଟ ଏକ୍ସପର୍ଟଙ୍କ ଦ୍ୱାରା ପୂର୍ବରୁ ମଧ୍ୟ ଏହି ଆକଳନ କରାଯାଇ ସାରିଛି ।

ଜାଣନ୍ତୁ ମୁଦ୍ରା ନୀତି କ’ଣ?
ମୁଦ୍ରା ନୀତି ଆଧାରରେ ବଜାରରେ ଟଙ୍କା ଯୋଗାଣ ନିୟନ୍ତ୍ରିତ ହୋଇଥାଏ । ମୁଦ୍ରା ନୀତି ନିର୍ଣ୍ଣୟ କରେ ଯେଉଁ ହାରରେ ରିଜର୍ଭ ବ୍ୟାଙ୍କ ଋଣ ଦେବ ଓ କେଉଁ ହାରରେ ସେମାନେ ସେହି ବ୍ୟାଙ୍କରୁ ଟଙ୍କା ପ୍ରତ୍ୟାହାର କରିବେ । ମୁଦ୍ରା ନୀତି ଏହାର କେନ୍ଦ୍ରୀୟ ବୋର୍ଡର ସୁପାରିଶକୁ ଆଧାର କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ସ୍ଥିର ହୋଇଛି । ଏହି ବୋର୍ଡରେ ବିଶିଷ୍ଟ ଅର୍ଥନୀତିଜ୍ଞ, ଶିଳ୍ପପତି ଓ ନୀତି ନିର୍ମାତା ରହିଛନ୍ତି ।

ଜାଣନ୍ତୁ ରେପୋ ରେଟ୍ ଓ ରିଭର୍ସ ରେପୋ ରେଟ୍ କ’ଣ?
ରେପୋ ରେଟ୍ ହେଉଛି ସୁଧ ହାର ଯେଉଁଥିରେ ରିଜର୍ଭ ବ୍ୟାଙ୍କ ଏସବିଆଇ ସମେତ ଅନ୍ୟ ବ୍ୟାଙ୍କମାନଙ୍କୁ ସ୍ୱଳ୍ପ ସମୟ ପାଇଁ ଋଣ ଦେଇଥାଏ । ଯଦି ଏଥିରେ କଟ୍ ଥାଏ ତେବେ ବ୍ୟାଙ୍କଗୁଡ଼ିକୁ ଆରବିଆଇକୁ କମ୍ ସୁଧ ଦେବାକୁ ପଡିବ । ଏହା ଆପଣଙ୍କ EMI କୁ ମଧ୍ୟ ପ୍ରଭାବିତ କରେ । ଯଦି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢ଼ାନ୍ତି, ତେବେ ବ୍ୟାଙ୍କଗୁଡିକରୁ ଋଣ ନେବା ମହଙ୍ଗା ହୋଇଯାଏ । ଏହା ଗୃହ ଋଣ, କାର ଋଣ ସହିତ ଅନ୍ୟାନ୍ୟ ଋଣର ସୁଧ ହାର ବୃଦ୍ଧି କରିଥାଏ । ଏଥି ସହିତ ଆରବିଆଇର ରେପୋ ରେଟ୍ ବର୍ତ୍ତମାନ ୪% ଥିବାବେଳେ ରିଭର୍ସ ରେପୋ ରେଟ୍ ୩.୫% ରହିଛି । ରିଭର୍ସ ରେପୋ ରେଟ୍ ହେଉଛି ସେହି ହାର ଯାହା ଯାହା ଆରବିଆଇ ବ୍ୟାଙ୍କଗୁଡିକ ପାଇଁ ସୁଧ ଭାବରେ ପ୍ରଦାନ କରେ ।
Published by: Jagdish Barik
First published: April 7, 2021, 12:30 PM IST