News18 Odia Digital
ନୂଆ ଦିଲ୍ଲୀ: ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଆରବିଆଇ (RBI) ବହୁତ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଛି । ଦେଶରେ ଡିଜିଟାଲ ପେମେଣ୍ଟ ବୃଦ୍ଧି ସହିତ ଠକେଇ ମାମଲା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ଆରବିଆଇ ଚେତାବନୀ ଦେଇଛି ।
ବ୍ୟାଙ୍କ ଗ୍ରାହକଙ୍କୁ KYC କରିବାକୁ କୁହାଯାଉଥିବା ଅଭିଯୋଗ ଗ୍ରହଣ କରୁଥିବା ଆରବିଆଇ ଟ୍ୱିଟ୍ କରି କହିଛି ଯେ KYC (Know Your Customer-KYC) ଅପଡେଟ୍ ନାମରେ ଠକାମିର ଶିକାର କରାଯାଉି । ଠକ୍ ଏଥି ପାଇଁ ନୂଆ ନୂଆ ପଦ୍ଧତି ଆପଣାଉଛନ୍ତି ।
ଆରବିଆଇ କହିଛି ଯେ ତୁମେ ତୁମର କାର୍ଡ଼କୁ ଅତି ଯତ୍ନର ସହିତ ବ୍ୟବହାର କର । କାହା ସହିତ ଏଟିଏମ୍ ଓ ଡେବିଟ୍ କାର୍ଡ଼ ବିବରଣୀ ଶେୟାର କରନ୍ତୁ ନାହିଁ ।
ଜାଣନ୍ତୁ କ'ଣ କହୁଛି RBIଆରବିଆଇ କହିଛି ଯେ ଗ୍ରାହକଙ୍କୁ କଲ, ଏସଏମଏସ ଓ ଇମେଲ ପଠାଇ ବ୍ୟକ୍ତିଗତ ସୂଚନା ଶେୟାର କରିବାକୁ କୁହାଯାଉଛି। ଏଥିରେ ଲଗଇନ୍ ବିବରଣୀ, କାର୍ଡ଼ ବିବରଣୀ, PIN ଓ OTP ଅନ୍ତର୍ଭୁକ୍ତ । ବ୍ୟାଙ୍କ ଗ୍ରାହକମାନଙ୍କୁ ଏକ ଲିଙ୍କ ପଠାଇ KYCକୁ ଅପଡେଟ୍ କରିବା ପାଇଁ ଏକ ଅନଧିକୃତ କିମ୍ବା ଯାଞ୍ଚ ହୋଇନଥିବା ଆପ୍ ସଂସ୍ଥାପନ କରିବାକୁ ମଧ୍ୟ କୁହାଯାଇପାରେ ।
KYC ଅପଡେଟ୍ ନହେଲେ ଆକାଉଣ୍ଟ୍ ଅବରୋଧ ହେବଏସଏମଏସ ଓ ଇମେଲ ପଠାଇ ଗ୍ରାହକଙ୍କୁ କୁହାଯାଉଛି ଯେ ଯଦି ସେମାନେ KYC ଅପଡେଟ୍ ନକରନ୍ତି, ତେବେ ସେମାନଙ୍କ ଆକାଉଣ୍ଟ ଫ୍ରିଜ୍, ଅବରୋଧ କିମ୍ବା ବନ୍ଦ ହୋଇପାରିବ । ଏପରି ପରିସ୍ଥିତିରେ, ଯଦି ଗ୍ରାହକ କଲ୍, ମେସେଜ୍ କିମ୍ବା ବେଆଇନ ଆପରେ ତାଙ୍କ ସୂଚନା ଶେୟାର କରନ୍ତି, ତେବେ ଚୋରମାନେ ତାଙ୍କ ଆକାଉଣ୍ଟକୁ ପ୍ରବେଶ କରିବେ ଓ ସେମାନେ ଗ୍ରାହକଙ୍କୁ ଠକି ପାରିବେ ।
ଆକାଉଣ୍ଟକୁ ଅବରୋଧ କରାଯିବା ବିଷୟରେ ଆରବିଆଇ ଏହା କହିଛିଆରବିଆଇ କହିଛି ଯେ ନିୟନ୍ତ୍ରିତ ସଂସ୍ଥାଗୁଡ଼ିକୁ ସମୟ ସମୟରେ KYC ଅପଡେଟ୍ କରିବାକୁ ପଡ଼ିବ କିନ୍ତୁ ଏହି ପ୍ରକ୍ରିୟା ସରଳୀକୃତ ହୋଇଛି । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଯଦି ଗ୍ରାହକଙ୍କ ଆକାଉଣ୍ଟକୁ ପର୍ଯ୍ୟାୟ କ୍ରମେ ଅପଡେଟ୍ କରାଯାଏ, ତେବେ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ତାଙ୍କ ଆକାଉଣ୍ଟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ଯେ ପର୍ଯ୍ୟନ୍ତ ନିୟାମକଙ୍କ ନିର୍ଦ୍ଦେଶରେ ଏହା କରିବା ଆବଶ୍ୟକ ବୋଲି କହିନାହାଁନ୍ତି କାର୍ଯ୍ୟକାରୀ ଏଜେନ୍ସି ଓ କୋର୍ଟ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।