Axis Bank ଉପରେ ୫ କୋଟି ଟଙ୍କା ଜୋରିମନା ଲଗାଇଲା RBI; ଗ୍ରାହକଙ୍କ ଉପରେ ପଡ଼ିବ କି ପ୍ରଭାବ?

ସମସ୍ୟା ଘେରରେ ଆକ୍ସିସ୍ ବ୍ୟାଙ୍କ । ସାଇବର ସିକ୍ୟୁରିଟି ଫ୍ରେମୱାର୍କ ଯାଞ୍ଚ ସମେତ ଏହାର ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରିବାକୁ ନେଇ ହଟହଟା । ଆର.ବି.ଆଇ. ଲଗାଇଲା ଜୋରିମନା । ପୂର୍ବରୁ ୧୪ଟି ବ୍ୟାଙ୍କ ଉପରେ ଲଗିସାରିଛି ମୁଦ୍ରା ଦଣ୍ଡ ।

ଆକ୍ସିସ୍ ବ୍ୟାଙ୍କ ଉପରେ ଲାଗିଲା ୫ କୋଟି ଜୋରିମନା

ଆକ୍ସିସ୍ ବ୍ୟାଙ୍କ ଉପରେ ଲାଗିଲା ୫ କୋଟି ଜୋରିମନା

  • Share this:
News18 Odia Digital

ନୂଆ ଦିଲ୍ଲୀ: ସାଇବର ସିକ୍ୟୁରିଟି ଫ୍ରେମୱାର୍କ ଯାଞ୍ଚ ସମେତ ଏହାର ନିର୍ଦ୍ଦେଶନାମାକୁ ଉଲ୍ଲଂଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆକ୍ସିସ୍ ବ୍ୟାଙ୍କ ଉପରେ ପାଞ୍ଚ କୋଟି ଟଙ୍କା ଜୋରିମନା ଲଗାଇଛି । ମଙ୍ଗଳବାର ରିଜର୍ଭ ବ୍ୟାଙ୍କ ଏହି ସୂଚନା ଦେଇଥିଲା ।

ନିୟମ ପାଳନ ନକରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ପ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ଜୋରିମନା ଲଗାଇଥାଏ। କିଛି ଦିନ ପୂର୍ବରୁ ଆର.ବି.ଆଇ. ବିଭିନ୍ନ ନିୟମ ଉଲ୍ଲଂଘନ କରିଥିବା ବନ୍ଧନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଓ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସମେତ ୧୪ଟି ବ୍ୟାଙ୍କ ଉପରେ ମୁଦ୍ରା ଦଣ୍ଡ ଲଗାଥିଲା।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶର କିଛି ନିୟମାବଳୀକୁ ଉଲ୍ଲଂଘନ କିମ୍ବା ପାଳନ ନକରିବା ପାଇଁ ଏହି ଦଣ୍ଡବିଧାନ କରାଯାଇଛି। ଏଥି ମଧ୍ୟରେ କର୍ପୋରେଟ୍ ଗ୍ରାହକ ଭାବରେ ପ୍ରାୟୋଜକ ବ୍ୟାଙ୍କ ଓ ଏସସିବି ଓ ୟୁସିବି ମଧ୍ୟରେ ଦେୟ ଯାନ୍ତ୍ରିକତା ନିୟନ୍ତ୍ରଣକୁ ମଜବୁତ କରିବା',

‘ବ୍ୟାଙ୍କରେ ସାଇବର ସିକ୍ୟୁରିଟି ଫ୍ରେମୱାର୍କ’ ଓ ‘ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ଥିବା ଆର୍ଥିକ ସେବା) ନିର୍ଦ୍ଦେଶାବଳୀ, ୨୦୧୬ ଅନ୍ତର୍ଭୂକ୍ତ କରାଯାଇଛି । ଏହା ସହ ଆର୍ଥିକ ଅନ୍ତର୍ଭୁକ୍ତ ବ୍ୟାଙ୍କିଙ୍ଗ ସେବା ସୁବିଧା ପ୍ରାଥମିକ, ସଞ୍ଚୟ ବ୍ୟାଙ୍କ ଜମା ଖାତା, ଜାଲିଆତି ବର୍ଗୀକରଣ ଓ ରିପୋର୍ଟିଂ ମଧ୍ୟ ଅନ୍ତର୍ଭୁକ୍ତ ଅଛି ।

ଜାରି କରାଯାଇଥିବା ନିର୍ଦ୍ଦେଶ ଗୁଡ଼ିକର କିଛି ବ୍ୟବସ୍ଥାର "ଉଲ୍ଲଂଘନ / ଅନୁପାଳନ" ପାଇଁ ଆର.ବି.ଆଇ. ଦ୍ବାରା ଏହି ଦଣ୍ଡବିଧାନ କରାଯାଇଛି। ଯାହା ଗ୍ରାହକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆର.ବି.ଆଇ. ସ୍ପଷ୍ଟ କରିଛି ଯେ ନିୟାମକ ଅନୁପାଳନ ଅଭାବରୁ ବ୍ୟାଙ୍କଗୁଡ଼ିକ ଉପରେ ଏହି ଦଣ୍ଡବିଧାନ କରାଯାଇଛି, ଗ୍ରାହକଙ୍କ କୌଣସି କାରବାର ସହିତ ଏହାର କୌଣସି ସମ୍ପର୍କ ନାହିଁ।

ରିଜର୍ଭ ବ୍ୟାଙ୍କ କହିଛି ଯେ ବ୍ୟାଙ୍କର ସୁପରଭାଇଜର ଆପ୍ରାଇଜାଲ୍ (ISE) ପାଇଁ ଆଇନଗତ ଯାଞ୍ଚ ୨୦୧୭ ମାର୍ଚ୍ଚ ୩୧ (ISE 2017), 2018 ମାର୍ଚ୍ଚ ୩୧ (ISE 2018) ଓ ୨୦୧୯ ମାର୍ଚ୍ଚ ୩୧ (ISE 2019) ଭଳି ଆର୍ଥିକ ସ୍ଥିତି ଉପରେ ଆଧାରିତ କରାଯାଇଥିଲା । ISE ୨୦୧୭, ISE ୨୦୧୮ ଓ ISE ୨୦୧୯ ସମ୍ବନ୍ଧୀୟ ବିପଦ ମୂଲ୍ୟାଙ୍କନ ରିପୋର୍ଟ ଗୁଡ଼ିକର ଯାଞ୍ଚ ନିର୍ଦ୍ଦେଶନାମା ଉଲ୍ଲଂଘନ କରିଛି।
Published by:Lipina Das
First published: