ସିଦ୍ଧୁଙ୍କ ଭଳି ତମକୁ ହତ୍ୟା କରିବୁ; ପୁଣି କଂଗ୍ରେସ ନେତା ରବନୀତଙ୍କୁ ମିଳିଲା ଧମକ

ଏବେ କଂଗ୍ରେସ ନେତା ରବନୀତ ସିଂହ ବିଟ୍ଟୁଙ୍କୁ ମିଳିଛି ହତ୍ୟା ଧମକ। ହ୍ବାଟସଆପ ମେସେଜ ଜରିଆରେ ରବନୀତ ସିଂହ ବିଟ୍ଟୁଙ୍କୁ ସିଦ୍ଧୁଙ୍କ ଭଳି ତୁମକୁ ବି ହତ୍ୟା କରିବୁ ବୋଲି ଧମକ ଦିଆଯାଇଥିବା ଜଣାପଡ଼ିଛି।

ରବନୀତ ସିଂ (ଫୋଟ ସୌଜନ୍ୟ: ସୋସିଆଲ ମିଡ଼ିଆ)

ରବନୀତ ସିଂ (ଫୋଟ ସୌଜନ୍ୟ: ସୋସିଆଲ ମିଡ଼ିଆ)

  • Share this:
News18 Odia Digital

ଗାୟକ ମୁସେୱାଲାଙ୍କ ହତ୍ୟା ପରେ ଅଭିନେତା ସଲମାନ ଓ ଏବେ କଂଗ୍ରେସ ନେତା ରବନୀତ ସିଂହ ବିଟ୍ଟୁଙ୍କୁ ମିଳିଛି ହତ୍ୟା ଧମକ। ହ୍ବାଟସଆପ ମେସେଜ ଜରିଆରେ ରବନୀତ ସିଂହ ବିଟ୍ଟୁଙ୍କୁ ସିଦ୍ଧୁଙ୍କ ଭଳି ତୁମକୁ ବି ହତ୍ୟା କରିବୁ ବୋଲି ଧମକ ଦିଆଯାଇଥିବା ଜଣାପଡ଼ିଛି।

ମଙ୍ଗଳବାର ଦିନ ତାଙ୍କ ପାଖକୁ ଏକ ମେସେଜ ଆସିଥିଲା ଯେଉଁଥିରେ ଏପରି କଥା ଉଲ୍ଲେଖ ଥିଲା। ରବନୀତ ବର୍ତ୍ତମାନ ଲୁଧିଆନାର କଂଗ୍ରେସ ସାଂସଦ ଅଛନ୍ତି। ବିଟ୍ଟୁଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଏହି ଧମକ ମିଳିିଥିବା ନେଇ ନିଶ୍ଚିତ କରିଛନ୍ତି।

ମେ ୨୯ ରେ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ସିଦ୍ଧୁଙ୍କ ହତ୍ୟାର ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମୁସେୱାଲାଙ୍କ ସମେତ ୪୨୪ ଜଣଙ୍କର ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିଥିଲେ। ତେଣୁ ମୁସେୱାଲାଙ୍କ ହତ୍ୟା ପାଇଁ ତାଙ୍କୁ ଦାୟୀ କରାଯିବା ସହ ସମାଲୋଚନା କରାଯିବାରୁ ମାନ ସରକାର ପୁଣି ଥରେ ୪୨୩ ଜଣଙ୍କୁ ସୁରକ୍ଷା ଦିଆଯିବ ବୋଲି ଘୋଷଣା କରିଥିଲେ।
Published by:Soumya Das
First published: