News18 Odia Digital
ନୂଆ ଦିଲ୍ଲୀ: ବିଜେପି ସାଂସଦ ତଥା ଅଭିନେତା ରବି କିଶନ ସଂସଦରେ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ଆଣିବାକୁ ପ୍ରସ୍ତୁତ ଅଛନ୍ତି। ସେ ଏ ବିଷୟରେ ସୂଚନା ଦେଇଛନ୍ତି। ତେବେ ଏନେଇ ସେ କଂଗ୍ରେସକୁ ଦୋଷାରୋପ କରିଛନ୍ତି। ୪ଟି ସନ୍ତାନ ହେବା ପଛରେ ସେ କଂଗ୍ରେସକୁ ଦାୟୀ କରିଛନ୍ତି। ଆଗରୁ କଂଗ୍ରେସ ଏହି ବିଲ ଆଣିଥିଲେ ଆମକୁ ଏହି ଦିନ ଦେଖିବାକୁ ପଡିନଥାନ୍ତା ବୋଲି କହିଛନ୍ତି ବିଜେପି ସାଂସଦ।
ଏକ ମିଡିଆ ହାଉସର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଗୋରଖପୁରର ଲୋକସଭା ସାଂସଦ ଜନସଂଖ୍ୟା ନିୟନ୍ତ୍ରଣ ବିଲ୍ ବିଷୟରେ କହିଥିଲେ। ରବି କିଶନ କହିଛନ୍ତି ଯେ ପୂର୍ବ କଂଗ୍ରେସ ସରକାର ଏହି ପ୍ରସଙ୍ଗରେ ସଚେତନ ହେବାର ଉଚିତ ଥିଲା ଓ ଯଦି ସେମାନେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ଆଇନ ପ୍ରଣୟନ କରିଥାନ୍ତେ, ତେବେ ମୁଁ ଜନ୍ମ କରିବା ବନ୍ଦ କରିଥାନ୍ତେ। ରବି କିଶନଙ୍କ ସହ ତାଙ୍କ ଦଳର ସାଂସଦ ତଥା ଅଭିନେତା ମନୋଜ ତିୱାରୀ ଓ ଦୀନେଶ ଲାଲ ଯାଦବ ନିରୁହୁଆ ମଧ୍ୟ ଏହି ମଞ୍ଚରେ ଉପସ୍ଥିତ ଥିଲେ।
ରବି କିଶନ ଏହା ମଧ୍ୟ କହିଛନ୍ତି ଯେ ସେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ସଂସଦରେ ଏକ ପ୍ରାଇଭେଟ ବିଲ୍ ଉପସ୍ଥାପନ କରିବାକୁ ଯାଉଛନ୍ତି।
"ମୋ ପିଲାମାନେ ଜନ୍ମ ହେବା ପୂର୍ବରୁ ମୋ ପତ୍ନୀ ଲମ୍ବା ଓ ପତଳା ଥିଲେ। କିନ୍ତୁ ପ୍ରତ୍ୟେକ ଶିଶୁ ଜନ୍ମ ପରେ ମୁଁ ଦେଖିଲି ତାଙ୍କ ଶରୀର ଖରାପ ହେଉଛି। ବର୍ତ୍ତମାନ ଜୀବନ ସ୍ଥିର ଅଛି ଓ ମୁଁ ପଛକୁ ଚାହିଁଲି, ମୁଁ ତାଙ୍କ (ପତ୍ନୀ) ଙ୍କ ପାଇଁ ଖରାପ ଅନୁଭବ କରୁଛି ... ଯଦି କଂଗ୍ରେସ ଏହି ବିଲ ଆଣିଥାନ୍ତା ମୁଁ ପ୍ରଥମରେ ଅଟକି ଯାଇଥାନ୍ତି ବୋଲି କହିଛନ୍ତି ବିଜେପି ସାଂସଦ ରବି କିଶନ।
ପତ୍ନୀଙ୍କ ଉପରେ ଦିଆଯାଇଥିବା ଏହି ମନ୍ତବ୍ୟ ପାଇଁ ଏବେ ଲୋକମାନେ ସୋସିଆଲ ମିଡିଆରେ ରବି କିଶନଙ୍କୁ ଟ୍ରୋଲ କରୁଛନ୍ତି। ଅନେକ ବ୍ୟବହାରକାରୀ ତାଙ୍କ ପତ୍ନୀଙ୍କ ଉପରେ ବଡ଼ି ଶେମିଙ୍ଗ ଅଭିଯୋଗ କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।