ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»Ration Card: ଅନଲାଇନ୍ ରେସନ କାର୍ଡ଼ ତିଆରି କରିବାର ଏହା ହେଉଛି ସହଜ ଉପାୟ; ଜାଣନ୍ତୁ କେମିତି କରିବେ ଆବେଦନ…

Ration Card: ଅନଲାଇନ୍ ରେସନ କାର୍ଡ଼ ତିଆରି କରିବାର ଏହା ହେଉଛି ସହଜ ଉପାୟ; ଜାଣନ୍ତୁ କେମିତି କରିବେ ଆବେଦନ…

Ration Card : ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ଼, କର୍ମଚାରୀ ଆଇଡି କାର୍ଡ଼, ଭୋଟର ଆଇଡି କାର୍ଡ଼ ମାଧ୍ୟମରେ ଆପଣ ସହଜରେ ଆପଣଙ୍କର ରେସନ କାର୍ଡ଼ ପାଇପାରିବେ ।

Ration Card: ଅନଲାଇନ୍ ରେସନ କାର୍ଡ଼ ତିଆରି କରିବାର ଏହା ହେଉଛି ସହଜ ଉପାୟ; ଜାଣନ୍ତୁ କେମିତି କରିବେ ଆବେଦନ…
ଅନଲାଇନ୍ ଆବେଦନ କରିପାରିବେ ରେସନ କାର୍ଡ଼
  • News18 Odia
  • Last Updated: September 21, 2021, 2:47 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଆଜିର ସମୟରେ ରେସନ କାର୍ଡ଼ ଏକ ଜରୁରୀ ଦଲିଲ । ପୂରା ପରିବାରର ସୂଚନା ରେସନ କାର୍ଡ଼ରେ ରହିଥାଏ । ଲୋକେ ରେସନ କାର୍ଡ଼ ମାଧ୍ୟମରେ ରେସନ ମଧ୍ୟ ପାଆନ୍ତି । ଦୁଇ ପ୍ରକାରର ରେସନ କାର୍ଡ଼ ଅଛି । ତେବେ ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା ଓ ଆପଣ କିପରି ସହଜରେ ଏକ ରେସନ କାର୍ଡ଼ ପାଇପାରିବେ ତାହା ଦେଖିବା ।

କିପରି କରିବେ ଆବେଦନ

୧. ରେସନ କାର୍ଡ଼ ଆବେଦନ ଫର୍ମ ସଂଗ୍ରହ କରିବା ପାଇଁ ଅଫିସରୁ କିମ୍ବା ନିକଟସ୍ଥ ରେସନ କାର୍ଡ଼ କାର୍ଯ୍ୟାଳୟରୁ ନିଆଯାଇପାରେ କିମ୍ବା ଖାଦ୍ୟ ସାମଗ୍ରୀ ଓ ଗ୍ରାହକ ବିଭାଗର ଅଫିସିଆଲ ୱେବସାଇଟରୁ ନହେଲେ ରାଜ୍ୟ ୱେବସାଇଟରୁ ମଧ୍ୟ ଡାଉନଲୋଡ୍ କରାଯାଇପାରିବ ।

୨. ରେସନ କାର୍ଡ଼ ପାଇଁ ଏହା ଆବଶ୍ୟକ ଯେ ଆପଣ ଯେଉଁ ରାଜ୍ୟରେ ଅଛନ୍ତି ସେହି ୱେବସାଇଟରେ ଆପଣ ରେସନ କାର୍ଡ଼ ପାଇଁ ଆବେଦନ କରିପାରିବେ ।

୩. ସେଠାରେ ଦୁଇ ପ୍ରକାରର ରେସନ କାର୍ଡ଼ ଅଛି । ପ୍ରଥମତଃ ଦାରିଦ୍ର ସୀମାରେଖା ତଳେ ରହୁଥିବା ଲୋକଙ୍କ ପାଇଁ ଓ ଦ୍ୱିତୀୟରେ ଦାରିଦ୍ର ସୀମାରେଖା ଉପରେ ରହୁଥିବା ଲୋକଙ୍କ ପାଇଁ ରେସନ କାର୍ଡ଼ ପ୍ରସ୍ତୁତ କରାଯାଇଛି । ଆପଣ କେଉଁ ବର୍ଗରେ ପଡ଼ନ୍ତି ସେହି ଆଧାରରେ ଆପଣ ଏକ ରେସନ କାର୍ଡ଼ ପାଇପାରିବେ । ଯେମିତି https://nfsa.gov.in/portal/apply_ration_card ୱେବସାଇଟ୍ ପରିଦର୍ଶନ କରି ଆପଣ ପ୍ରସ୍ତୁତ ରେସନ କାର୍ଡ଼ ପାଇପାରିବେ ।

୪. ରେସନ କାର୍ଡ଼ ପାଇଁ ସୂଚନା ପୂରଣ କରିବାକୁ ପଡ଼ିବ । ସୂଚନାକୁ ସଠିକ୍ ଭାବରେ ପୂରଣ କରିବା ନିହାତି ଦରକାର । କାରଣ ଯଦି ତୁମେ ଏହାକୁ ଭୁଲ୍ ପୂରଣ କର, ସବିଶେଷ ତଥ୍ୟ ମଧ୍ୟ ଭୁଲ୍ ହେବ । ଡକ୍ୟୁମେଣ୍ଟ୍ ସଂଲଗ୍ନ କରନ୍ତୁ ।

୫. ସମସ୍ତ ଡକ୍ୟୁମେଣ୍ଟ୍ ଆବେଦନ ଫର୍ମ ସହିତ ସଂଲଗ୍ନ କରିବା ଦରକାର ଓ ଆବଶ୍ୟକ ଆବେଦନ ଶୁଳ୍କ ଦେବାକୁ ପଡ଼ିବ । ଯଦି ଆପଣ BPL / AAE କାର୍ଡ଼ ପାଇଁ ଆବେଦନ କରିଛନ୍ତି ତେବେ ଆପଣଙ୍କୁ ଆୟର ପ୍ରମାଣ ଦେବାକୁ ହେବ ।

୬. ନିକଟସ୍ଥ କାର୍ଯ୍ୟାଳୟରେ ଏହି ଆବେଦନ ଦାଖଲ କରିବେ । ୧୫ ଦିନ ପରେ ରେସନ କାର୍ଡ଼ ଆପଣଙ୍କ ଘରକୁ ଆସିଯିବ ।

୭. ଭାରତର ନାଗରିକମାନେ ରେସନ କାର୍ଡ଼ ତିଆରି କରିପାରିବେ ।

୮. ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ଼, କର୍ମଚାରୀ ଆଇଡି କାର୍ଡ଼, ଭୋଟର ଆଇଡି କାର୍ଡ଼ ମାଧ୍ୟମରେ ଆପଣ ସହଜରେ ଆପଣଙ୍କର ରାସନ କାର୍ଡ଼ ପାଇପାରିବେ ।
Published by: Lipina Das
First published: September 21, 2021, 2:45 PM IST