News18 Odia Digital
Ration Card Cancel Update: ରାସନ କାର୍ଡଧାରୀଙ୍କ (Ration card holders) ଲାଗି ଆସିଲା ଏକ ବଡ଼ ଖବର। କିଛି ଲୋକଙ୍କର କଟିଯିବ ରାସନ କାର୍ଡ଼ (Ration Card)। ଗାଇଡଲାଇନରେ ଆସିଲା ନୂଆ ବ୍ୟବସ୍ଥା।
ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡ଼ିଆରେ (Social Media) ଖୁବ ଭାଇରାଲ ହେବାରେ ଲାଗିଛି। ଏହି ଖବରକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି। ଆଉ ଆଜି ଆମେ ଆପଣମାନଙ୍କୁ ଏହି ବିଷୟରେ କହିବାକୁ ଯାଉଛୁ।
ତା'ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ...ରାସନ କାର୍ଡଧାରୀ ଟିକେ ଧ୍ୟାନ ଦିଅନ୍ତୁ ଏଣିକି ଆପଣ ମାନଙ୍କୁ ଆଉ ମିଳି ନ ପାରେ ସରକାରୀ ରାସନ। ଅବଶ୍ୟ ସମସ୍ତଙ୍କର କାର୍ଡ କାଟି ଯିବ ବୋଲି ଆମେ ବିଲକୁଲ କହୁନୁ। ହେଲେ ଅଧିକାଂଶ ହିତାଧିକାରୀଙ୍କର କଟିବ ରାସନ କାର୍ଡ଼। ସେହିମାନଙ୍କର ରାସନ କାର୍ଡ କଟିବ ଯେଉଁମାନେ ସରକାରଙ୍କ ନିଦ୍ଧିଷ୍ଟ ଅନୁସାରେ ଯୋଗ୍ୟ ବିବେଚିତ ହେବେ ନାହିଁ।
ସରକାରଙ୍କ (Government) ପକ୍ଷରୁ ଘୋଷଣା ହୋଇଥିବା ନିୟମ ଅନୁସାରେ ୨୦୨୩ ସୁଧା ଯେଉଁମାନେ ରାସନ ପାଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଅଯୋଗ୍ୟ ହିତାଧିକାରୀ ମଧ୍ୟ ଅଛନ୍ତି। ଯେଉଁମାନଙ୍କୁ ଆଉ ମିଳିବନି ମାଗଣା ରାସନ।
ଅଯୋଗ୍ୟ ହୋଇ ମଧ୍ୟ ସରକାରୀ ସୁବିଧା ସେମାନେ ପାଉଛନ୍ତି। ଯାହାଫଳରେ ଅନେକ ଯୋଗ୍ୟ ହିତାଧିକାରୀ ରାସନ ପାଇବାରୁ ବଞ୍ଚିତ ହେଉଛନ୍ତି। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି।
ତେବେ ଏବେ ଆସନ୍ତୁ ଜାଣିବା କେଉଁ ମାନଙ୍କର କଟିବ ରାସନ କାର୍ଡ...ଯେଉଁ ହିତାଧିକାରୀଙ୍କ ଫ୍ଲାଟ କିମ୍ବା ୧୦୦ ବର୍ଗ ମିଟରରୁ ଅଧିକ ଏରିଆରେ ଘର ଥିବ। ଚାରି ଚକିଆ ଯାନ ଥିଲେ ବି କଟିବ କାର୍ଡ଼। ଟ୍ରାକ୍ଟର, ଅସ୍ତ୍ରଶସ୍ତ୍ର ଲାଇସେନ୍ସ ଥିଲେ ମିଳିବନି ରାସନ। ଗାଁରେ ୨ ଲକ୍ଷ ଏବଂ ସହରରେ ବାର୍ଷିକ ୩ ଲକ୍ଷରୁ ଅଧିକ ରୋଜଗାର କରୁଥିଲେ ମିଳିବନି ସରକାରଙ୍କ ମାଗଣା ରାସନ।
ପଢ଼ନ୍ତୁ ଏହି ଖବର: ଦେଶରେ ଡିଆକ୍ଟିଭେଟ୍ ହେଲା ଲକ୍ଷ ଲକ୍ଷ SIM କାର୍ଡ଼; ଏଥିରେ ନାହିଁ ତ ଆପଣଙ୍କର?ସେହିପରି ନିୟମ ହେବା ପରେ ଯେଉଁମାନେ ରାସନ କାର୍ଡ ନ ଫେରେଇବେ ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ସରକାର। କେବଳ ଏତିକି ନୁହେଁ ବରଂ ଯେଉଁ ଦିନରୁ ସେମାନେ ରାସନ ନେଇଛନ୍ତି ସେହି ଦିନରୁ ସେମାନଙ୍କୁ ରାସନ ଫେରାଇବାକୁ ପଡ଼ିବ ବୋଲି କୁହାଯାଇଛି। ଯଦି ଆପଣ ନିଜକୁ ଅଯୋଗ୍ୟ ଭାବୁଛନ୍ତି ତେଣୁ ତୁରନ୍ତ ପ୍ରଶାସନ ସହ ଯୋଗାଯୋଗ କରି ଫେରାଇ ଦିଅନ୍ତୁ ରାସନ କାର୍ଡ଼।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।