ରାସନ କାର୍ଡ଼ ହିତାଧିକାରୀଙ୍କ ପାଇଁ ଖୁସି ଖବର; ମାଗଣା ରାସନ ଛଡ଼ା ପାଇବେ ଅନ୍ୟ ସୁବିଧା

ରାସନ କାର୍ଡ଼କୁ ଆପଣ ଏକ ଠିକଣା ପ୍ରମାଣ ଭାବରେ ବ୍ୟବହାର କରିପାରିବେ। ଏହା ଛଡ଼ା ଏହି କାର୍ଡ଼କୁ ଏକ ପରିଚୟ ପତ୍ର ପରି ବ୍ୟବହାର କରାଯାଇପାରିବ।

ରାସନ କାର୍ଡ଼ (Ration Card)

ରାସନ କାର୍ଡ଼ (Ration Card)

  • Share this:
News18 Odia Digital

ନୂଆ ଦିଲ୍ଲୀ: ରାସନ କାର୍ଡ଼ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଯେଉଁମାନଙ୍କ ପାଖରେ ରାସନ କାର୍ଡ଼ ଅଛି ସେମାନେ ମାଗଣା ରାସନ ବ୍ୟତୀତ ଅନ୍ୟ ଲାଭ ମଧ୍ୟ ପାଇବେ। ଆଜିକାଲି ଧନୀ କିମ୍ବା ଗରିବ ସମସ୍ତଙ୍କ ପାଇଁ ରାସନ କାର୍ଡ ଏକ ଜରୁରୀ କାର୍ଡ଼ । ରାସନ କାର୍ଡ଼ ଏକ ପରିଚୟ ପତ୍ର ଭାବରେ ମଧ୍ୟ ବ୍ୟବହୃତ ହୁଏ ଏବଂ କରୋନା ମହାମାରୀ ସମୟରେ ସରକାର ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ମଧ୍ୟ ପ୍ରଦାନ କରିଥିଲେ।

ଆସନ୍ତା ୪ ମାସ ଅର୍ଥାତ ନଭେମ୍ବର ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାସନ ଦେବାକୁ ସରକାର ଘୋଷଣା କରିଥିଲେ।  ଏହି ଯୋଜନା ମାଧ୍ୟମରେ ଦେଶର ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ସୁବିଧା ଦିଆଯିବ।  ଏହା ଅଧୀନରେ ଗରିବ ଲୋକଙ୍କୁ ୫ କିଲୋଗ୍ରାମ ଚାଉଳ   ମାଗଣାରେ ଦିଆଯାଉଛି।

ରାସନ କାର୍ଡ଼ର ଲାଭ

ରାସନ କାର୍ଡ଼ ମାଧ୍ୟମରେ ମାଗଣା ଏବଂ ଶସ୍ତା ରାସନ ବ୍ୟତୀତ ଆପଣ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଆପଣ ଏହି କାର୍ଡ଼କୁ ଏକ ଠିକଣା ପ୍ରମାଣ ଭାବରେ ବ୍ୟବହାର କରିପାରିବେ।  ଏହା ବ୍ୟତୀତ, ଏହାକୁ ଏକ ପରିଚୟ ପତ୍ର ପରି ବ୍ୟବହାର କରାଯାଇପାରିବ।  ଏହା ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ହେଉ କିମ୍ବା ଗ୍ୟାସ ସଂଯୋଗ ନେବା, ଆପଣ ଏହି କାର୍ଡ଼କୁ ସବୁ ସ୍ଥାନରେ ବ୍ୟବହାର କରିପାରିବେ। ଭୋଟର ଆଇଡି କାର୍ଡ଼ ତିଆରି କରିବା ବ୍ୟତୀତ ଏହା ଅନ୍ୟାନ୍ୟ ଆବଶ୍ୟକୀୟ ଦଲିଲ ତିଆରି କରିବାରେ ମଧ୍ୟ ବ୍ୟବହାର କରାଯାଇପାରିବ।

କେଉଁମାନେ କାର୍ଡ଼ ଆବେଦନ କରିପାରିବେ?

ଯଦି ଆପଣଙ୍କର ଆୟ ୨୭ ହଜାର ଟଙ୍କାରୁ କମ ତେବେ ଆପଣ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ରାସନ କାର୍ଡ଼ ପାଇଁ ଆବେଦନ କରିପାରିବେ। ସରକାରଙ୍କ ଯୋଗ୍ୟତା ଅନୁଯାୟୀ, ଦାରିଦ୍ର ସୀମାରେଖା (ଏପିଏଲ୍), ଦାରିଦ୍ର ସୀମାରେଖା ତଳେ(ବିପିଏଲ୍) କାର୍ଡ଼ ଏବଂ ଅର୍ନ୍ତୋଦୋୟ ରାସନ କାର୍ଡ (AAY) କରାଯାଇପାରିବ।

ରାସନ କାର୍ଡ଼ ପାଇଁ ଅନଲାଇନରେ ଆବେଦନ କରନ୍ତୁ

>> ଏଥିପାଇଁ ପ୍ରଥମେ ଆପଣଙ୍କ ରାଜ୍ୟର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ।

>> ଯଦି ଆପଣ ଉତ୍ତରପ୍ରଦେଶର ବାସିନ୍ଦା ତେବେ ଆପଣ https://fcs.up.gov.in/FoodPortal.aspx କୁ ପ୍ରବେଶ କରି ଫର୍ମ ଡାଉନଲୋଡ୍ କରିପାରିବେ।

>> ଏହା ବ୍ୟତୀତ ବିହାରର ଆବେଦନକାରୀମାନେ hindiyojana.in/apply-ration-card-bihar/ ଏବଂ ମହାରାଷ୍ଟ୍ର ଆବେଦନକାରୀଙ୍କୁ mahafood.gov.in ରେ କ୍ଲିକ୍ କରି ଆବେଦନ କରିପାରିବେ।

>> ଏହା ପରେ ରାସନ କାର୍ଡ଼ ପାଇଁ ଅନଲାଇନ୍ ଆବେଦନ ସହିତ ଲିଙ୍କରେ କ୍ଲିକ୍ କରନ୍ତୁ।

>> ରାସନ କାର୍ଡ଼ ପାଇବା ପାଇଁ ଆଧାର କାର୍ଡ, ଭୋଟର ଆଇଡି, ପାସପୋର୍ଟ, ସ୍ୱାସ୍ଥ୍ୟ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ଆଇଡି ପ୍ରମାଣ ଭାବରେ ଦିଆଯାଇପାରେ।

>> ରାସନ କାର୍ଡ଼ ପାଇଁ ଆବେଦନ ଶୁଳ୍କ ୫ ରୁ ୪୫ ଟଙ୍କା ମଧ୍ୟରେ ରହିଛି।

>> ଆବେଦନ ପୁରଣ କରିବା ପରେ ଫିସ ଦିଅ ଏବଂ ଆବେଦନପତ୍ର ଦାଖଲ କରନ୍ତୁ।

>> ଫିଲ୍ଡ ଯାଞ୍ଚ ପରେ, ଯଦି ଆପଣଙ୍କର ଡକ୍ଯୁମେଣ୍ଟ ସଠିକ୍ ରହିଛି ତେବେ ଆପଣଙ୍କର ରାସନ କାର୍ଡ଼ ନୂଆ ତିଆରି ହୋଇଯିବ।

କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ ହେବ?

ଆଧାର କାର୍ଡ଼, ଭୋଟର ଆଇଡି, ପାସପୋର୍ଟ, ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଯେକୌଣସି ଆଇଡି କାର୍ଡ଼, ସ୍ୱାସ୍ଥ୍ୟ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ରାସନ କାର୍ଡ଼ ତିଆରି ପାଇଁ ଆଇଡି ପ୍ରମାଣ ଭାବରେ ଦିଆଇଯାଇ ପାରେ।  ଏହା ବ୍ୟତୀତ ପାନ୍ କାର୍ଡ଼, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ଆୟ ପ୍ରମାଣପତ୍ର, ବିଦ୍ୟୁତ୍ ବିଲ୍, ଗ୍ୟାସ୍ କନେକ୍ସନ୍ ବୁକ୍, ଟେଲିଫୋନ୍ ବିଲ୍, ବ୍ୟାଙ୍କ ଷ୍ଟେଟମେଣ୍ଟ କିମ୍ବା ପାସବୁକ୍, ଭଡା ଚୁକ୍ତି ଭଳି ଡକ୍ୟୁମେଣ୍ଟ ମଧ୍ୟ ଠିକଣାର ପ୍ରମାଣ ଭାବରେ ଆବଶ୍ୟକ ହେବ।
Published by:Soumya Das
First published:
)}