News 18 Odia Digital
ନୂଆଦିଲ୍ଲୀ; ରତନ ଟାଟା ( Ratan tata ) ଙ୍କୁ କିଏ ବି ନଜାଣେ । ଟାଟା ଗୃପ ( TATA Group ) ତଥା ବ୍ରାଣ୍ଡକୁ ଏତେ ବଡ଼ କରିବା ପାଇଁ ରତନ ଟାଟାଙ୍କର ପ୍ରୟାସ ଖୁବ ପ୍ରେରଣାଦାୟକ । ରୋଷେଇ ଘରଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ ଟାଟା କମ୍ପାନୀର ଅନେକ ଜିନିଷ ଆମେ ବ୍ୟବହାର କରୁଛନ୍ତି । ଟାଟାର ସଫଳତାର କାରଣ ନିଜେ ରତନ ଟାଟା । ତାଙ୍କର ସାମାଜିକ କାର୍ଯ୍ୟ ଏବଂ ଭଦ୍ର ପ୍ରକୃତି କାରଣରୁ କେବଳ ଦେଶରେ ନୁହନ୍ତି ସାରା ବିଶ୍ୱରେ ମଧ୍ୟ ବେଶ୍ ଲୋକପ୍ରିୟ । ବ୍ୟବସାୟୀମାନେ ( Businessman ) ରତନ ଟାଟାଙ୍କୁ ସେମାନଙ୍କର ଆଦର୍ଶ ବୋଲି ଭାବନ୍ତି । ଆପଣ ରତନ ଟାଟାଙ୍କ ବିଷୟରେ ଅଳ୍ପ ବହୁତେ ଜାଣିଥିବେ, କିନ୍ତୁ ଆପଣ ତାଙ୍କର ସାନଭାଇ ଜିମି ଟାଟାଙ୍କୁ ଜାଣିଛନ୍ତି କି ?
ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ୨୦୨୨ ଅନୁଯାୟୀ, ରତନ ଟାଟାଙ୍କର ସମ୍ପତ୍ତି ୩୫୦୦ କୋଟି ଟଙ୍କାରେ ପହଞ୍ଚିଛି । ରତନ ଟାଟାଙ୍କୁ ଦେଶର ଧନୀ ବ୍ୟକ୍ତିମାନଙ୍କ ତାଲିକା ମଧ୍ୟରେ ଗଣାଯାଏ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରତନ ଟାଟାଙ୍କ ସାନଭାଇ ଜିମି ଟାଟା ଏକ ନିଆରା ଜୀବନ ବିତାଉଛନ୍ତି । ରତନ ଟାଟାଙ୍କ ଭାଇମାନେ ଅତ୍ୟନ୍ତ ସରଳ ଜୀବନ ଜାପନ କରୁଛନ୍ତି । ଅନେକ ଥର ଏମିତି ହେଇଛି ଯେ, ତାଙ୍କ ନିକଟରେ ରହୁଥିବା ଲୋକେ ବି ଜାଣିପାରନ୍ତିନି ସେ ରତନ ଟାଟାଙ୍କ ସାନ ଭାଈ ବୋଲି ।
ଜିମି ନାଭାଲ ଟାଟା ମୁମ୍ବାଇର କୋଲାବା ସ୍ଥିତ ଗୋଟିଏ ଛୋଟ ୨ ବିଏଚକେ (2 BHK) ଆପାର୍ଟମେଣ୍ଟରେ ରୁହନ୍ତି । ସେହି ଆପାର୍ଟମେଣ୍ଟରେ ଟିଭିଟିଏ ମଧ୍ୟ ଲାଗିନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ , ଏପରି କି ସେ ନିଜେ ମୋବାଇଲ ମଧ୍ୟ ବ୍ୟବହାର କରନ୍ତି ନାହିଁ । କେବଳ ଖବରକାଗଜ ପଢି ଦେଶ ଦୁନିଆର ଖବର ରଖନ୍ତି ଜିମି ଟାଟା । ଟାଟା ଗୃପରେ ମଧ୍ୟ ଜିମି ଜଣେ ଅଂଶୀଦାର !
ରତନ ଟାଟା ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ । ସେ ତାଙ୍କ ସାନଭାଇ ଜିମି ଟାଟାଙ୍କ ସହ ଗୋଟିଏ ପୁରୁଣା କଳା ଏବଂ ଧଳା ଫଟୋ ସେୟାର କରିଥିଲେ । ଯିଏ ଏହି ଫଟୋ ଦେଖିଲେ ସେ ଭାବପ୍ରବଣ ହୋଇଗଲେ । ରତନ ଟାଟାଙ୍କ ପରି ତାଙ୍କ ଭାଇ ମଧ୍ୟ ଅତ୍ୟନ୍ତ ସରଳ ଜୀବନ ବିତାଉଛନ୍ତି ।
https://odia.news18.com/news/odisha/pradhan-mantri-garib-kalyan-yojna-is-a-historic-decision-sameer-mohanty-tv-4srm-130123-srm-dbb-147979.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।