ରସଗୋଲା କୋଲକାତାର ନୁହେଁ ଓଡ଼ିଶାର; ସୌରଭ ଗାଙ୍ଗୁଲି

ରସଗୋଲା କାହାର? ଏହି ବିଷୟରେ ଚର୍ଚ୍ଚା ସବୁବେଳେ ହୋଇଥାଏ । ଏହି ପ୍ରଶ୍ନକୁ ନେଇ କିଛି ବର୍ଷ ପୂର୍ବେ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନାସାମ୍ନି ହୋଇଥିଲେ ।

ରସଗୋଲା ଓଡ଼ିଶାର

ରସଗୋଲା ଓଡ଼ିଶାର

  • Share this:
News 18 Odia Digital

ଭୁବନେଶ୍ୱର: ରସଗୋଲା କାହାର ? ଏହି ବିଷୟରେ ଚର୍ଚ୍ଚା ସବୁବେଳେ ହୋଇଥାଏ । ଏହି ପ୍ରଶ୍ନକୁ ନେଇ କିଛି ବର୍ଷ ପୂର୍ବେ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନାସାମ୍ନି ହୋଇଥିଲେ । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀସ୍ତର ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା । ତେବେ ଏହାରି ମଧ୍ୟରେ ବିସିସିଆଇ ସଭାପାତି ସୌରଭ ଗାଙ୍ଗୁଲି ରସଗୋଲା ଓଡ଼ିଶାର ବୋଲି କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଏହା ଜଗନ୍ନାଥ ମହାପ୍ରଭୁଙ୍କ ସହ ଜଡିତ । ଏପରି କହୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୌରଭ ଏହି କଥା ଏକ ଶୋ’ରେ କହୁଥିବାର ନଜର ଆସିଛନ୍ତି ।

ଦାଦା ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଖେଳ ଦିନରେ ଯେତେବେଳେ ସେ କଟକ ପରିଦର୍ଶନ କରିଥିଲେ ସେତେବେଳେ ସେ କିଛି ଲୋଭନୀୟ ମିଠା ସ୍ୱାଦ ଚାଖିଥିଲେ ଯାହା ଅନ୍ୟ କେଉଁଠାରେ ମିଳୁନଥିଲା। ସୋ’ରୁ ଦାଦାଙ୍କ କ୍ଲିପ୍, ରସୋଗୋଲାକୁ ଓଡିଶାରୁ ଆସିଛି ବୋଲି ଗ୍ରହଣ କରି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନୈବେଦ୍ୟ ଭାବେ ପ୍ରାୟ ୮୦୦ ବର୍ଷ ତଳୁ ରସଗୋଲା ଭୋଗ ହୋଇଆସୁଛି । ଏ ସମ୍ପର୍କରେ ବଳରାମ ଦାସ ରଚିତ ‘ଦାଣ୍ଡି ରାମାୟଣ’ରେ ମଧ୍ୟ ବର୍ଣ୍ଣନା ହୋଇଛି । ଇତିମଧ୍ୟରେ ଡାକ ବିଭାଗ ପକ୍ଷରୁ ‘ଶ୍ରୀଜଗନ୍ନାଥଙ୍କ ବ୍ୟଞ୍ଜନରେ ରସଗୋଲା’ ଶୀର୍ଷକରେ ସ୍ୱତନ୍ତ୍ର ଲଫାପା ଜାରି କରାଯାଇଛି । ୨୩ ଫେବ୍ରୁଆରୀ ୨୦୧୮ରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା । ଏହାପରେ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ମଗାଯାଇଥିଲା । ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା।
Published by:Soumyashree Mishra
First published: