ପରଲୋକରେ ରସନା ପ୍ରତିଷ୍ଠାତା ଅରିଜ ପିରୋଜସାଁ ଖମ୍ବାଟା; ୮୫ ବର୍ଷ ବୟସରେ ଦେହାନ୍ତ

ରସନା ଗ୍ରୁପର ପ୍ରତିଷ୍ଠାତା ଚେୟାରମ୍ୟାନ ଅରିଜ ପିରୋଜସାଁ ଖମ୍ବାଟାଙ୍କ ଦେହାନ୍ତ ହୋଇଛି । ଭାରତୀୟ ଶିଳ୍ପ, ବ୍ୟବସାୟ ତଥା ସମାଜକୁ ସେବା ମାଧ୍ୟମରେ ସାମାଜିକ ବିକାଶରେ ଅରିଜ ଖମ୍ବାଟାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ।

ପରଲୋକରେ ରସନା ପ୍ରତିଷ୍ଠାତା ଅରିଜ ପିରୋଜସାଁ ଖମ୍ବାଟା; ୮୫ ବର୍ଷ ବୟସରେ ଦେହାନ୍ତ

ପରଲୋକରେ ରସନା ପ୍ରତିଷ୍ଠାତା ଅରିଜ ପିରୋଜସାଁ ଖମ୍ବାଟା; ୮୫ ବର୍ଷ ବୟସରେ ଦେହାନ୍ତ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ରସନା ଗ୍ରୁପ୍‌ର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଅରିଜ୍ ପିରୋଜସାଁ ଖମ୍ବାଟାଙ୍କ ଦେହାନ୍ତ ହୋଇଛି । ଗ୍ରୁପ ସୋମବାର ସୂଚନା ଦେଇଛି ଯେ, ୮୫ ବର୍ଷୀୟ ଖମ୍ବାଟାଙ୍କର ଶନିବାର ଦେହାନ୍ତ ହୋଇଛି । ଗ୍ରୁପ ଏକ ବିବୃତ୍ତିରେ କହିଛି, ଭାରତୀୟ ଶିଳ୍ପ, ବ୍ୟବସାୟ ତଥା ସମାଜକୁ ସେବା ମାଧ୍ୟମରେ ସାମାଜିକ ବିକାଶରେ ଅରିଜ ଖମ୍ବାଟାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ।

ଅରିଜ ଖମ୍ବାଟା ବେନିଭୋଲେଣ୍ଟ ଟ୍ରଷ୍ଟ ଓ ରସନା ଫାଉଣ୍ଡେସନର ଚେୟାରମ୍ୟାନ୍ ମଧ୍ୟ ଥିଲେ । ସେ WAPIZ ର ପୂର୍ବତନ ଚେୟାରମ୍ୟାନ୍ (ପାର୍ସୀ ଇରାନୀ ଜାରାଥୋଷ୍ଟିର ବିଶ୍ଵ ଗଠବନ୍ଧନ) ଏବଂ ଅହମ୍ମଦାବାଦ ପାର୍ସୀ ପଞ୍ଚାୟତର ପୂର୍ବତନ ସଭାପତି ମଧ୍ୟ ଥିଲେ । ଖମ୍ବାଟା ଲୋକପ୍ରିୟ ଘରୋଇ ପାନୀୟ ବ୍ରାଣ୍ଡ ରସନା ପାଇଁ ବେଶ୍ ଜଣାଶୁଣା, ଯାହା ଦେଶର ୧୮ ଲକ୍ଷ ଖୁଚୁରା ଦୋକାନରେ ବିକ୍ରି ହୁଏ ।

ପିଟିଆଇ ଅନୁଯାୟୀ, ରସନା ବର୍ତ୍ତମାନ ବିଶ୍ୱର ସର୍ବବୃହତ ସଫ୍ଟ ଡ୍ରିଙ୍କ କନସଟ୍ରେଣ୍ଟ ନିର୍ମାତା । ଏହା ବର୍ତ୍ତମାନ ବିଶ୍ବରେ ୬୦ ଦେଶରେ ବିକ୍ରି ହେଉଛି । ସେ ୧୯୭୦ ଦଶକରେ ରସନାର ସୁଲଭ ମୂଲ୍ୟରେ ସଫ୍ଟ ଡ୍ରିଙ୍କ ପ୍ୟାକ୍ ତିଆରି କରିଥିଲେ । ଯାହାକି ଉଚ୍ଚ ମୂଲ୍ୟର ସଫ୍ଟ ଡ୍ରିଙ୍କ ପ୍ରଡକ୍ଟର ବିକଳ୍ପ ଭାବରେ କାର୍ଯ୍ୟ କରୁଥିଲା ।

ସୂଚନାନୁସାରେ, ତାଙ୍କ ପରିବାରରେ ବର୍ତ୍ତମାନ ତାଙ୍କ ପତ୍ନୀ ପର୍ସିସ୍ ଓ ପିଲା ପିରୁଜ୍, ଡେଲନା ଏବଂ ରୁଜାନ, ତାଙ୍କ ବୋହୂ ବିନାଶା ଏବଂ ନାତି ଅର୍ଜିନ, ଅର୍ଜାଦ, ଆଭାନ୍, ଅରାଜ, ଫିରୋଜ ଏବଂ ଅର୍ଣ୍ଣୱାଜଙ୍କୁ ନେଇ ଅଛନ୍ତି ।
Published by:Soubhagya Mishra
First published: