ହିଲ ଇନ ଇଣ୍ଡିଆର ପଦକ୍ଷେପ; ଭାରତରେ ଚିକିତ୍ସା ପର୍ଯ୍ୟଟନର ତ୍ୱରିତ ବୃଦ୍ଧି

ଭାରତ କେଉଁ ଭଳି ଭାବେ 'ହିଲ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ମାଧ୍ୟମରେ ଚିକିତ୍ସା ମାନ ପର୍ଯ୍ୟଟନର ଦୁନିଆକୁ ପରିଚିତି କରାଉଛି ଜାଣନ୍ତୁ।

ହିଲ ଇନ ଇଣ୍ଡିଆ

ହିଲ ଇନ ଇଣ୍ଡିଆ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଜି ଯଦି କୌଣସି ଆଈ-ଅଜା କିମ୍ୱା ଜେଜେ ମା’-ଜେଜେ ବାପାଙ୍କୁ ସ୍ୱାସ୍ଥ୍ୟ ସେବାରେ ଆମୂଳଚୂଳ ପରିବର୍ତ୍ତନ ବିଷୟରେ ପଚାରିବେ, ତେବେ ତାଙ୍କ ମୁହଁ ଖୁସିରେ ଚମକି ଉଠିବାର ଦେଖିବେ। ଏହା ବେଶୀ ଦିନର କଥା ନୁହେଁ, ଯେତେବେଲଳେ ଭାରତୀୟମାନେ ପଶ୍ଚିମ ଉପକୂଳ ପାଇଁ ପ୍ରସ୍ଥାନ କଲେ, ସେତେବେଳେ ସେମାନଙ୍କୁ ଏପରି ରୋଗ କିମ୍ୱା ପରିସ୍ଥିତିର ସାମନା କରିବାକୁ ପଡ଼ିଲା, ଯେଉଁଥିପାଇଁ ଜଟିଳ ସର୍ଜରୀ କିମ୍ୱା ପରୀକ୍ଷାମୂଳକ ଚିକିତ୍ସାର ଆବଶ୍ୟକତା ଥିଲା।

ଆଉ ଏବେ, ସମଗ୍ର ବିଶ୍ୱ ଚିକିତ୍ସା ପାଇଁ ଭାରତ ଆସୁଛି। ଯେତେବେଳେ ପଶ୍ଚିମରେ ଉତ୍କର୍ଷତାପୂର୍ଣ୍ଣ ଚିକିତ୍ସା ଉପରେ ଧ୍ୟାନ ଦେବା କଷ୍ଟକର ହେବାରେ ଲାଗିଛି, ଭାରତୀୟ ସ୍ୱାସ୍ଥ୍ୟ ସେବା ଉଦ୍ୟୋଗ ଏକ ଉଚ୍ଚ ଉତ୍କର୍ଷତା ଓ ଆର୍ଥିକ ଭାବରେ ବ୍ୟବହାର୍ଯ୍ୟ ବିକଳ୍ପ ରୂପେ ସମଗ୍ର ଦୁନିଆରେ ନିଜ ଉପସ୍ଥିତି ଜାହିର କରୁଛି।

ଭାରତରେ ସ୍ୱାସ୍ଥ୍ୟ ସେବା ଉଦ୍ୟୋଗରେ ଡାକ୍ତରଖାନା, ଚିକିତ୍ସା ଉପକରଣ, ନୈଦାନିକ ପରୀକ୍ଷଣ, ଆଉଟ୍ସୋର୍ସିଙ୍ଗ୍, ଟେଲିମେଡିସିନ୍, ଚିକିତ୍ସା ପର୍ଯ୍ୟଟନ, ସ୍ୱାସ୍ଥ୍ୟ ବୀମା ଓ ଚିକିତ୍ସା ଉପକରଣ ଅନ୍ତର୍ଭୁକ୍ତ ଅଛି। ଜୀବନଶୈଳୀ ସହିତ ଜଡ଼ିତ ରୋଗର ବୃଦ୍ଧି ପାଉଥିବା ଘଟଣା, ଶସ୍ତା ସ୍ୱାସ୍ଥ୍ୟ ସେବା ବିତରଣ ପ୍ରଣାଳୀର ବୃଦ୍ଧି ପାଉଥିବା ଚାହିଦା, ପ୍ରଯୁକ୍ତିବିଦ୍ୟାର ପ୍ରଗତି, ଟେଲିମେଡିସିନର ଉଦୟ, ସ୍ୱାସ୍ଥ୍ୟ ବୀମାର ଦ୍ରୁତ ପୈଠ ଓ ଇ-ସ୍ୱାସ୍ଥ୍ୟ (କର ଲାଭ ଓ ପ୍ରୋତ୍ସାହନ ସହିତ) ଭଳି ସରକାରୀ ପଦକ୍ଷେପ ଭାରତରେ ସ୍ୱାସ୍ଥ୍ୟ ମାର୍କେଟ୍ ଚଲାଉଛି।

୨୦୨୦ ରେ Indian Healthtech industry was valued at $1.9bn. ଏହା 2023 ସୁଦ୍ଧା, କେବଳ 3 ବର୍ଷରେ ବୃଦ୍ଧିପାଇ $5bn ପର୍ଯ୍ୟନ୍ତ ପହଞ୍ଚିବାର ଆଶା କରାଯାଉଛି। ନିଦାନ ମାର୍କେଟରେ ଆମକୁ ଏହିଭଳି ପ୍ରଥା ଦେଖିବାକୁ ମିଳୁଛି, ଯାହା 2012 ରେ ମାତ୍ର $5 bn ରୁ ବୃଦ୍ଧି ପାଉଛି CAGR of 20.4% to reach $32 bn in 2022। ଟେଲିମେଡିସିନ୍ 2025 ସୁଦ୍ଧା $5.4 Bn ଛୁଇଁବାର ଆଶା କରାଯାଉଛି ଏବଂ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ବ୍ଲୁପ୍ରିଣ୍ଟରୁ ଏହା ଆଶା କରାଯାଉଛି ଯେ, $200bn in the next 10 years ମୂଲ୍ୟଠାରୁ ଅଧିକ ଅତିରିକ୍ତ ଆର୍ଥିକ ମୂଲ୍ୟର ଚାବି ଖୋଲିବ।

ଭାରତରେ ଥିବା ସ୍ୱାସ୍ଥ୍ୟ ସେବା ଉଦ୍ୟୋଗର ସେହି ସଂଖ୍ୟାଗୁଡ଼ିକ ଯଦି ଆଖିଦୃଶିଆ ନଥିବ, ତେବେ ସାମଗ୍ରିକ ହେଉଛି projected to reach $372 bn by 2022. ଭାରତ ପୂର୍ବରୁ ହିଁ ବିଶ୍ୱର ଫାର୍ମାସୀ ଅଟେ। ଆଉ ଏବେ, ସରକାରଙ୍କ 2022-23 ର କେନ୍ଦ୍ରୀୟ ବଜେଟୀୟ ଆବଣ୍ଟନ ହେଉଛି Rs.86,200 crores for the Ministry of Health and Family Welfare। ଚିକିତ୍ସା ମାନ ପର୍ଯ୍ୟଟନ (MVT) ରେ ଆଶାନୁରୂପ ବୃଦ୍ଧି ପାଇଁ ଭାରତର ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ପ୍ରସ୍ତୁତ କରିବାରେ ବହୁତ ଦୂରକୁ ଯାଉଛି।

ବର୍ତ୍ତମାନ, 2020-21 ପାଇଁ ଚିକିତ୍ସା ପର୍ଯ୍ୟଟନ ଇଣ୍ଡେକ୍ସ (MTI) ରେ India is ranked 10th । ଏହାକୁ ଯାହା ଚଲାଏ, ତାହା ହେଉଛି ଭିତ୍ତିଭୂମି ଓ ମାନବ ପୁଞ୍ଜିର ଏକ ମିଶ୍ରଣ।ଭାରତ, ଇଂରାଜୀ ପାରଙ୍ଗମତା ସହ ଉଚ୍ଚ-ଉତ୍କର୍ଷତା ବିଶିଷ୍ଟ ଚିକିତ୍ସା ତାଲିମ୍ ସହିତ ଡାକ୍ତର ଓ ପାରାମେଡିକ୍ସର ସବୁଠାରୁ ବଡ଼ ସ୍ଥାନ ପ୍ରଦାନ କରିଥାଏ। ଭାରତ ବିଶ୍ୱରେ ସବୁଠାରୁ ଅଧିକ ଭେଷଜ ମହାବିଦ୍ୟାଳୟର ଗୌରବ ପ୍ରାପ୍ତ କରିଛି ଏବଂ ଆଶା କରାଯାଉଛି 1mn skilled healthcare providers by 2022. ଆଉ ବର୍ତ୍ତମାନ, ଏହା ଅନ୍ତର୍ଗତ National Accreditation Board for Hospitals & Healthcare Providers  (NABH), 1400 hospitals  ବୈଶ୍ୱିକ ମାନକ ସହ ସମାନ କିମ୍ୱା ତାହାଠାରୁ ଅଧିକ ଯତ୍ନ ପ୍ରଦାନ କରିବା ପାଇଁ ବିବେଚନା କରାଯାଇଛି।

ଭାରତ ସରକାର ଚିକିତ୍ସା ଓ କଲ୍ୟାଣ ପର୍ଯ୍ୟଟନ ପାଇଁ ବିଶ୍ୱର ଅଗ୍ରଣୀ କେନ୍ଦ୍ର ଭାବରେ ଭାରତକୁ ଦୃଢ଼ କରିବାକୁ ସମର୍ପିତ ଅଟେ, ଯେଉଁଥିରୁ ବିଶ୍ୱକୁ ସୁସ୍ଥ ହେବା ପାଇଁ ଆମନ୍ତ୍ରିତ କରାଯାଉଛି Heal in India  ’ସେବା’ ଜନାଦେଶ ସହିତ ’ଅତିଥି ଦେବୋ ଭବଃ’ ସହିତ ମିଶିକରି | ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ଗୋଟିଏ ପଦକ୍ଷେପ ହେଉଛି MVT ପୋର୍ଟଲ୍, ଯାହାର ଉଦ୍ଦେଶ୍ୟ ଭାରତରେ ଚିକିତ୍ସା ପର୍ଯ୍ୟଟକମାନଙ୍କ ପାଇଁ ସେମାନଙ୍କ ଯାତ୍ରାକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ସରଳ ଅନୁଭବ କରିଥାଏ |

ରୋଗୀ ଓ ସେବା ପ୍ରଦାନକାରୀମାନେ ପ୍ରକ୍ରିୟା, ସହର, ଡାକ୍ତରଖାନା ଏବଂ ଏପରିକି ନିର୍ଦ୍ଦିଷ୍ଟ ଡାକ୍ତରମାନଙ୍କ ଆଧାରରେ ପ୍ରଦାତାମାନଙ୍କର ଅନୁସନ୍ଧାନ କରିବାରେ ସମର୍ଥ ଅଟନ୍ତି | ସେମାନେ ନା କେବଳ ଏଲୋପାଥୀ ଓ ଏକୀକୃତ ଔଷଧ ପାଇଁ, ବରଂ ପାରମ୍ପରିକ ଭାରତୀୟ ଚିକିତ୍ସା ପ୍ରଳାଣୀ ପାଇଁ ମଧ୍ୟ ପାରଦର୍ଶୀ ମୂଲ୍ୟ ନିର୍ଦ୍ଧାରଣ ପ୍ୟାକେଜ୍ ଅନଲାଇନ୍ ଆକସେସ୍ କରିବାରେ ସମର୍ଥ ଅଟନ୍ତି | ସେମାନେ NABH ପ୍ୟାନଲ୍ରେ ନାମାଙ୍କିତ MVT ପ୍ୟାସିଲିଟେଟର୍ସଙ୍କ ମାଧ୍ୟମରେ ନିଜ ଯାତ୍ରାର ବ୍ୟବସ୍ଥା କରିବାରେ ମଧ୍ୟ ସମର୍ଥ ଅଟନ୍ତି |

ବିଦେଶୀମାନେ ତୋନୋଟି ବର୍ଗ ଅନ୍ତର୍ଗତ ଭାରତରେ ଚିକିତ୍ସା ମାନ ଯାତ୍ରା କରିପାରନ୍ତି:

  • ଡାକ୍ତରୀ ଚିକିତ୍ସା: ଶଲ୍ୟ ଚିକିତ୍ସା, ଅଙ୍ଗ ପ୍ରତ୍ୟାରୋପଣ, ଗଣ୍ଠି ପ୍ରତ୍ୟାରୋପଣ, କର୍କଟ ଓ ପୁରୁଣା ରୋଗ ଚିକିତ୍ସା ଆଦି ସମେତ ଉପଚରାତ୍ମକ ଉଦ୍ଦେଶ୍ୟ ପାଇଁ ଚିକିତ୍ସା |

  • ସ୍ୱାସ୍ଥ୍ୟ ଓ କାୟାକଳ୍ପ: କାୟାକଳ୍ପ କିମ୍ୱା ସୌନ୍ଦର୍ଯ୍ୟ ସମ୍ୱନ୍ଧୀୟ କାରଣ, ଯେପରି କସ୍ମେଟିକ୍ ସର୍ଜରୀ, ଚାପ ମୁକ୍ତି, ସ୍ପା ଆଦିରେ କେନ୍ଦ୍ରିତ ଅଫର୍ |

  • ପାରମ୍ପରିକ ଚିକିତ୍ସା: ଆୟୁଷ ମନ୍ତ୍ରଣାଳୟ (ଆୟୁର୍ବେଦ, ଯୋଗ ଓ ପ୍ରାକୃତିକ ଚିକିତ୍ସା, ୟୁନାନୀ, ସିଦ୍ଧ ଓ ହୋମିଓପାଥୀ) ଅନ୍ତର୍ଗତ ଭାରତର ପାରମ୍ପରିକ ଔଷଧ ପ୍ରଣାଳୀ |


ଭାରତରେ ଚିକିତ୍ସା ମୂଲ୍ୟ ଯାତ୍ରାକୁ କ’ଣ ପ୍ରେରିତ କରିଥାଏ?

ଆରମ୍ଭକାରୀମାନଙ୍କ ପାଇଁ ଆର୍ଥିକ ସଞ୍ଚୟ ବହୁତ | ଆମେରିକା ତୁଳନାରେ ଭାରତ low ~65-90% ସଞ୍ଚୟ ସହିତ ସ୍ୱଳ୍ପ ଖର୍ଚ୍ଚରେ ବିଶ୍ୱ ସ୍ତରୀୟ ଯତ୍ନ ଓ ଚିକିତ୍ସା ଯୋଗାଉଛି। ଉଚ୍ଚ ଉତ୍କର୍ଷତା ଏବଂ ସ୍ୱଳ୍ପ ମୂଲ୍ୟର ମିଶ୍ରଣ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଭାରତକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ କରିଥାଏ, ଯେଉଁମାନେ ନିଜ ଦେଶରେ ସମାନ ପ୍ରକ୍ରିୟା ପାଇଁ ଅଧିକ ଅପେକ୍ଷା ସମୟ କିମ୍ବା ନିଷେଧାତ୍ମକ ଖର୍ଚ୍ଚ ପାଇପାରନ୍ତି |

ଭାରତୀୟ ଡାକ୍ତରଖାନାଗୁଡ଼ିକ ଦ୍ୱାରା ଅତ୍ୟାଧୁନିକ ଜ୍ଞାନକୌଶଳରେ ବିପୁଳ ପରିମାଣର ବିନିଯୋଗ କରାଯାଇଛି, ଯେପରି ରୋବୋଟିକ୍ ସର୍ଜରୀ, ରେଡିଏଶନ୍, ସାଇବର ନାଇଫ୍ ଷ୍ଟେରେଓଟାକଟିକ୍ ବିକଳ୍ପ, IMRT / IGRT, ଟ୍ରାନ୍ସପ୍ଲାଣ୍ଟ ସପୋର୍ଟ ସିଷ୍ଟମ ଇତ୍ୟାଦିରେ ନୂତନ ପ୍ରଗତି | ଭାରତରେ କେତେକ ଏପରି ପ୍ରସିଦ୍ଧ ସୁପର-ସ୍ପେସିଅଲିଟୀ ଡାକ୍ତରଖାନା ଓ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ଅଛି, ଯାହା ଆର୍ଟିଫିସିଅଲ୍ ଇଣ୍ଟେଲିଜେନ୍ସ (AI), ଭର୍ଚୁଅଲ୍ ରିଅଲିଟୀ (VR) ଏବଂ ହୋଲିଷ୍ଟିକ୍ ମେଡିସିନ୍ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ରୋଗୀଙ୍କୁ ଅତ୍ୟାଧୁନିକ ତଥା ଉନ୍ନତ ଚିକିତ୍ସା ବିକଳ୍ପ ପ୍ରଦାନ କରିଥାଏ |

ଡାକ୍ତରୀ ଚିକିତ୍ସା ପାଇଁ ଭାରତ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ହେବାର ଅନ୍ୟ ଏକ କାରଣ ହେଉଛି ଉପଲବ୍ଧ ବିକଳ୍ପର ବିବିଧତା | ଭାରତ ହେଉଛି ଆୟୁର୍ବେଦ, ଯୋଗ ଏବଂ ନେଚୁରୋପାଥୀ (ପ୍ରାକ୍ରୁତିକ ଚିକିତ୍ସା), ୟୁନାନି, ସିଦ୍ଧ ଏବଂ ହୋମିଓପାଥୀ କେନ୍ଦ୍ର ବିନ୍ଦୁ, ଯେଉଁଗୁଡ଼ିକୁ ବର୍ତ୍ତମାନ ଆୟୁଷ ମନ୍ତ୍ରଣାଳୟର ଅଧୀନକୁ ଅଣାଯାଇଛି ଏବଂ ନିରନ୍ତର ରୋଗୀ ଅନୁଭୂତି ପ୍ରଦାନ ପାଇଁ ବିନିୟମିତ କରାଯାଇଛି । ଯୋଗାଶ୍ରମ, ସ୍ପା ଓ ସୁସ୍ଥତା କେନ୍ଦ୍ର, ଯାହା ହୋଲିଷ୍ଟିକ୍ ଥେରାପୀ ବା ସମ୍ପୂର୍ଣ୍ଣ ଚିକିତ୍ସା ପ୍ରଦାନ କରେ, ତାହା ମଧ୍ୟ ସୁସ୍ଥ ମାନସିକ ବିଶିଷ୍ଟ ଚିକିତ୍ସା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ |

ହେଲେ, ମହତ୍ତ୍ୱପୂର୍ଣ୍ଣ କାରଣ, ଯାହା ରୋଗୀ ଏବଂ ସେମାନଙ୍କର ଯତ୍ନ ନେଉଥିବା ଲୋକମାନଙ୍କୁ ଭାରତକୁ ଆଣିଥାଏ, ତାହା ହେଉଛି ଗୁଣବତ୍ତାର ଆଶ୍ୱାସନ | ଭାରତର ଜାତୀୟ ଚିକିତ୍ସା ଓ ସୁସ୍ଥତା ପର୍ଯ୍ୟଟନ ବୋର୍ଡ ଗଠନ, ପର୍ଯ୍ୟଟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉତ୍ସର୍ଗୀକୃତ ତଥା ବ୍ୟାପକ ଅନୁଷ୍ଠାନିକ ଢାଞ୍ଚା ଯୋଗାଇବା ପାଇଁ କରାଯାଇଛି, ଯାହା ଚିକିତ୍ସା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ବଢ଼ାଇଥାଏ - ଯେଉଁଥିରେ ଭାରତୀୟ ଚିକିତ୍ସା ପ୍ରଣାଳୀ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଏହି ବୋର୍ଡ ଏପରି ଏକ ସଂଗଠନ ଭାବରେ କାର୍ଯ୍ୟ କରେ, ଯାହା ଆୟୁଷ ମନ୍ତ୍ରଣାଳୟ ଏବଂ NABH ର ପ୍ରତିନିଧିତ୍ୱ ସହିତ ଚିକିତ୍ସା ପର୍ଯ୍ୟଟନକୁ ପରିଚାଳନା ଓ ପ୍ରୋତ୍ସାହିତ କରିଥାଏ |

ଭାରତୀୟ ଉତ୍କର୍ଷତା ଆନ୍ଦୋଳନ

ଭାରତ ବିଶେଷକରି ରୋଗୀ ସୁରକ୍ଷା ପରିପ୍ରେକ୍ଷୀରେ ଉତ୍କର୍ଷତାପୂର୍ଣ୍ଣ କାର୍ଯ୍ୟକଳାପ ଉପରେ ନଜର ରଖିବାର ଆବଶ୍ୟକତାକୁ ମାନ୍ଛିୟତା ଦେଇଛି । ଭାରତୀୟ ଉତ୍କର୍ଷତା ପରିଷଦ (QCI) ଗତ 25 ବର୍ଷ ମଧ୍ୟରେ ଆମ ସାମଗ୍ରୀର ଉତ୍କର୍ଷତାପୂର୍ଣ୍ଣ ମାନକଗୁଡ଼ିକୁ ସୁନିଶ୍ଚିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଉତ୍ପାଦଗୁଡ଼ିକୁ ପ୍ରମାଣିତ କରି ଭାରତରେ ଗୁଣାତ୍ମକ ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଛି | ଭାରତୀୟ ସଂସଦରେ ଉଠାଯାଇଥିବା ଏକ ପ୍ରଶ୍ନର ପରିଣାମସ୍ୱରୂପ, ଅପ୍ରେଲ 2005 ରେ QCI ର ତତ୍ତ୍ୱାବଧାନରେ NABH ଗଠନ କରାଯାଇଥିଲା |

NABH ଦ୍ୱାରା ସ୍ୱାସ୍ଥ୍ୟ ସେବାରେ ଉତ୍କର୍ଷତା ଓ ସୁରକ୍ଷତାର ବୈଶ୍ୱିକ ମାନକକୁ ସୁନିଶ୍ଚିତ କରିବାକୁ ଏକ ପ୍ରଣାଳୀ ବିକଶିତ କରିବା ଲକ୍ଷ୍ୟରେ ନିଜର ଯାତ୍ରା ଆରମ୍ଭ କରାଯାଇଥିଲା | NABH ଦ୍ୱାରା 2006 ରେ ଭାରତରେ ସ୍ୱାସ୍ଥ୍ୟସେବା ସଂଗଠନ ମାନ୍ୟତା ଦେବା ଆରମ୍ଭ କରାଯାଇଥିଲା ଏବଂ 2010 ରେ ଏହା ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରଦାନ ପାଇଁ ବିସ୍ତାର ଲାଭ କରିଥିଲା । ଏହା ନର୍ସିଂ ଉତ୍କୃଷ୍ଟତା କାର୍ଯ୍ୟକ୍ରମ, ପରୀକ୍ଷାଗାର ସତ୍ୟ ସ୍ୱୀକୃତି କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଭଳି ଗୁଣାତ୍ମକ ପ୍ରୋତ୍ସାହନ ପଦକ୍ଷେପ ମଧ୍ୟ ଗ୍ରହଣ କରେ | ଏହା ଶିକ୍ଷା ଓ ତାଲିମ୍ ପଦକ୍ଷେପ ସହିତ ବିଭିନ୍ନ ସ୍ୱାସ୍ଥ୍ୟସେବା ଉତ୍କର୍ଷତାପୂର୍ଣ୍ଣ ପାଠ୍ୟକ୍ରମ ଓ କର୍ମଶାଳାଗୁଡ଼ିକୁ ମାନ୍ୟତା ପ୍ରଦାନ କରିବା ସହ ଅନୁମୋଦନ କରିଥାଏ |

NABH ମାନ୍ୟତା ସମଗ୍ର ସ୍ୱାସ୍ଥ୍ୟସେବାର ପୂର୍ଣ୍ଣ ସୀମାକୁ ଅନ୍ତର୍ଭୁକ୍ତ କରେ: ଡାକ୍ତରଖାନା, କ୍ଷୁଦ୍ର ସ୍ୱାସ୍ଥ୍ୟ ସଂଗଠନ, ବ୍ଲଡ୍ ବ୍ୟାଙ୍କ ଏବଂ ରକ୍ତ ଭଣ୍ଡାରଣ ସୁବିଧା, ଡାକ୍ତରୀ ଇମେଜିଂ ସେବା, ଦନ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାତା, ଏଲୋପ୍ୟାଥିକ୍ କ୍ଲିନିକ୍, ଆୟୁଷ ଡାକ୍ତରଖାନା ଏବଂ ପଞ୍ଚକର୍ମ କ୍ଲିନିକ୍, ଚକ୍ଷୁ ଚିକିତ୍ସା ସଂଗଠନ, ମୌଖିକ ପ୍ରତିସ୍ଥାପନ ଚିକିତ୍ସା କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସୁସ୍ଥତା କେନ୍ଦ୍ର, ଅଭ୍ୟସ୍ତମାନଙ୍କ ପାଇଁ ସମନ୍ୱିତ ପୁନର୍ବାସ କେନ୍ଦ୍ର, ତତ୍ସହିତ କ୍ଲିନିକଲ୍ ଟ୍ରାଏଲ୍ ନୈତିକ କମିଟୀ |

ଏହି ମାନ୍ୟତା ଅନେକ ସତ୍ୟ ସ୍ୱୀକୃତି, ଶିକ୍ଷା ଏବଂ ତାଲିମ୍ କାର୍ଯ୍ୟକ୍ରମ ଦ୍ୱାରା ସମର୍ଥିତ, ଯାହାର ମାନ୍ୟତା ପ୍ରାପ୍ତ କରିବାକୁ ଚିକିତ୍ସା ପ୍ରଦାତାମାନଙ୍କୁ ଆବଶ୍ୟକ ହୋଇପାରେ | ମାନକଗୁଡ଼ିକୁ ମାନିବା, ବିଭିନ୍ନ ସଂସାଧନ ଯୋଗାଇବା ଏବଂ ଏହି ପ୍ରଦାତାମାନଙ୍କ ପାଇଁ ବିଶେଷଜ୍ଞ ଉପଲବ୍ଧ କରାଇବା ମଧ୍ୟରେ NABH ଏକ ପରିସଂସ୍ଥା ସୃଷ୍ଟି କରେ, ଯାହା ଭାରତର ଯତ୍ନ ଅର୍ଥନୀତିର କେନ୍ଦ୍ରରେ ଗୁଣବତ୍ତା, ପାରଦର୍ଶିତା ଏବଂ ଅଖଣ୍ଡତାକୁ ରଖିଥାଏ |

QCI ଓ NABH ଭଳି ତାହାର ଅବିଛିନ୍ନ ବୋର୍ଡ ଦ୍ୱାରା ସକ୍ଷମ କରାଯାଇଥିବା ଭାରତୀୟ ଉତ୍କର୍ଷତା ଆନ୍ଦୋଳନ, ଭାରତର ଡାକ୍ତରୀ ପରିସଂସ୍ଥା ପାଇଁ କ’ଣ ସମ୍ଭବ ଅଟେ, ତାହା ଉପରେ ନିରନ୍ତର ଚାପ ପକାଉଛି | ଏହି "ଗୁଣବତ୍ତାରୁ ଆତ୍ମ ନିର୍ଭରତା" ଆମକୁ ନିଜସ୍ୱ ସୀମା ଊର୍ଦ୍ଧ୍ୱକୁ ନେଇଯାଇଛି | ସେହି ଦିନ ଚାଲିଯାଇଛି, ଯେତେବେଳେ ଭାରତୀୟମାନଙ୍କୁ ମହଙ୍ଗା ଡାକ୍ତରୀ ପ୍ରକ୍ରିୟାଗୁଡ଼ିକ ପାଇଁ ବିଦେଶ ଯାତ୍ରା ଅରିବାଖୁ ପଡ଼ୁଥିଲା | ଏହା ବଦଳରେ, ଭାରତ ଆଜି ହଜାର ହଜାର ରୋଗୀ ଓ ଯତ୍ନ ପ୍ରଦାନକାରୀମାନଙ୍କର ଆତିଥ୍ୟତା କରୁଛି, ଯେଉଁମାନେ ଏକ ସୁସ୍ଥ କାଲି ଆଡ଼କୁ ନିଜ ଆତ୍ରାରେ ଉତ୍କର୍ଷତାପୂର୍ଣ୍ଣ ଭାରତୀୟ ସଂସ୍ଥା, ସେବା ପ୍ରଦାତା ଏବଂ ଏପରିକି ବ୍ୟକ୍ତିଗତ ଡାକ୍ତରଙ୍କୁ ଖୋଜନ୍ତି |

QCI ଓ ଭାରତର "ଗୁଣବତ୍ତାରୁ ଆତ୍ମ ନିର୍ଭରତା" ପଦକ୍ଷେପ ବିଷୟରେ ଏବଂ ଆମ ଜୀବନ ଉପରେ ପ୍ରଭାବ ପକାଇଥିବା ତାହାର ଅନେକ ମାର୍ଗ ବିଷୟରେ ଅଧିକ ଜାଣିବା ପାଇଁ https://www.news18.com/qci/ କୁ ଯାଆନ୍ତୁ  ।
Published by:Soumya Das
First published: