ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସଜା ଶୁଣାଯିବା ପୂର୍ବରୁ ଫେରାର ହୋଇଯାଇଥିଲେ ବଳାତ୍କାରୀ; ୨୫ ବର୍ଷ ପରେ ଗିରଫ ହେଲା

ସଜା ଶୁଣାଯିବା ପୂର୍ବରୁ ଫେରାର ହୋଇଯାଇଥିଲେ ବଳାତ୍କାରୀ; ୨୫ ବର୍ଷ ପରେ ଗିରଫ ହେଲା

ଅପହରଣ ଓ ବଳାତ୍କାର (Rape) ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପୂର୍ବରୁ ଫେରାର ହୋଇଯାଇଥିବା ସହିଦ ହାସନଙ୍କୁ ପୋଲିସ ଗିରଫ କରିଛି । ପୋଲିସ ତାଙ୍କୁ ୨୫ ବର୍ଷ ଧରି ଖୋଜୁଥିଲା ।

ସଜା ଶୁଣାଯିବା ପୂର୍ବରୁ ଫେରାର ହୋଇଯାଇଥିଲେ ବଳାତ୍କାରୀ; ୨୫ ବର୍ଷ ପରେ ଗିରଫ ହେଲା
୨୫ ବର୍ଷ ପରେ ଗିରଫ ହେଲେ ବଳାତ୍କାରୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗରରେ (Muzaffarnagar) ୧୯୯୫ ମସିହାରେ ଅପହରଣ ଓ ବଳାତ୍କାର (Rape) ମାମଲାରେ ଦୋଷୀ ସାବ୍ୟସ୍ତ ହେବାର ଗୋଟିଏ ଦିନ ପୂର୍ବରୁ ଫେରାର ହୋଇଯାଇଥିବା ଜଣେ ବ୍ୟକ୍ତିଙ୍କୁ ଶନିବାର ଗିରଫ କରାଯାଇଛି । ଏହି ସୂଚନା ପୋଲିସ (UP Police) ଦେଇଛି ।

ପୋଲିସ କହିଛି ଯେ ସହିଦ ହାସନଙ୍କୁ ୨୫ ବର୍ଷ ପୂର୍ବେ ଏକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । କିନ୍ତୁ ଦଣ୍ଡ ଘୋଷଣା ହେବା ପୂର୍ବରୁ ସେ ଫେରାର ହୋଇଯାଇଥିଲେ । ହାସନଙ୍କ ପ୍ରତ୍ୟେକ ସାଥୀଙ୍କୁ ସମାନ ମାମଲାରେ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା,କିନ୍ତୁ ସେ ଖସି ପଳାଇଥିଲେ ।

ଏହି କାରଣରୁ ଦୋଷୀମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ନୁହେଁ
ଆଇନର ଏକ ବ୍ୟବସ୍ଥା ଅନୁଯାୟୀ ଯଦି ସାତ ବର୍ଷ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କ ବିଷୟରେ କୌଣସି ସୂଚନା ମିଳେନାହିଁ ତେବେ ତାଙ୍କୁ ମୃତ ବୋଲି ଧରାଯାଏ । ଏହି ବ୍ୟବସ୍ଥା ବିଷୟରେ ପଚରାଯିବାରୁ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସେ କହିଛନ୍ତି ଯେ କୋର୍ଟ ତାଙ୍କୁ ଅପରାଧୀ ଘୋଷଣା କରିବା ପରେ ତାଙ୍କ ସମ୍ପତ୍ତି ଜବତ କରାଯାଇଛି ଓ ତାଙ୍କ ପରିବାରର କୌଣସି ସଦସ୍ୟ ଉକ୍ତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବାକୁ କୋର୍ଟ ସ୍ଥାନାନ୍ତର କରିନାହାଁନ୍ତି ।

ଏହା ବ୍ୟତୀତ ଉପରୋକ୍ତ ଆଇନଗତ ବ୍ୟବସ୍ଥା ଏହି ମାମଲାରେ ପ୍ରଯୁଜ୍ୟ ନୁହେଁ ବୋଲି ପୋଲିସ ଅଧିକାରୀ କହିଛନ୍ତି । ଦୋଷୀକୁ ଗିରଫ କରିବା ପାଇଁ ସେ ପୋଲିସକୁ ପ୍ରଶଂସା କରିଥିଲେ।
Published by: Jagdish Barik
First published: April 4, 2021, 9:37 AM IST