- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଲୀ: ବିବାଦୀୟ ବାବାଙ୍କ ଆଉ ଏକ ବିବାଦୀୟ ଭିଡିଓ ଭାଇରାଲ୍ । ଜେଲରୁ ପାରୋଲରେ ଆସି ଖଣ୍ଡାରେ କେକ୍ କାଟିଲେ ବାବା ରାମ ରହିମ । ହରିୟାଣା ବାଗ୍ପତର ବରନାଗ ଆଶ୍ରମରେ ପହଞ୍ଚି ଖଣ୍ଡାରେ କେକ୍ କାଟି ସେଲିବ୍ରେସନ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଦୁଷ୍କର୍ମ, ହତ୍ୟା ମାମଲାରେ ଛନ୍ଦି ହୋଇଥିଲା ଆଜୀବନ ସଜା କାଟୁଥିବା ଆତ୍ମଘୋଷିତ ବାବା ରାମ ରହମ୍ଙ୍କ ପିଛା ଛାଡ଼ୁଆ ନାହିଁ ବିବାଦ । ବାବାଙ୍କ ଆଉ ଏକ ବିଦାଦୀୟ ଭିଡିଓ ଏବେ ସାମ୍ନାକୁ ଆସିଛି । ଜେଲରୁ ୪୦ଦିନ ପାରୋଲରେ ଆସିଛି ପୁଣି ବିବାଦରେ ଛନ୍ଦି ହୋଇଯାଇଛନ୍ତି ରାମ୍ ରହିମ୍ । ହରିୟଣାର ସୁନିରିଆ ଜେଲରୁ ଶନିବାର ବାହାରି ବାଗ୍ପତର ବରନାଗ ଆଶ୍ରମରେ ପହଞ୍ଚିଥିଲେ ବାବା । ନିଜ ଜାମିନ୍ରେ ୨୫ ଜାନୁଆରୀରେ ଡେରା ପ୍ରମୁଖ ଶାହା ସତମାନ ସିଂହଙ୍କ ଜୟନ୍ତୀ ଅବସରରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଥିଲେ । ହେଲେ ପୂର୍ବରୁ ଜୟନ୍ତୀ କାର୍ଯ୍ୟକ୍ରମରେ ପହଞ୍ଚି ଆତ୍ମଘୋଷିତ ବାବା ରାମ ରହିମ ଖଣ୍ଡାରେ କେକ୍ କାଟିଥିଲେ । ୫ବର୍ଷ ପରେ ଏଭଳି ସୁଯୋଗ ମିଳିଥିବାରୁ ୫ଟି କେକ୍ କାଟି ସେଲିବ୍ରେସନ କରିବା ଜରୁରୀ ବୋଲି କହିଥିଲେ ଗୁରୁମିତ୍ ବାବା ରାମ ରହିମ୍ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ଯୌନ ଶୋଷଣ ଓ ହତ୍ୟା ମାମଲରେ ଗୁରୁମିତ୍ ରାମ ରହିମ୍ ହରିୟାଣାର ସୁନାରିୟା ଜେଲରେ ଆଜୀବନ କାରାଦଣ୍ଡ ସଜା କାଟୁଛନ୍ତି । ପା-ରୋଲରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ଆଶ୍ରମରେ ପହଞ୍ଚା ଯାଇଥିଲା । ବାବା ଆଶ୍ରମରେ ପ୍ରବେଶ କରିବା ମାତ୍ରେ ମୁଖ୍ୟ ଦ୍ବାରକୁ ବନ୍ଦ କରାଯାଇଥିଲା । କୋର୍ଟଙ୍କ ନିୟମ ପାଳିନ କରି ଭିଡ଼ ନିୟନ୍ତ୍ରଣ ପାଇଁ ଏପରି କରାଯାଇଥିବା କୁହାଯାଇଛି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।