୪୮୦ କିମି ଯାଏଁ ରେଞ୍ଜ୍ ! ୧୮ ମିନିଟରେ ଚାର୍ଜିଂ, ପ୍ରଥମ ୨ ସପ୍ତାହରେ ୬୫୦ ବୁକିଂ

ପୂର୍ବରୁ ଟାଟା ମୋଟର୍ସ ବୈଦ୍ୟୁତିକ କାର ବଜାରରେ ପ୍ରାଧାନ୍ୟ ବିସ୍ତାର କରିଥିଲା ​​କିନ୍ତୁ ବର୍ତ୍ତମାନ ଟାଟାକୁ ମହିନ୍ଦ୍ରା ବ୍ୟତୀତ ହୁଣ୍ଡାଇ ଠାରୁ ମଧ୍ୟ କଡା ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିଛି।

୪୮୦ କିମି ଯାଏଁ ରେଞ୍ଜ୍ ! ୧୮ ମିନିଟରେ ଚାର୍ଜିଂ, ପ୍ରଥମ ୨ ସପ୍ତାହରେ ୬୫୦ ବୁକିଂ

୪୮୦ କିମି ଯାଏଁ ରେଞ୍ଜ୍ ! ୧୮ ମିନିଟରେ ଚାର୍ଜିଂ, ପ୍ରଥମ ୨ ସପ୍ତାହରେ ୬୫୦ ବୁକିଂ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ : ଭାରତରେ କ୍ରମାଗତ ଭାବରେ ବୈଦ୍ୟୁତିକ କାରର ଚାହିଦା ବଢ଼ୁଛି ଓ ଏହାକୁ କ୍ରୟ ପାଈଁ ବିକଳ୍ପ ମଧ୍ୟ ବୃଦ୍ଧି ପାଉଛି । ପୂର୍ବରୁ ଟାଟା ମୋଟର୍ସ ବୈଦ୍ୟୁତିକ କାର ବଜାରରେ ପ୍ରାଧାନ୍ୟ ବିସ୍ତାର କରିଥିଲା ​​କିନ୍ତୁ ବର୍ତ୍ତମାନ ଟାଟାକୁ ମହିନ୍ଦ୍ରା ବ୍ୟତୀତ ହୁଣ୍ଡାଇ ଠାରୁ ମଧ୍ୟ କଡା ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡ଼ିଛି। ହୁଣ୍ଡାଇ କିଛି ମାସ ପୂର୍ବରୁ ନିଜର ଦ୍ୱିତୀୟ ଇଲେକ୍ଟ୍ରିକ୍ କାର୍ Hundai IONIQ 5 କୁ ଭାରତୀୟ ବଜାରକୁ ଆଣିଛି, ​​ଯାହା ଏକ ଫିଚର ଲୋଡେଡ କାର୍ ।

ପ୍ରଥମ ଦୁଇ ମାସରେ, ଏହି ପ୍ରିମିୟମ୍ ଇଲେକ୍ଟ୍ରିକ୍ କାରକୁ ୬୫୦ ବୁକିଂ ମିଳି ଯାଇଥିଲା, ଯାହାକି ବହୁତ ଭଲ ସଂଖ୍ୟା ଥିଲା । ଏହି ବୈଦ୍ୟୁତିକ କାରର ମୂଲ୍ୟ ୪୫.୯୫ ଲକ୍ଷ ଟଙ୍କା ଓ ଆପଣ ଏହାକୁ Kia EV6 ଠାରୁ ପ୍ରାୟ ୧୬ ଲକ୍ଷ କମ୍ ମୂଲ୍ୟରେ କିଣି ପାରିବେ । IONIQ 5 କେବଳ ଭାରତରେ ଉତ୍ପାଦିତ ହେଉଛି ।

ରେଞ୍ଜ୍ ଓ ପାୱାର
ବ୍ୟାଟେରୀ ଓ ରେଞ୍ଜ ବିଷୟରେ କହିବାକୁ ଗଲେ, ହୁଣ୍ଡାଇ ଆଇୋନିକ୍ 5 କୁ 72.6kWh ବ୍ୟାଟେରୀ ପ୍ୟାକ୍ ସହିତ ପ୍ରସ୍ତୁତ କରାଯାଇଛି । ଏହାର ସାହାଯ୍ୟରେ କାରଟି ଥରେ ଚାର୍ଜ କଲେ ୬୩୧ କିଲୋମିଟର (ARAI ଅନୁମୋଦିତ) ରେଞ୍ଜ ଦେଇଥାଏ। IONIQ 5ରେ କେବଳ ପଛ ଚକ ଡ୍ରାଇଭ୍ କନ୍ଫ୍ରିଗରେଶନରେ ଉପଲବ୍ଧ ଓ ଏହାର ବୈଦ୍ୟୁତିକ ମୋଟର 217hp ଶକ୍ତି ଓ 350Nm ଟର୍କ ସୃଷ୍ଟି କରେ । ଏହି କାରକୁ ୩୫୦ କିଲୋୱାଟ ଡିସି ଚାର୍ଜର ମାଧ୍ୟମରେ ମାତ୍ର ୧୮ ମିନିଟରେ ୧୦% ରୁ ୮୦% ଚାର୍ଜ କରାଯାଇପାରିବ । ଏହି ପ୍ରିମିୟମ୍ ଇଭିର ହେଡଲାଇଟ୍ ଏବଂ ଟେଲ୍ ଲାଇଟ୍ ପିକ୍ସେଲେଟେଡ୍ ଲୁକରେ ଆସିଥାଏ।

Hundai IONIQ5 ର ଫିଚର

ଏହି କାରର ଚକ ୨୦ ଇଞ୍ଚ ଓ ଏହା ଏରୋ-ଅପ୍ଟିମାଇଜ୍ । ଏହି କାରକୁ ୩ଟି ରଙ୍ଗ ବିକଳ୍ପରେ କିଣାଯାଇପାରିବ । କାରର ଫିଚର ତାଲିକାରେ ଡ୍ବାଲ ୧୨.୩ ଇଞ୍ଚ ସ୍କ୍ରିନ ମିଳିଥାଏ ଓ ଏହା ମଧ୍ୟରୁ ଗୋଟିଏ ଡ୍ରାଇଭର ଡିସ୍ପ୍ଲେ ୟୁନିଟ୍ ଏବଂ ଅନ୍ୟଟି ଇନଫୋଟେନମେଣ୍ଟ ସିଷ୍ଟମ ଡିସ୍ପ୍ଲେ । ଏହା ବ୍ୟତୀତ ଏହି କାରରେ ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ADAS ଲେବଲ 2, ପାୱାର୍ ସିଟ୍, ୬ ଟି ଏୟାରବ୍ୟାଗ ଏବଂ ଭେହିକଲ-ଟୁ-ଲୋଡ୍ ଫଙ୍କସନ୍ (V2L) ଭଳି ଫିଚର ଉପଲବ୍ଧ । ଏହି କାରଟି ମାତ୍ର ୭.୬ ସେକେଣ୍ଡରେ ୦ ରୁ ୧୦୦ କିମି / ଘଣ୍ଟା ପ୍ରତି ବେଗ ହାସଲ କରିପାରେ।
Published by:Soubhagya Mishra
First published: