ନାବାଳିକା ସହ ଦୁଷ୍କର୍ମ କରି ପାହାଡ଼ରୁ ତଳକୁ ଠେଲି ଦେଲେ ଅଭିଯୁକ୍ତ
News18 Odia Digital
ରାଞ୍ଚି: ମହିଳାଙ୍କ ବିରୋଧରେ ଜଘନ୍ୟ ଅପରାଧର ମାମଲା ଝାଡଖଣ୍ଡରେ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଗୁମ୍ଲା ପରେ ଏବେ ରାଞ୍ଚିରେ ଗଣ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଗଣ ଦୁଷ୍କର୍ମର ଏହି ଘଟଣା ନରକୋପି ପୋଲିସ ଷ୍ଟେସନ ପାଖରେ କରାଯାଇଥିଲା।
ଲୋହରଦଗାର ଜଣେ ଝିଅ ଯାତ୍ରା ଦେଖିବା ପାଇଁ ଏଠାରେ ପହଞ୍ଚିଥିଲା, ଯେତେବେଳେ ଦୁଇଜଣ ଯୁବକ ନାବାଳିକାଙ୍କୁ ଏକୁଟିଆ ପାଇଁ ଦୁଷ୍କର୍ମ କରିଥିଲେ । ଝିଅ ଚିତ୍କାର କରିବାରୁ ଦୁଇ ଅଭିଯୁକ୍ତ ତାଙ୍କୁ ପାହାଡରୁ ତଳକୁ ଠେଲି ଦେଇଥିଲେ।
ଏହି ଘଟଣାରେ ପୀଡିତା ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ RIMSରେ ଭର୍ତ୍ତି କରାଯାଇଛି। ପୀଡିତାଙ୍କ ବିବୃତ୍ତିରେ ପୋଲିସ ଏକ ମାମଲା ରୁଜୁ କରିଛି। ଦୁଷ୍କର୍ମ କରିଥିବା ଅଭିଯୁକ୍ତମାନେ ମଧ୍ୟ ନାବାଳକ ବୋଲି କୁହାଯାଉଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୀଡିତା ଜଣକ କହିଛନ୍ତି ଯେ ନାଗଜୁଆ ରେଳ ଷ୍ଟେସନରୁ ଓହ୍ଲାଇବା ପରେ ସେ ଚଟ୍ଟି ଦଶହରା ଦେଖିବାକୁ ଯାଉଥିଲେ। ଏଥିସହିତ ରେଳ ଫାଟକ ନିକଟରେ ବାଇକ୍ ଚଳାଉଥିବା ଦୁଇଜଣ ଯୁବକ ତାଙ୍କୁ ଲିଫ୍ଟ ଦେବା ବାହାନାରେ ବାଇକରେ ବସାଇଥିଲେ । ନାବାଳିକା ଜଣକ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ଚଟ୍ଟିରେ ଛାଡ଼ି ବଦଳରେ ମୁଡ଼ହର ପର୍ବତକୁ ନେଇ ଯାଇଥିଲେ ଓ ସେଠାରେ ତାଙ୍କୁ ଉଭୟ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତ ଦୁହେଁ ତାଙ୍କୁ ଦୁଷ୍କର୍ମ କରିସାରିବା ପରେ ପାହାଡରୁ ଠେଲି ଦେଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ସ୍ଥାନୀୟ ଲୋକେ ନରକୋପି ପୋଲିସ ଷ୍ଟେସନକୁ ସୂଚନା ଦେଇଥିଲେ।
ପୋଲିସ ତୁରନ୍ତ ପୀଡିତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସା ପରେ ତାଙ୍କୁ RIMS ରେଫର୍ କରାଯାଇଥିଲା। ଆରଏମଏସରେ ଚିକିତ୍ସିତ ହେଉଥିବା ପୀଡିତା ଜଣକ ଏଫଆଇଆର ଦାଖଲ କରି ବାରିୟାତୁ ପୋଲିସକୁ ଜଣାଇଥିଲେ। ଏହାକୁ ଆଧାର କରି ନରକୋପି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ଗ୍ରାମୀଣ ଏସପି ନୌଶାଦ ଆଲାମ କହିଛନ୍ତି ଯେ ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଉଭୟ ନାବାଳକ । ସେମାନଙ୍କୁ ପଚରାଉଚରା କରାଯାଉଛି।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।