ଶେଷରେ ରଣବୀର୍‌ କପୁର୍ କହିଲେ ସେ ଖୁବ୍ ଜଲ୍‌ଦି ଆଲିଆ ଭଟ୍ଟଙ୍କୁ ବାହା ହେଉଛନ୍ତି

ଲକଡାଉନ୍ ସମୟରେ ରଣବୀର କପୁର ଓ ଆଲିଆ ଭଟ୍ଟ କିଛି ଦିନ ସାଙ୍ଗରେ ରହୁଥିଲେ । ସେମାନଙ୍କ ବିବାହର ଅନେକ ଖବର ମାସ ମାସ ଧରି ଚାଲିଆସୁଛି । ହେଲେ ରଣବୀର ଏବେ ନିଜେ କହିଛନ୍ତି ଯେ ସେ ଆଲିଆଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ଶେଷରେ ରଣବୀର୍‌ କପୁର୍ କହିଲେ ସେ ଖୁବ୍ ଜଲ୍‌ଦି ଆଲିଆ ଭଟ୍ଟଙ୍କୁ ବାହା ହେଉଛନ୍ତି
ଆଲିଆ ଭଟ୍ଟ ଓ ରଣବୀର କପୁର
  • News18 Odia
  • Last Updated: December 24, 2020, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ଅନେକ ମାସକ କଳ୍ପନା ଜଳ୍ପନାକୁ ଅନ୍ତ କରି ଅଭିନେତା ରଣବୀର କପୁର (Ranbir Kapoor) ଶେଷରେ କହିଛନ୍ତି ଯେ ସେ ନିଜ ଗର୍ଲଫ୍ରେଣ୍ଡ ଆଲିଆ ଭଟ୍ଟଙ୍କୁ (Alia Bhatt) ଶୀଘ୍ର ବିବାହ କରିବେ ବୋଲି ଆଶା କରୁଛନ୍ତି । ରଣବୀର କହିଛନ୍ତି ଯେ ଯଦି କରୋନା ଭାଇରସ୍‌ ମହାମାରୀ ଆସି ନ ଥାନ୍ତା ତେବେ ଦୁହେଁ ଅନେକ ମାସ ପୂର୍ବରୁ ବିବାହ କରିସାରିଥାନ୍ତେ ।

ଫିଲ୍ମ ସାମ୍ବାଦିକ ରାଜୀବ ମାସନ୍ଦଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ରଣବୀର କପୁର ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଓ ତାଙ୍କ ଆସନ୍ନ ବିବାହ ବିଷୟରେ ଅନେକ କଥା ପ୍ରକାଶ କରିଛନ୍ତି । ରଣବୀର କହିଛନ୍ତି ଯେ ଯଦି କରୋନା ମହାମାରୀ ଯଦି ଆସି ନ ଥାନ୍ତା ତେବେ ସେ ଓ ଆଲିଆ ଭଟ୍ଟ ଏବେ ପତିପତ୍ନୀ ହୋଇସାରିଥାନ୍ତେ ।

ଏହା ବି ପଢ଼ନ୍ତୁ | ଢେଙ୍କାନାଳରେ ପଡ଼ୋଶୀ ଘର ବୋହୂ ହିଁ ୩ ବର୍ଷର ଶିଶୁ ପୁତ୍ରକୁ ହତ୍ୟା କରିଥିଲା; ମାନିଲା, ଗିରଫ ହେଲା

ରଣବୀର କହିଛନ୍ତି, ‘‘ମୁଁ ଏବେ ଏ ବିଷୟରେ ଆଗୁଆ କିଛି କହି ଖରାପ ନଜର ଆଣିବାକୁ ଚାହେଁ ନାହିଁ । ମୁଁ ମୋ’ ଜୀବନରେ ସେହି ଲକ୍ଷ୍ୟକୁ ଖୁବ୍ ଶୀଘ୍ର ହାସଲ କରିବାକୁ ଚାହୁଁଛି ।’’

ଲକଡାଉନ୍‌ ସମୟରେ ରଣବୀର ଓ ଆଲିଆ କିଛି ଦିନ ସାଙ୍ଗରେ ରହୁଥିଲେ । ସେମାନଙ୍କ ବିବାହ ହେବାର ଅନେକ ଖବର ମାସ ମାସ ଧରି ଚାଲିଆସୁଛି । ହେଲେ ଏହି ଅଭିନେତା ଶେଷରେ ନିଜେ ପ୍ରକାଶ କରିଛନ୍ତି ଯେ ସେମାନେ ବିବାହ କରିବାକୁ ଯାଉଛନ୍ତି ଓ ସେହି ଦିନର ନିକଟତର ହେଉଛନ୍ତି ।

ଏହା ବି ପଢ଼ନ୍ତୁ | ଥର ଓଡ଼ିଶାରେ ବିଳମ୍ବରେ ହେବ ମାଟ୍ରିକ ଦ୍ବାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷା; ପୂର୍ବ ଭଳି ଅଫଲାଇନରେ ହେବ

ରଣବୀର ଲକଡାଉନ୍ ସମୟରେ କୌଣସି ଅନ୍ଲାଇନ୍ କ୍ଲାସ୍ ନେଇଛନ୍ତି କି ବୋଲି ପଚରାଯିବାରୁ ସେ କହିଥିଲେ, “ମୋ’ ଗର୍ଲଫ୍ରେଣ୍ଡ ଆଲିଆ ଟିକେ ଅଧିକ ଓଭରଆଚିଭର୍‌, ଆଉ ସେ ବୋଧହୁଏ ଅନେକ କ୍ଲାସ୍‌ ନେଇଛନ୍ତି – ସେ ଗିଟାର ବଜାଇବା କ୍ଲାସ୍‌ ହେଉ ବା ସ୍କ୍ରିନ୍ ଲେଖା କ୍ଲାସ୍‌ । ମୁଁ ସବୁବେଳେ ତାଙ୍କ ପାଖରେ ଜଣେ ଅଣ୍ଡରଚାଇଭର ଭଳି ଅନୁଭବ କରେ । କିନ୍ତୁ ନା, ମୁଁ କୌଣସି କ୍ଲାସ୍ ନେଇ ନାହିଁ ।’’

ଏହା ବି ପଢ଼ନ୍ତୁ ବାଲେଶ୍ୱରରେ ନିଶାସକ୍ତ ଅବସ୍ଥାରେ ମାସର ଶିଶୁ କନ୍ୟାର ହାତକୁ ହାଣି ଦୁଇ ଖଣ୍ଡ କରିଦେଲା ପଡ଼ୋଶୀ

’’ପ୍ରଥମେ ବେଶ୍‌ କିଛି ସମୟ ଆମେ ପାରିବାରିକ ସଙ୍କଟ ସହ ମୁକାବିଲା କରୁଥିଲୁ । ତା’ ପରେ ମୁଁ ବହି ପଢ଼ିବାରେ ଲାଗିଲି ଓ ନିଜ ପରିବାର ସହିତ ସମୟ ବିତାଇଲି । ମୁଁ ପ୍ରତି ଦିନ ଦୁଇ-ତିନୋଟି ଫିଲ୍ମ ଦେଖେ,’’ କହିଛନ୍ତି ରଣବୀର ।



ଆଲିଆ ଓ ରଣବୀର ପ୍ରଥମ ଥର ପାଇଁ ଆୟନ୍‌ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ପରଦା ଉପରେ ଦେଖାଦେବେ । ‘ବ୍ରହ୍ମାସ୍ତ୍ର’ରେ ଅମିତାଭ ବଚ୍ଚନ, ନାଗାର୍ଜୁନ ଆକ୍କିନେନି ଓ ଡିମ୍ପଲ କାପାଡ଼ିଆ ମଧ୍ୟ ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ କହିଥିଲେ ଯେ ଏହି ଫିଲ୍ମ ଦର୍ଶକଙ୍କୁ ‘କିଛି ନୂଆ ଓ ଆଶ୍ଚର୍ଯ୍ୟଜନକ ଏବଂ ପରବର୍ତ୍ତୀ ସ୍ତର’ ପ୍ରଦାନ କରିବ ।
Published by: Anand Shankar Thankur Das
First published: December 24, 2020, 11:57 PM IST
corona virus btn
corona virus btn
Loading