ରାମକୃଷ୍ଣ ମିଶନ ସିଏଏ ଉପରେ ପ୍ରଧାନ ମନ୍ତ୍ରୀଙ୍କ ବିବୃତିରୁ ନିଜକୁ ଦୂର କଲା, ସର୍ବସମାବେଶିତା ଉପରେ ଜୋର୍‌ ଦେଲା

ରାମକୃଷ୍ଣ ମିଶନର ମହାସଚିବ ସ୍ବାମୀ ସୁବିରାନନ୍ଦ କହିଛନ୍ତି କି ତାତ୍କାଳିକ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ଦେବୁ ନାହିଁ । ଆମେ ଏକ ସମାବେଶୀ ସଂଗଠନ ଯେଉଁଥିରେ ବିଭିନ୍ନ ସମୁଦାୟର ଭିକ୍ଷୁ ଅଛନ୍ତି ଏବଂ ଆମେ ଭାଇ ଭାଇ ହୋଇ ରହୁଛୁ ।

ବେଲୁର ମଠରେ ସନ୍ୟାସୀମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦି

ବେଲୁର ମଠରେ ସନ୍ୟାସୀମାନଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମୋଦି

  • Share this:
News18 Odia Digital

ବେଲୁର: ରାମକୃଷ୍ଣ ମିଶନ ଗତ କାଲି (ଜାନୁଆରା ୧୨, ରବିବାର) ନାଗରିକତା ସଂଶୋଧନ ଆଇନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ମନ୍ତବ୍ୟରୁ ନିଜକୁ ଦୂରେଇ ନେଇଛି । ଏହା ଏକ ସମ୍ପୂର୍ଣ୍ଣ ରାଜନୈତିକ ମନ୍ତବ୍ୟ ତେଣୁ ଏହା ଉପରେ ତୁରନ୍ତ ପ୍ରତିକ୍ରିୟା ଦିଆଯିବା ଉଚିତ ନୁହେଁ ବୋଲି ମଠ ପକ୍ଷରୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ବେଲୁର ମଠରେ ଉଦବୋଧନ ଦେବା ସମୟରେ କହିଥିଲେ ଯେ ଏହି ନୂଆ ଆଇନ କାହାର ନାଗରିକତା ଛଡ଼େଇ ନେବ ନାହିଁ ଓ ଗୋଟିଏ ବର୍ଗ ଏ ନେଇ ଲୋକଙ୍କୁ ଭ୍ରମିତ କରୁଛି ।

ମିଡିଆକୁ ସମ୍ବୋଧନ କରି ମଠର ସମ୍ପାଦକ ସ୍ବାମୀ ସୁଭିରାନନ୍ଦ କହିଥିଲେ: ‘‘ଆମ ସଂଗଠନ ପ୍ରଧାନମନ୍ତ୍ରୀଙ୍କ ସିଏଏ ଉପରେ ଦେଇଥିବା ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବ ନାହିଁ । ଆମେ ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ ସଂଗଠନ । ଆମେ ଘରଦ୍ବାର ଛାଡ଼ି ସନାତନ ଧର୍ମର ଆହ୍ବାନରେ ଏଠାକୁ ଆସିଛୁ । ତେଣୁ ଏଭଳି ଅଳ୍ପକାଳିକ ମନ୍ତବ୍ୟ ଠାରୁ ଆମେ ନିଜକୁ ସମ୍ପୂର୍ଣ୍ଣ ଅଲଗା କରୁଛୁ’’ ।

ସେ ପୁଣି କହିଥିଲେ: ‘‘ଏହି ସଂଗଠନ ସର୍ବସମାବେଶିତା ଉପରେ ବିଶ୍ବାସ କରେ ଯେଉଁଠାରେ ହିନ୍ଦୁ, ଖ୍ରୀଷ୍ଟିଆନ ଇସ୍‌ଲାମ୍‌ ଧର୍ମରୁ ଆସିଥିବା ସାଧୁମାନେ ରହିଥାନ୍ତି । ଏଠାରେ ଆମେ ସବୁ ଗୋଟିଏ ପରିବାରର ସଦସ୍ୟ ଭାବି ଭାଇ ଭାଇ ହୋଇ ରହିଥାଉ । ଆମ ପାଇଁ ନରେନ୍ଦ୍ର ମୋଦି ଭାରତର ନେତା, ଆଉ ମମତା ବାନାର୍ଜୀ ପଶ୍ଚିମ ବଙ୍ଗର ନେତା ।’’
Published by:Durgamadhab Rath
First published: